• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th Jan 2024: ଆଜି ଏହି ରାଶିର ବ୍ୟକ୍ତି ଯେଉଁ କର୍ଯ୍ୟରେ ହାତ ଦେବେ ସଫଳତା ପାଇବେ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର । ଚନ୍ଦ୍ର- ଧନୁ ରାତ୍ରି ୧୧.୦୪ ଗତେ ମକର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୫.୨୭ ଗତେ ପ୍ରତିପଦ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୧୧.୦୪ ଗତେ ସିଂହ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୫.୩୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Taurus

ବୃଷ

Thursday 11 Jan 2024

କୃତିକା- ଗତକାଲି ଅପେକ୍ଷା ଆଜି ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ଆର୍ଥିକ ସ୍ଥିତିରେ ଅଭାବ ବୋଧଜନିତ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ରୋହିଣୀ- କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ । କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ମନୋଭାବ ଉପୁଜିବ ।

ମୃଗଶିରା- ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ଭୁଲ୍ ମାର୍ଗର ଅନୁସରଣ କରି ପସ୍ତେଇବେ । ବନ୍ଧୁଙ୍କ ସମ୍ପର୍କରେ କୌଣସି ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ ।

ପ୍ରତିକାର- ଶ୍ୱେତଚନ୍ଦନ କର୍ପୂର ମିଶେଇ ମସ୍ତକରେ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :