ପ୍ରତିଦିନ ସଂକ୍ରମଣ ବଢ଼ୁଛି.. କୋଭିଡ୍ ସ୍ଥିତି ମୁକାବିଲା ପାଇଁ BMC କଣ୍ଟେନମେଣ୍ଟ ଜୋନ୍ କରି କଟକଣା ଲଗାଉଛି..ଆଜି ପୁଣି ୭ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା କରିଛି BMC
ସମ୍ବଲପୁର ବୁର୍ଲାସ୍ଥିତ ପାୱାର ଚାନେଲରେ ମାଆ ସହ ଗାଧୋଇବା ବେଳେ ଭାସିଗଲା ୮ବର୍ଷ ବୟସର ନାବାଳକ । ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା । ନାବାଳକର ଘର ବୁର୍ଲା ୱାନ-ଆର କଲୋନୀରେ ବୋଲି ଜଣାପଡ଼ିଛି । ଭାସି ଯାଇଥିବା ବାଳକର ନାଁ ରୋନକ ପଞ୍ଚବିହାର । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ପିଲାଟିର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ ।
ଦିନେ ବ୍ରାହ୍ମଣୀ ନଦୀ କୂଳେ କୂଳେ ଉଡ଼ିବୁଲୁଥିଲେ କାଜ ଚକୁଆ। ଶୀତ ଦିନିଆ କଅଁଳି ଖରା ଟିକିଏ ପୋଇଁ ହେଉଥିଲେ। ପାଣିରେ ପହଁରୁଥିଲେ। ଖାଦ୍ୟ ଖୋଜି ଖୋଜି ଖାଉଥିଲେ। ସେମାନେ ଆମ ଅତିଥି ସାଜୁଥିଲେ। ଏଇ କାଜ ଚକୁଆଙ୍କୁ ଦେଖିଲେ ଲାଗନ୍ତି ସତେକି ଶୀତ ଋତୁର ପ୍ରେମ ପକ୍ଷୀ ଉଡ଼ି ଆସିଛନ୍ତି ଦୂର ରାଇଜରୁ। ହେଲେ ଆମ ମଣିଷ ସମାଜ ଉପରୁ ସେମାନେ ବିଶ୍ୱାସ ତୁଟାଇ ଦେଲେଣି। ଆଗରୁ ହଜାର ହଜାର ଆସୁଥିଲେ। ଏବେ ଆଉ ଆସୁ ନାହାନ୍ତି।
ଆଜି ଜମିଲା ରବିବାର। ମାଛ ଓ ଅଣ୍ଡାକୁ ମିଶାଇ ତିଆରି ହେବ ଏହି ଆଇଟମ୍। ଯାହାକୁ ଆପଣ ଖାଇବେ ଓ ଖୁଆଇବାକୁ ମନ ବଳାଇବେ.
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...
ଦେଶରେ କରୋନା ସଂକ୍ରମଣ ସ୍ଥିତି ବେହାଲ..ଗତ ୨୪ ଘଣ୍ଟାରେ ଦେଢ଼ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା.
ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକ ଭୁବନେଶ୍ୱର କଂଗ୍ରେସ ଭବନ ସାମ୍ନାରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି.. ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାରତ.
ଦେଶରେ କୋଭିଡ୍ ସଂକ୍ରମଣ ସ୍ଥିତି ଅଣାୟତ୍ତ..ରାଜଧାନୀ ଦିଲ୍ଲୀରେ ୨୦ ହଜାର ପାର୍ ଦୈନିକ ସଂକ୍ରମଣ..ମୁମ୍ବାଇରେ ବି ୨୦ ହଜାର ୩୧୮ ନୂଆ ଆକ୍ରାନ୍ତ ଚିନ୍ତା ବଢ଼ାଇଛି.
ବିଳମ୍ବିତ ରାତିରେ କୂଅ ଭିତରେ ଏକ ହାତୀ ଶାବକଟି ଖସି ପଡ଼ିଥିବା ବେଳେ କୂଆ ଚାରିପଟେ ହାତୀପଲ ଠିଆ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି
ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଆଜି ରରିବାରରେ ସାନିଟାଇଜେସନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଆସନ୍ତା କାଲିଠାରୁ ଅର୍ଥାତ୍ ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି।
ସେପଟେ ମାଡ଼ି ଆସିଲାଣି ବର୍ଷା । ଧାନ ବିକ୍ରି କରିବା ପାଇଁ ଚାଷୀ ଟୋକନ ପାଇଛିି । ମାତ୍ର ଧାନ ବିକ୍ରି ହୋଇନପାରିବା ଯୋଗୁଁ ୧୦ ଦିନ ହେଲାଣି ଖୋଲା ଆକାଶ ତଳେ ପଡ଼ି ରହିଛି । ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।
ଦିନ ଆରମ୍ଭ କରନ୍ତୁ ନିଜର ରାଶିଫଳ ସହ.. ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଚକ୍ର.. କେମିତି କଟିବ ଆଜିର ଦିନ.. ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ରାଶିଫଳ ଜାଣନ୍ତୁ ଭାଗ୍ୟରେଖାରେ..
ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ଅଜଣା ହେଲିକପ୍ଟର ଆତଙ୍କ। ଅଚାନକ ଲ୍ୟାଣ୍ତିଂ କରିବାକୁ ଆସି ପୁଣି ହେଲିକପ୍ଟରଟି ଉଡାଣ କରିଛି। ଯାହାକୁ ଦେଖି ପଡିଆରେ ଖେଳୁଥିବା ପିଲାମାନେ ଦୌଡ଼ି ଦୌଡ଼ି କରିଥିଲେ। ଏବେ ସେହି ଅଜଣା ହେଲିକପ୍ଟରକୁ ନେଇ ଅଂଚଳରେ ଆତଙ୍କ ଖେଳିଯାଇଛି। ତେବେ ଏ ନେଇ ଗଜପତି ଜିଲ୍ଲା ପ୍ରଶାସନ କିମ୍ୱା ପୋଲିସ ପାଖରେ କୌଣସି ଖବର ନାହିଁ।
ନିର୍ବାଚନୀ ରୋଡ ସୋ ବାତିଲ , କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ । ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଏଥର ଲାଗିଛି କଡ଼ା କଟକଣା । ନିର୍ବାଚନୀ ରୋଡ ସୋକୁ ବାତିଲ କରିଛନ୍ତି ନିର୍ବାଚନ କମିଶନର । କରୋନାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନିଆଯାଇଛି । ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।
ବୀରେଶ କୁମାର ଭାୱରାଙ୍କୁ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। UPSC ତରଫରୁ ସୁପାରିସ କରାଯାଇଥିବା ୩ ବରିଷ୍ଠ IPSଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର। ୧୯୮୭ ବ୍ୟାଚର ଅଫିସର ହେଉଛନ୍ତି ଭାୱରା ।
ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା। କେବଳ ପୁରୀ ଜିଲ୍ଲାର ଅଧିବାସୀ ହିଁ ଏବେ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ।
ସର୍ବସାଧାରଣରେ ମନ୍ତ୍ରୀ ପ୍ରତାପ ଜେନା ଅଶ୍ଳୀଳ ଭାଷା କହିବା ପରେ ବି ବିଜେଡିର କେହି ଏହାକୁ ବିରୋଧ କଲେ ନାହିଁ। ଏଣେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ
ଭାରତର ନିର୍ବାଚନ କମିସନ୍ ସୁଶୀଲ ଚନ୍ଦ୍ରା ନିର୍ବାଚନ ତାରିଖ ଘୋଷଣା କଲେ। ଗୋଆ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶର କୋଭିଡ୍-୧୯ ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଗୁରୁବାର ଦିନ ସମୀକ୍ଷା ବୈଠକ ପରେ କମିସନ୍ ଆଜି ୫ଟି ରାଜ୍ୟରେ ବିଧାନସଭା ତାରିଖ ଘୋଷଣା କରିଛନ୍ତି।
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ଜଣ ନୂଆ ଓମିକ୍ରନ ଆକ୍ରାନ୍ତ। ଦେଖନ୍ତୁ ବ୍ରେକିଂ ନ୍ୟୁଜ୍
କରୋନା ଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ କମିଗଲାଣି ଯାତ୍ରୀଙ୍କ ଆତଯାତ ସଂଖ୍ୟା । ପ୍ରାୟ ୫୦ ପ୍ରତିଶତ କମିଛି ଯାତ୍ରୀଙ୍କ ଯାତାୟତ । ଗତ ସପ୍ତାହରେ ବିମାନ ବନ୍ଦରକୁ ଦୈନିକ ପ୍ରାୟ ୧୨ ହଜାର ଯାତ୍ରୀ ଯାତାୟାତ କରୁଥିଲେ । ହେଲେ ଏବେ ତାହା ୭ରୁ ୮ହଜାରକୁ ଖସି ଆସିଛି । ବିମାନବନ୍ଦରରେ ସବୁ ପ୍ରକାରର ସତର୍କତା ପାଳନ କରାଯାଉଛି ।
ପ୍ରେମିକା ଆସିଥିଲେ ପ୍ରେମିକଙ୍କୁ ଭେଟି। ଜଙ୍ଗଲ ଭିତରେ ବାରା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ଦୁର୍ଭାଗ୍ୟ ପ୍ରେମିକାର ଚାଲିଗଲା ଜୀବନ
ସେ ଥିଲେ ଶାଣିତ ବ୍ୟଙ୍ଗ ଓ ସମାଲୋଚନା ପିତାମହ। ପୈତୃକ ଗାଁ ଇଟାମାଟିକୁ ଛୁଟେ ଅନେକ ଲୋକଙ୍କ ଭିଡ଼...ଆଜି ବି ତାଙ୍କୁ ନେଇ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ହୁଏ...ଦେଖନ୍ତୁ ଏହି ସ୍ୱତନ୍ତ୍ର ଭିଡ଼ିଓ
ନାହିଁ ବାରୁଦ ନାହିଁ ବେଲା ସଜ ବଡ଼ ଉତ୍କତ ସେ ତୋପ ଆବାଜ...ଜାମୁ କି ଅନଳ ଦେଖିଲା ନାହିଁ , ଚମକି ଉଠିଲା ଘୁମୁକି ମୁହିଁ...ଏ ପଦର ଉତ୍ତର କଣ ଦେଇଥିଲେ ଯଦୁମଣୀ?
ଓଟିଭିକୁ ଆପଣ କରିଛନ୍ତି ଏକ ନମ୍ବର। ଟିଭି ହେଉ କି ଡିଜିଟାଲ୍ ପ୍ଲାଟଫର୍ମ, ଆପଣ ଦେଇଛନ୍ତି ଅଜସ୍ର ଭଲ ପାଇବା ଏବଂ କରିଛନ୍ତି ଅତୁଟ ବିଶ୍ୱାସ। ଏହି ଧାରାରେ ଆଜି ଓଟିଭି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣ ୭୦ ଲକ୍ଷ ସବସ୍କ୍ରାଇବରରେ ପହଞ୍ଚାଇଛନ୍ତି।