• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Jan 2024: ଆଜି ଏହି ରାଶିର ବ୍ୟକ୍ତି ଯେଉଁ କର୍ଯ୍ୟରେ ହାତ ଦେବେ ସଫଳତା ପାଇବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୦୪ ଗତେ ମକର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୫.୨୭ ଗତେ ପ୍ରତିପଦ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୦୪ ଗତେ ସିଂହ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Pisces

ମୀନ

Thursday 11 Jan 2024

ପୂ,ଭାଦ୍ରପଦ- ସ୍ୱାସ୍ଥ୍ୟରେ ଆଂଶିକ ଉନ୍ନତି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ । ବକେୟା ପ୍ରାପ୍ତିକୁ ଦୃଷ୍ଟିରେ ରଖି ବିନୟ ପୂର୍ଣ୍ଣ କଥା କହିଲେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବିବାଦୀୟ ପରିବେଶର ପରିଣାମ ବିଷୟରେ ଛୋଟ କଥାଟିକୁ ବଡ ଆକାରରେ ଚିନ୍ତା କରିବେ ।

ଉ,ଭାଦ୍ରପଦ- କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ବୁଝିବିଚାରି ଓ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ, କାମ ଯଥାବିଧି ସମ୍ପନ୍ନ ହେବ ଓ ଅର୍ଥ, ସମ୍ମାନ ପାଇବେ।

ରେବତୀ- ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ । ବନ୍ଧୁଙ୍କ ପରାମର୍ଶରେ ତୀର୍ଥାଟନ କରିବା ସକାଶେ ମନ ବଳାଇପାରନ୍ତି ।

ପ୍ରତିକାର- ପଶୁ,ପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :