• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Jan 2024: ଆଜି ଏହି ରାଶିର ବ୍ୟକ୍ତି ଯେଉଁ କର୍ଯ୍ୟରେ ହାତ ଦେବେ ସଫଳତା ପାଇବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୦୪ ଗତେ ମକର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୫.୨୭ ଗତେ ପ୍ରତିପଦ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୦୪ ଗତେ ସିଂହ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Capricorn

ମକର

Thursday 11 Jan 2024

ଉ,ଷାଢା- ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ କାମ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।

ଶ୍ରବଣା-ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କର କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।

ଧନିଷ୍ଠା- ବନ୍ଧୁଙ୍କ ବିପରିତ ଆଚରଣ ଦୁଃଖ ଦେବ। ଜମିଜମା କାରବାର, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ । କେତେକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ ।

ପ୍ରତିକାର- ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :