ପୁଣି ବିବାଦରେ ଉବର। ମାତ୍ର ୧୭ କିମି ରାସ୍ତାକୁ ଭଡ଼ା ନେଲା ୧୦ ହଜାର ଟଙ୍କା। ଅଭିଯୋଗ ପରେ ସଫେଇ ଦେଇ କହିଲା ଗ୍ରାହକଙ୍କୁ ପଡ଼ିଥିଲା ଓଭର ଚାର୍ଜିଂ...
ନିର୍ବାଚନକୁ ଘାରିଛି କୋରନା ଭୟ । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ପଂଚାୟତ ଭୋଟକୁ ନେଇ ଚିନ୍ତା । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଘୋଷଣା କରି ପ୍ରସ୍ତୁତ ହେଉଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ବି ଚୂଡାନ୍ତ ପର୍ଯ୍ୟାୟରେ ।
PMଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଭଟିଣ୍ଡା ବିମାନନ୍ଦରରୁ ଫିରୋଜପୁର ଅଭିମୁଖେ ସଡ଼କ ପଥରେ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କ କାରକେଡକୁ କିଛି ଆନ୍ଦୋଳନକାରୀ ଅଟକାଇ ରଖିଥିଲେ ।
ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି ନେଇ ବଢ଼ୁଛି ବିବାଦ, ସନ୍ଧ୍ୟାବତୀଙ୍କୁ କାଉଣ୍ଟର । ୨୧ ନୁହେଁ ୧୮ । ଝିଅଙ୍କ ବିବାହ ବୟସ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
ରାଜ୍ୟରେ ପୁଣି ଚଢ଼ିଲା ଓମିକ୍ରନ୍ ମିଟର । ଆଉ ୨୪ ନୂଆ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୬୧ରେ । ଓମିକ୍ରନ୍ର ଏହି ଭୟ ଭିତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନାର ଦୈନିକ ସଂକ୍ରମଣ ।
ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହିସବୁ ମୋବାଇଲ୍ରେ ଆଉ କାମ କରିବନି ହ୍ୱାଟ୍ସଆପ୍, ଜାଣିରଖନ୍ତୁ ଆପଣଙ୍କ ମୋବାଇଲ ଏହା ଭିତରେ ଯାଉଛି କି ନାହିଁ?
ଆମରି ରାଜ୍ୟର ଝିଅଟିଏ। ଏବେ ସାରା ପୃଥିବୀ ତାକୁ ଜାଣୁଛି। ଯେଉଁ ହଲିଉଡ ଫିଲ୍ମରେ କାମ କରିବାକୁ ସମସ୍ତେ ସ୍ୱପ୍ନ ଦେଖନ୍ତି, ଖଲ୍ଲିକୋଟର ଓଡ଼ିଆ ଝିଅ ସିଲିଭିଆ ସେଥିରେ କାମ କରି ଆମକୁ ଗର୍ବିତ କରିଛନ୍ତି। ନିକଟରେ ରିଲିଜ୍ ହୋଇ ଧମାକା କରିଥିବା ‘ସ୍ପାଇଡର ସିରିଜ୍’ର ଶେଷ ଫିଲ୍ମରେ ସିଲିଭିଆ ସେଟ୍ ଡିଜାଇନ୍ କରିଛନ୍ତି।
ସାଙ୍ଗିଆ ସିନା ବଙ୍ଗାଳୀ, ହେଲେ ମନ ଖାଣ୍ଟି ଓଡ଼ିଆ। ୫ ବର୍ଷରୁ ୬୫ ବର୍ଷ ଯାଏଁ ସେ କରିଛନ୍ତି ଅଭିନୟ। କେବେ ହସେଇଛନ୍ତି, କେବେ ନାଚର ତାଳେ ତାଳେ ଝୁମେଇଛନ୍ତି। ଏବେ ଜାଣନ୍ତୁ କିଏ ସେ ?
ସାରା ଦେଶରେ ଚର୍ଚ୍ଚାକୁ ଆସିଲେଣି ବ୍ରହ୍ମପୁରର ଯବାନ ଟୋକା ହାବିଲଦାର ସୀମାଞ୍ଚଳ ବାରିକ। ସେନାରୁ ଅବସର ନେଇ ସେ ଏବେ ଦେଶର ସେବା ପାଇଁ ଗଢୁଛନ୍ତି ସୈନିକ। ୟୁଟ୍ଯୁବରେ ଦେଖି ସୁନ୍ଦର ସ୍ୱାସ୍ଥ୍ଯ ପାଇଁ ସାରା ଦେଶରୁ ଯୁବକ ଯୁବତୀ ତାଙ୍କ ପାଖକୁ ଛୁଟିଛନ୍ତି। ବ୍ରହ୍ମପୁରରେ ସୀମାଞ୍ଚଳ ଖୋଲିଛନ୍ତି ଆର୍ମି ଏକାଡେମୀ। ତାଙ୍କ ଟ୍ରେନିଂ ଦେଖିଲେ ଆପଣଙ୍କୁ ଲାଗିବ ସତେ ଯେମିତି ଆର୍ମି ବାରାକ୍।
ପଂଚାୟତ ନିର୍ବାଚନ ହେବା ପୂର୍ବରୁ ସବୁ ବର୍ଗଙ୍କୁ ଖୁସ୍ କରିଦେଲେ ନବୀନ ସରକାର । ଫୋକସ୍ରେ ଶିକ୍ଷକ, ଗୋଟିଏ ପରେ ଗୋଟିଏ ଦାବିକୁ ପୂରଣ କରୁଛନ୍ତି ସରକାର ।
କିଛି ମାନୁନି ସଂକ୍ରମଣ । ନିଇତି ବଢୁଛି ସଂକ୍ରମଣ ଗ୍ରାଫ୍, ଫେରିଲା ନାଇଟ୍ କର୍ଫ୍ୟୁ ।
ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ । ଗୋଡ଼ରେ ରିଙ୍ଗ୍ ଓ ଚୀନ ଭାଷାର ସଙ୍କେତକୁ ନେଇ ସନ୍ଦେହ ।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ ।
ବିଶ୍ୱାସ ଆଗରେ ହାର ମାନିଲା ପ୍ରତିବନ୍ଧକ । ଶେଷରେ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ସୁମୀତଙ୍କ ସହ ଗୋଟିଏ ଘରେ ରହିବେ ତପସ୍ୱିନୀ ।
ହୁସିଆର୍ ! ହିରୋଗିରି ଦେଖେଇବାକୁ ଯଦି ଡନ୍ ପରି ଭିଡିଓ ସୁଟିଂ କରୁଛ, ତେବେ ଫସିବ। ଦେଖନ୍ତୁ ବାଇକ୍ ଉପରେ ଡନ୍ ପରି ବନ୍ଧୁକ ଧରି, ସିଗାରେଟ୍ ଟାଣି କେମିତି ଭିଡିଓ କରିଥିଲେ ଏ ଦୁଇ ଯୁବକ। ତେବେ ତା ପରେ କେମିତି ହେଲା ଅବସ୍ଥା ଦେଖନ୍ତୁ।
ସେନା ବାହିନୀରେ ୨୦ ବର୍ଷର ଚାକିରି ପରେ ଗାଁକୁ ଫେରିଲା ଗାଁ ପୁଅ। ଏହା କିଛି କମ୍ ଗର୍ବର କଥା ନୁହେଁ। ଦେଶର ସୀମାରେ ୨୦ ବର୍ଷ ଧରି ସେବା କରିବା କାହା ଭାଗ୍ଯରେ ଯୁଟେ। ତେଣୁ ଗାଁ ପୁଅକୁ ସ୍ୱାଗତ କରିବାକୁ ଏକାଠି ହେଲେ ଗ୍ରାମବାସୀ। ଆଉ ତା ପରର ଦୃଶ୍ଯ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।
ସମସ୍ତେ ଚାହାଁନ୍ତି ସ୍ଲିମ ହୋଇ ଦର୍ଶକଙ୍କ ଆଗକୁ ଆସିବେ। ହେଲେ ଏଥି ପାଇଁ କାହାକୁ କଣ କରିବାକୁ ହୁଏ। କିଏ କଣ ଖାଆନ୍ତି। ଏ ସବୁ ଜାଣିବା ପାଇଁ ଚାହୁଁଥିଲେ ଷ୍ଟାରଙ୍କ ମୁହଁରୁ ଶୁଣନ୍ତୁ ଫିଟନେସ୍ ଫଣ୍ଡା...
ହେ ପ୍ରଭୁ !! ମତେ କେବେ ଦବୁ? ମୋରି ଆଗରେ ୪୦ ଫଗୁଣ ପାର୍ ହେଲାଣି କିନ୍ତୁ ମୋ ବସାରେ କୁଆଁ କୁଆଁ ଶୁଭିଲା ନାହିଁ ...ବଗିଚାର ନାଁ ତିନିକୋଣିଆ ଏଠି ରାତିରେ ଖାଲି.....କେତେ ଦୁଃଖ ବି ତାଙ୍କ ଭିତରେ ଅଛି...ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ
ଚର୍ଚ୍ଚାରେ ସୁବ୍ରତ। ନୂଆବର୍ଷରେ ଗରିବ ଭୋକିଲାଙ୍କୁ ରେସ୍ତୋରାଁକୁ ନେଇ ଦେଲେ ମାଗଣା ଖାଇବା....କେକ୍ କାଟିବା ସହ ସୁସ୍ୱାଦୁ ଖାଇବା ଖାଇ ବିଭୋର ହେଲେ ଅନେକ ଭୋକିଲା, ଦେଖନ୍ତୁ ସେହି ଭିଡ଼ିଓ
ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ହୋଟେଲ୍ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍ଡାଉନ୍ ଘୋଷଣା କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ୍ ହୋଇଥିବା ନେଇ ଟ୍ୱିଟ୍ କରିଛନ୍ତି ଅରବିନ୍ଦ କେଜରିଓ୍ୱାଲ। ସ୍ୱଳ୍ପ ଲକ୍ଷଣ ଥିବାରୁ ଘରେ ଆଇସୋଲେସନରେ ରହିଛନ୍ତି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି।
ୟୁରୋପରେ ପୁଣି ଭୟଙ୍କର ସ୍ଥିତି ସୃଷ୍ଟି କଲାଣି କରୋନା । ଭାରତରେ ବି ବେକାବୁ ହେଉଛି କରୋନା । ଏଭଳି ସ୍ଥିତିରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୩,୭୫୦ ନୂଆ କରୋନା ଆକ୍ରାନ୍ତ । ଆଜିର ତଥ୍ୟ ସହ ଗତ ୬ଦିନର ସଂକ୍ରମଣ ତଥ୍ୟକୁ ହିସାବକୁ ନେଲେ ପାଖାପାଖି ୪ଗୁଣା ଲମ୍ବା ଡିଆଁ ମାରିଛି ମହାମାରୀ ।
ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ଅନୁସୂଚିତ ଜନଜାତି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବଲାଙ୍ଗିରରେ ଆଦିବାସୀଙ୍କ ବିରାଟ ମେଳି, ପୋଲିସ ସହ ଧସ୍ତାଧସ୍ତି ବି ହୋଇଛି। ତେଣେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିଛି।
ଧାନ ନେଇଗଲେ କିନ୍ତୁ ଚାଉଳ ଦେଲାବେଳକୁ କୁନ୍ଥୁ କୁନ୍ଥୁ । ମିଲର୍ସ ଆଉ ଅଧିକାରୀଙ୍କ ମିଲି ଭଗତରେ ଚଳୁ ହୋଇଗଲା ପ୍ରାୟ ୨୪ କୋଟି ଟଙ୍କା । ଧାନ ବଦଳରେ ଚାଉଳ ଯୋଗାଣ ନାଁରେ ମିଲ୍ ମାଲିକଙ୍କ ସହ ମିଶି ହଡ଼ପ କୋଟି କୋଟି ଟଙ୍କା କରିଦେଇଛନ୍ତି ।