• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଟେକ୍ ବିଲିୟନାରୀ ଏଲନ ମସ୍କ ପୁଣି ଥରେ ନିଜ ସୋସିଆଲ ମିଡିଆ ଆକାଉଂଟ ଏକ୍ସ(ପୂର୍ବରୁ ଟ୍ୱିଟର)ରେ ନିଜର ପ୍ରୋଫାଇଲରେ ନାମ ପରିବର୍ତ୍ତନ କରିଛନ୍ତି । ଏଥର ଟେସଲା ସିଇଓରୁ ନିଜ ନାମ ପରିବର୍ତନ କରି ‘ଗର୍କଲନ ରଷ୍ଟ’ ରଖିଛନ୍ତି । ଏହି ନୂତନ ନାମକୁ ଦେଖି ୟୁଜର୍ସମାନଙ୍କ ମଧ୍ୟରେ ଏହାର ଅର୍ଥ କ’ଣ ଜାଣିବାକୁ ଉତ୍ସାହ ଦେଖାଦେଇଛି । ତେବେ ଏହା ପ୍ରଥମ ଥର ନୁହେଁ ଯେ, ଏଲନ ମସ୍କ ନିଜ ପ୍ରୋଫାଇଲ ନାମ ବଦଳାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ ନିଜ ନାମ ବଦଳାଇ ‘କେକିୟସ ମ୍ୟାକ୍ସିମସ୍‌’ ରଖିଥିଲେ । ଏହା ସହ ତାଙ୍କ ପ୍ରୋଫାଇଲ ଫଟୋରେ ‘ପେପେ ଦି ଫ୍ରଗ’ର ମିମ୍ ରଖିଥିଲେ ।

ନୂତନ ନାମ ‘ଗର୍କଲନ ରଷ୍ଟ’ର ଅର୍ଥ ତାଙ୍କ ନିଜ କମ୍ପାନୀକୁ ସୂଚାଉଛି । ‘ଗର୍କଲନ’ର ଅର୍ଥ ମସ୍କଙ୍କ ନିଜସ୍ୱ ଏଆଇ କମ୍ପାନୀ ଏକ୍ସଏଆଇ ର ଏକ ଆର୍ଟଫିସିଆଲ ଇଂଟେଲିଜେନ୍ସ ଚାଟବୋଟ । ସେହିପରି ‘ରଷ୍ଟ’ର ଅର୍ଥ ପ୍ରୋଗ୍ରାମିଂ ଭାଷା । ଏହା ବୈଷୟିକ ଜ୍ଞାନକୌଶଳରେ ବ୍ୟବହୃତ ଭାଷା । ଏହା ତାଙ୍କର ସମଗ୍ର ଏଆଇ ଉଦ୍ୟୋଗକୁ ସୂଚାଉଛି । 

‘ଗର୍କଲନ ରଷ୍ଟ’ ଏକ ମିମର ନାମ ମଧ୍ୟ । ଯାହା ପମ୍ପସ୍ୱାପ, ରେଡିୟମ ଓ ମେଟେଓରା ପ୍ଲାଟଫର୍ମରେ ବ୍ୟବହୃତ ହୁଏ । ଉପଭୋକ୍ତାଙ୍କ ଅଭିଜ୍ଞତା ବୃଦ୍ଧି କରିବା ପାଇଁ ଗ୍ରୋକର ଏକ ସଂସ୍କରଣକୁ ଏକୀକୃତ କରିବା ପାଇଁ ଏକ୍ସରେ ମସ୍କ ଘୋଷଣା କରିବାର କିଛି ସମୟ ପରେ ଏହି ପରିବର୍ତନ କରିଛନ୍ତି ।

ସେହିପରି ପୂର୍ବରୁ ପରିବର୍ତ୍ତନ କରିଥିବା ‘କେକିୟସ ମ୍ୟାକ୍ସିମସ୍‌’ ର ନାମ ମଧ୍ୟ ଭିନ୍ନ ଅର୍ଥ ରହିଛି । କେକିୟସ କ୍ରିପ୍ଟୋକରେନ୍ସି ବଜାରରେ ଏକ ଉଲ୍ଲେଖନୀୟ ନିବେଶକ ଥିଲେ । ଡିିସେମ୍ବର ୨୭, ୨୦୨୪ ସୁଦ୍ଧା କେକିୟସ ୦.୦୦୫୬୬୭ ଡଲାରର କାରବାର କରିଥିଲେ । ଯାହା ଗତ ୨୪ ଘଂଟା ମଧ୍ୟରେ ୪୯୭.୫୬% ଅଭିବୃଦ୍ଧିକୁ ଦର୍ଶାଉଛି । କ୍ରିପ୍ଟୋକରେନ୍ସିର ୨୪ ଘଂଟିଆ କାରବାର ୨,୭୩୪,୯୪୮ ଡଲାରରେ ପହଂଚିଛି । ଯାହା ନିବେଶକଙ୍କୁ ଆକୃଷ୍ଟ କରିଛି ।