• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Jan 2024: ଆଜି ଏହି ରାଶିର ବ୍ୟକ୍ତି ଯେଉଁ କର୍ଯ୍ୟରେ ହାତ ଦେବେ ସଫଳତା ପାଇବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୦୪ ଗତେ ମକର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୫.୨୭ ଗତେ ପ୍ରତିପଦ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୦୪ ଗତେ ସିଂହ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Gemini

ମିଥୁନ

Thursday 11 Jan 2024

ମୃଗଶିରା- ପ୍ରତିଦ୍ୱନ୍ଦ୍ୱିତା ବଢ଼ିଚାଲିବା କାରଣରୁ ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ପରିସ୍ଥିତିରେ ପଡି କେତେକ କାମ ଇଚ୍ଛା ନ ଥିଲେ ମଧ୍ୟ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।

ଆଦ୍ରା- କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପଦସ୍ଥ ବ୍ୟକ୍ତିବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।

ପୁନର୍ବସୁ- ପରିବହନରେ ଲାଭବାନ ହେବା ସହିତ ନିଜ ପରିସରରେ ପ୍ରତିଷ୍ଠିତ ହେବେ । ମହିଳା ମାନଙ୍କର ଖ୍ୟାତି ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ସୁନାମ ଅର୍ଜନ କରିବା ସହିତ ସବୁ ପ୍ରକାର ସୁବିଧା ପାଇବେ ।

ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :