ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୧୦ ତାରିଖ ମଙ୍ଗଳବାର, ଚନ୍ଦ୍ର –କର୍କଟ ପ୍ରାତଃ ୦୫.୪୪ ଗତେ ସିଂହ ତିଥି- ୧୧ ଶୀ ଦିବା ୦୩.୦୮ ଗତେ ୧୨ଶୀ ଘାତ ଚନ୍ଦ୍ର- ପ୍ରାତଃ ୦୫.୪୪ ଗତେ କର୍କଟ ଓ ମକର ଘାତ ବାର- ମକର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୩.୦୮ ଗତେ ୦୨ ପାଦ କୃଷି ଓ ପଶୁହାନି –ଭୂମି ଓ ଅନ୍ନଦାନ
ଅଶ୍ୱନୀ- ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ ।
ଦ୍ୱିଜା- କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟ ମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ଖୋଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଂଶସିତ ହେବେ ।
କୃତିକା- ରାଜନୀତି ଦୃଢ ହେବା ସହିତ ମୂଖ୍ୟ ଭୂମିକା ନିର୍ବାହ କରିବେ । ଜମି ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ମହିଳାଙ୍କର ମାନସିକ ସ୍ଥିତି ଭଲ ରହିବ ନାହିଁ ।
ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯