• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 14th April 2024: ଏହି ରାଶିର ବ୍ୟକ୍ତି ସଫଳତା ପାଇବେ ...

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୧୧.୪୪ ଗତେ ୭ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ - ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୪ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୧.୩୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ

Capricorn

ମକର

Sunday 14 Apr 2024

ଉ , ଷାଢା –  ଉଚ୍ଚ ସ୍ଥାନରୁ ପଡି ଯାଇ ଗୋଡରେ ଆଘାତ ଲାଗିପାରେ ।  ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ । ପ୍ରେମୀଯୁଗଳ ଏକାନ୍ତରେ ସମୟ କାଟିବେ ।
ଶ୍ରବଣା – ବ୍ୟବସାୟରେ ଅଚାନକ ଧନ ଲାଭ ହୋଇପାରେ । ଛାତ୍ରଛାତ୍ରୀ ମାନେ ସୁଖ୍ୟାତି ଅର୍ଜନ କରିବା ସହିତ ସବୁ ପ୍ରକାର ସହଯୋଗ କରିବେ । ରାଜନୀତିରେ ଆର୍ଥିକ ଲାଭ ମିଳିବ । ସାହିତ୍ୟିକଙ୍କ ଲାଗି ଦିନଟି ଭଲ ରହିବ । 
ଧନିଷ୍ଠା –  ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ମହିଳା ମାନେ ସୁନା ଅଳଙ୍କାର କିଣିବା ଲାଗି ଭାବିବେ ।  ଦୃଢସଂକଳ୍ପ ଓ ଆତ୍ମବିଶ୍ୱାସ ଭରପୁର ରହିବ ଏବଂ ଅଧିକ ଧନ ଅର୍ଜନ କରିବାର ରାସ୍ତା ଖୋଲିଯିବ ।
ପ୍ରତିକାର – ଶନିଦେବଙ୍କର  ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :