ଆମେ ତ ଜଗି ବସିଛୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଟଙ୍କା ଦେବା କଥା...ସେ କେମିତି ଟଙ୍କା ଦେବେ ତାହା ତାଙ୍କର କଥା, ନିର୍ଦ୍ଦେଶ ଅନୁସାରେ ଟଙ୍କା ପୂର୍ବରୁ ଯୋଗାଡ଼ କରିବାର ଥିଲା
ଏ ବୟସରେ ମୁଁ ଏକା କେମିତି ରହିବି? କେମିତି ଶୋଇବି? କାହିଁକି ତାକୁ ଆଣିଲନି? ସେ ନ ଆସିଲେ, ଆଜି ରାତିରେ ମୁଁ ମରିଯିବି... ବୟସର ଅପରାହ୍ନରେ ବି ଏ ମଉସାଙ୍କର ଏମିତି ରହିଛି ପ୍ରେମ।
ଭୋଟ ଦେବ କୋଉଠି ଜିଅନ୍ତା ମାଛ ଚିହ୍ନ ଯୋଉଠି। ମୋ ବୋଉଲୋ...ଏ ନାନି କଣ ଜିଅନ୍ତା ମାଛ ଧରି ଘରକୁ ଘର ବୁଲୁଛନ୍ତି, ନାରଣରେ ସେ ମାଛ ଖାଇବାକୁ ଦେବେନିରେ ମାଛ ଚିହ୍ନକୁ ଭୋଟ ଦେବା ପାଇଁ କହୁଛନ୍ତି...ଦେଖନ୍ତୁ ଏହି ଭିଡ଼ିଓ
ନା ନା ମୁଁ ଜମା ସାନ ପୁଅ ପାଖକୁ ଯିବିନି। ମୁଁ ଗଲେ ବୋହୂ ଆଉ କାମ କରିବନି, କାହାକୁ କଣ କହିବି? ୧ ତାରିଖ ହୋଉ ହୋଉ ATM ପାଖରେ ନେଇ ମୋ ଗାଡ଼ି ଲଗାଉଛନ୍ତି...
ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....
ମାଆ ପାଇଁ ସମସ୍ତେ ସମାନ। ଛେଳି ଛୁଆକୁ କ୍ଷୀର ଖୁଆଉଛି ମାଆ କୁକୁର, ବିନା କୌଣସି ଡରରେ ଢକଢକ ହୋଇ କ୍ଷୀର ପିଇଯାଉଛି ଛେଳି ଛୁଆ, ଦେଖନ୍ତୁ ଏହି ଭିଡ଼ିଓ
ମୋବାଇଲ ମରାମତି ପାଇଁ ଯାଇଥିଲେ କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା। ଭାଇର ଅପରେସନ ପାଇଁ ରଖିଥିବା ଟଙ୍କା ଯିବା ପରେ କାନମୁଣ୍ଡା ଆଉଁଷି ଆଉଁଷି କେମିତି ଟଙ୍କା ଗଲା ଖୋଜିଲା ବେଳକୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହାକୁ ଦେଖନ୍ତୁ...
ସୌମ୍ୟ-ସୋନାଲିଙ୍କ ଭାଇରାଲ ଅଡ଼ିଓକୁ ନେଇ ଭାରି ଚର୍ଚ୍ଚା। ଯେତେବେଳେ ସୌମ୍ୟ ଭୋ ଭୋ ହୋଇ କାନ୍ଦି ସୋନାଲିଙ୍କୁ ଫୋନ୍ କରୁଛନ୍ତି ସେତେବେଳେ ସୋନାଲି କିନ୍ତୁ କେୟାର କରୁନାହାନ୍ତି। ବରଂ କହୁଛନ୍ତି ତୁମେ କାନ୍ଦିକି ଗଡ଼ିଗଲେ ବି ମତେ କିଛି ଫରକ ପଡ଼ିବନି...
ଭେଣ୍ଡିଆ ପୁଅର କାମ କରୁନି କିଡନୀ। ଚିକିତ୍ସା ପାଇଁ ପାଖରେ ଅର୍ଥ ବି ନାହିଁ, କିଡନୀ ପ୍ରତ୍ୟାରୋପଣ ପାଇଁ ଦରକାର ୧୦ ଲକ୍ଷ ଟଙ୍କା, ପାଖରେ ଟଙ୍କା ନଥିବାରୁ ସାହାଯ୍ୟ ମାଗୁଛନ୍ତି ପୂରା ପରିବାର
ରାଜ୍ୟସଭାରେ ନବୀନଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି? ଖଣି କ୍ଷେତ୍ରରେ ଓଡିଶାରେ ସଂସ୍କାର ଆସିଥିବାରୁ ପ୍ରଶଂସା କଲେ କି? କ’ଣ ହେଇଛି ପରିବର୍ତ୍ତନ? ଜାଣିବା ପାଇଁ ପଢନ୍ତୁ…
ପଞ୍ଚାୟତ ପ୍ରଚାରରେ ଯାଇ ହଟହଟା ନେତା I କେଉଁଠି ଗାଁ ମଝିରେ ତ କେଉଁଠି ରାତି ଅଧରେ ଘେରୁଛନ୍ତି ଜନତା I ରାଜ୍ୟର ବିଭିନ୍ନ ସ୍ଥାନରୁ ନିଇତି ଆସୁଛି ନୂଆ ନୂଆ ଚିତ୍ର I ପୂର୍ବ ପ୍ରତିଶ୍ରୁତି ପୂରଣ ନକରି ଭୋଟ୍ ମାଗିବାକୁ ଯାଇ ଆକ୍ରୋଶର ଶିକାର
କେବେ ଖୋଲିବ ସୌମ୍ୟରଞ୍ଜନ ମୃତ୍ୟୁ ଗୁମର? ଆକ୍ସନ୍ ମୋଡକୁ ଆସୁନି କମିଶନରେଟ୍ ପୋଲିସ୍ I ସୁଇସାଇଡ ନୋଟ୍ ଓ ଭାଇରାଲ୍ ଅଡିଓରେ ପ୍ରତାରଣା ସହ ଆତ୍ମହତ୍ୟା କଥା I ପରିବାର ଲୋକେ କହିଲେ ଥାନା ଘେରିବୁ, ଆତ୍ମାହୂତି ଦେବୁ
ଆଜି ଗଜପତିଙ୍କ ମହାରାଜାଙ୍କ ସାନଝିଅ ଦେବେଶୀ ଦେବୀଙ୍କ ବାହାଘର I ଜୀବନସାଥୀ ହେବେ ବର୍ଦ୍ଧମାନ ରାଜକୁମାର ଆଦିତ୍ୟ I କୋଭିଡ୍ କଟକଣାରେ ଭୁବନେଶ୍ୱରରେ ମ୍ୟାରେଜ୍
ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅଙ୍କ ବାହାଘର। ଗଜପତି ମହାରାଜାଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ୱର ସ୍ଥିତ ହୋଟେଲ ମେ’ ଫେୟାରରେ ଏହି ହାଇପ୍ରୋଫାଇଲ୍ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଆଶ୍ୱସ୍ତି । ହାଇକୋର୍ଟରୁ ଟୁଡ଼ୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ମାମଲାରେ ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଏହି ସମୟ ଭିତରେ ତଦନ୍ତରେ ସହଯୋଗ କରିବେ କେନ୍ଦ୍ରମନ୍ତ୍ରୀ ।
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହଙ୍ଗାମା । ଆତ୍ମାହୁତି ଦେବା ବେଳେ କାବୁ କଲା ପୋଲିସ । ମହିଳା ଜଣକ ଭାପୁର ଫାଣ୍ଡି ଅନ୍ତର୍ଗତ କୋଇଲିପଙ୍ଗି ଗାଁର ବୋଲି ଜଣାପଡ଼ିଛି । ତାଙ୍କ ୧୦ ବର୍ଷର ନାବାଳିକା ଝିଅକୁ ପଡୋଶୀ ଘର ଲୋକେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସେ ଅଭିଯୋଗ କରିଛନ୍ତି ।
ପୁଣି ମାଓବାଦୀଙ୍କ ବର୍ବରତା । ମାଓ ପୋଷ୍ଟର ଲାଗିଥିବା ସ୍ଥଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । କନ୍ଧମାଳ ଫିରିଙ୍ଗିଆ ଥାନାର ସାଡ଼ିଙ୍ଗିଆ କିଆମୁଣ୍ଡା ନିକଟରେ ବିସ୍ଫୋରଣ ହୋଇଛି । ମାଓବାଦୀ ମାନେ ଲଗାଇଥିବା ପୋଷ୍ଟର ନିକଟରେ ଏହି ଅଘଟଣ ଘଟିଛି ।
ବିଜେଡିର ୨ ମନ୍ତ୍ରୀଙ୍କୁ ଘେରିଗଲେ, ପ୍ରଶ୍ନବାଣରେ କଲେ ଘାଇଲା । ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଯାଇ କୋଣାର୍କ ଅଞ୍ଚଳରେ ହଟହଟା ହୋଇଛନ୍ତି ରାଜ୍ୟ ସରକାରଙ୍କ ଦୁଇ ମନ୍ତ୍ରୀ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଲୋକଙ୍କ ଦ୍ୱାରା ହଟହଟା ହୋଇଛନ୍ତି।
ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି । ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି ।
ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ। କଟକ ଜିଲ୍ଲା ବାଙ୍କୀ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ ଟାୱାରରେ ଯୁବକ ଜଣକ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ଲିଙ୍ଗରାଜଙ୍କ ୧ ଏକରରୁ ଅଧିକ ଜମି ଉପରେ ଘରୋଇ ମାଲିକାନା, ପଟ୍ଟା କରିଥିବାରୁ ଜମି ଛାଡିବାକୁ ନାରାଜ ସ୍ଥାନୀୟ ଲୋକେ ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।
ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ ।
ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ ।ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନୁଗୁଳ ଜିଲ୍ଲା ମାଛକୁଟା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନିଖୋଜ । ଏନେଇ ସମର୍ଥକ ଓ ପରିବାର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ଏଥର ନିର୍ବାଚନରେ ୬ ଜଣ ସରପଞ୍ଚ ପ୍ରାର୍ଥୀ ଅଛନ୍ତି ସେମାନଙ୍କ ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀ ।
ଗତ ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ପାଖାପାଖି ୧୫ ଶହ ରହିଛି । ତେବେ କୁହାଯାଉଛି କି କୋଭିଡ୍ର ତୃତୀୟ ଲହରୀ ସରିବାକୁ ବସିଲାଣି