ସାଇବର କ୍ରାଇମ୍ ମାମଲା ବଢି ବଢି ଚାଲିଛି। ନିତିଦିନ ଆସୁଛି ନୂଆ ନୂଆ ଅଭିଯୋଗ। ଆଖି ପିଛୁଳାକେ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଏଇ ଯେମିତି Payରୁ ଆସିଲା ଖବର... ଉଡ଼ିଗଲା ୩୮ ହଜାର...
ଦିନ ହେଉ କି ରାତି ସବୁବେଳେ ବଡ଼ ସାନ ମଧ୍ୟରେ କଳି ଲାଗୁଛି। ଦିନେ ଜ୍ୱାଇଁ ପୁଅ ଫୋନ କରି କହୁଛନ୍ତି ବଡ଼ ସାନର ମୋଡି ଦେଇଛି... ବାପା ଶୀଘ୍ର ଆସି ପହଂଚି ଯାଅ...
ବାପା ରାଜମିସ୍ତ୍ରୀ କାମ କରୁଛନ୍ତି। ଦୁଃଖକଷ୍ଟରେ ଘର ଚଳୁଛି। ଆଉ ପୁଅ ୱାର୍ଲଡ ଚାମ୍ପିୟନ ହେବ ବୋଲି ସ୍ୱପ୍ନ ଦେଖୁଛି। ଖାଲି ସ୍ୱପ୍ନ ଦେଖୁନି, କଳାହାଣ୍ଡିରୁ କଲମ୍ବିଆ ଯିବାକୁ ଟିକେଟ୍ ପାଇ ସାରିଛି। ପୁଅର ସଫଳତାରେ ବାପା, ମା ସମସ୍ତେ ଖୁସ୍... ପୁଅର ପଦକ ଧରି ଖୁସିରେ ଆତ୍ମବିଭୋର ହେଉଛନ୍ତି... ଦେଖନ୍ତୁ ରିପୋର୍ଟ…
ମନ ଥରେ ଫାଟି ଗଲେ ଆଉ କଣ ଯୋଡି ହେବ କି? ସଂପର୍କର ଡୋରି ଥରେ ଛିଣ୍ଡି ଗଲେ କେବେ ହେଲେ ଯୋଡି ହୋଇନଥାଏ। ଯାହା ଘଟିଲା ରଶ୍ମିତା-ଶମ୍ୱୁନାଥଙ୍କ କ୍ଷେତ୍ରରେ। ଯିଏ ଯେତେ ଚାହିଁଲେ ବି ଏକାଠି ହେଲେନି ରଶ୍ମିତା-ଶମ୍ୱୁନାଥ
କ’ଣ ନ ଦେଖିଲାରେ ଏ ନେତ। ମନ୍ତ୍ରୀ ମହାଶୟ କୋଉଠି ଥିଲେ କେଜାଣି। ମଗ ଧରି ହଠାତ୍ ଆସି ପାଇଖାନା ଭିତରେ ପଶିଗଲେ। ଆଉ ବାହାରିବା ପରେ ବିଡ଼ିଓଙ୍କ ଉପରେ ହେଲେ ଖାଲି ରାଉରାଉ...
ଅନୁଭବ, ବର୍ଷା ପାରିବାରିକ ବିବାଦରେ ନିଇତି ଯୋଡି ହେଉଛି ନୂଆ ଫର୍ଦ୍ଦ । ଦୁହିଁଙ୍କ ମଧ୍ୟରେ ଜାରି ରହିଛି ଆରୋପ-ପ୍ରତ୍ୟାରୋପ । ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ସାଇବର ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
ବିଦ୍ୟାର ମନ୍ଦିରରେ ଭୟ ଓ ଆତଙ୍କର ବାତାବରଣ । ଟେକ୍ସାସ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଗୁଳିକାଣ୍ଡ ଭୟାଭୟ ବାତାବରଣ ସୃଷ୍ଟି କରିଛି । ଆତଙ୍କିତ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ଶିକ୍ଷକ ଶିକ୍ଷୟିତ୍ରୀ ନେଉଯାଉଥିବା ବେଳେ ଅନ୍ୟପଟେ ଶୋକରେ ଡୁବି ରହିଛନ୍ତି ଅଭିଭାବକ । ପରସ୍ପରକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି ।
ଲାଲୁଙ୍କ ବାପା ମାଆ ଦେଖାଉଛନ୍ତି ସଫଳତାର ପଦକ । ନିଜ ମେହନତରେ ପଦକ ହାସଲ କରିଛନ୍ତି ଲାଲୁ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାରେ ତାଙ୍କ ଘର ।
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଆଜି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ ହାତୀବେଶ ଦର୍ଶନର ସୁଯୋଗ ମିଳିବ ।
ମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଗୋବର୍ଦ୍ଧପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ଗଜପତି ମହାରାଜା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ପରେ ଗତକାଲି ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଏଏସ୍ଆଇ, ଓବିସିସି, ସ୍ଥପତି, ଐତିହାସିକ, ଗବେଷକ ଓ ସେବାୟତଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ପୁଣି କାଳ ହେଲା କଳିଙ୍ଗା । ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଡେଥ୍ ଜୋନ୍ ସାବ୍ୟସ୍ତ ହେଲା ଗଂଜାମ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା । ମଙ୍ଗଳବାର ରାତି ପ୍ରାୟ ୧୨ଟା । ପଶ୍ଚିମବଙ୍ଗର ହାଓ୍ୱଡ଼ା ଅଞ୍ଚଳର ପ୍ରାୟ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗିବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା ସାଗର ଓ ସମ୍ରାଟ୍ ନାମକ ବସ୍ ।
ଏ ବିବାଦ ଆଜିକାର ନୁହେଁ। ବିବାଦ ବହୁ ଦିନର। ଜାଣନ୍ତୁ କେବେ ଓ କାହିଁକି ଦେଖା ଦେଇଥିଲା ଜ୍ଞାନବାପୀ ମସଜିଦ୍ ବିବାଦ...
ବିବାଦରେ କେବେ ପଡିବ ପୂର୍ଣ୍ଣଛେଦ। କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦ୍ ବିବାଦକୁ ନେଇ ସାରା ଦେଶରେ ଚର୍ଚ୍ଚା...
ଆମେ ସ୍ମାର୍ଟ ପିଲା। ସରକାର ଆମ ପାଇଁ ସବୁ କିଛି କରିଛନ୍ତି। ସ୍ମାର୍ଟ ପିଲା ମାନେ ସ୍ମାର୍ଟ ନାଚିବା ନିହାତି ଦରକାର...
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପ୍ରଥମ ଥର ପାଇଁ ଜ୍ଞାନବାପୀ ବିବାଦ ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ, ମୋକଦ୍ଦମା ସହ ଜଡିତ ପ୍ରତିଟି ଦଲିଲ୍ ଏବେ ଜିଲ୍ଲା ଜଜଙ୍କ ଅଦାଲତରେ ପହଞ୍ଚି ସାରିଛି...
ଗୋଟିଏ ଜାଗାରେ ସ୍ୱୟମ-ଜାଗୃତି-ସୋହିନୀ। ଖୁବ୍ କଲେ ମଜା ମସ୍ତି। କହିଲେ ଉଭୟ ଉଭୟଙ୍କ ଗୁମର କଥା...
ଏ କଳି ଆଉ କେଉଁଥି ପାଇଁ ନୁହେଁ, କେବଳ ଖୋଲାଖୋଲି ପାଇଁ ଏ କଳି। ଯେଉଁଥି ପାଇଁ ମଂଚ ଉଠିଲା ପଡିଲା। ଆଉ ଶେଷରେ କିଏ
ଲିଚୁ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଖଣ୍ଡାଧାର ଅଂଚଳର ଚାଷୀଙ୍କ ଆଖିରେ ଲୁହ। ଖରାଦିନେ ଦୁଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲିଚୁ ଚାଷୀ ଏବେ ଚିନ୍ତାରେ। କାରଣ, ଲାଲ ବଦଳରେ କଳା ଲିଚୁ ଦେଖି ମୁହଁ ମୋଡୁଛନ୍ତି ଗ୍ରାହକ..
ଆଗ ପ୍ରଥମ, ତା ପରେ ଯାଇ ଦ୍ୱିତୀୟ କଥା ଆସିବ। ସ୍ୱାମୀ ପାଖରେ ରହିବାର ଅଧିକାର ପ୍ରଥମ ସ୍ତ୍ରୀର ରହିଛି। ଏବେ ପଛଘୁଞ୍ଚା କାହିଁକି...
ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ବିଷୋଦଗାର କରିବା ପରେ ବର୍ଷା ବି ଛାଡିନାହାନ୍ତି । ବର୍ଷା କହିଛନ୍ତି, ବିଶ୍ୱାସରେ ବାହା ହୋଇ ମୁଁ ତଳିତଳାନ୍ତ ହୋଇଛି । ଅନେକ ମନଗଢା କାହାଣୀ କହିଛନ୍ତି ସ୍ୱାମୀ ଅନୁଭବ ।
ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବ। ଯିଏ ଦେଖିଛି, ସେ ହିଁ କହିପାରିବ ସବୁ କିଛି। ଶୁଣୁନ, ମ୍ୟାଡମଙ୍କ ବିଷୟରେ କ’ଣ କହୁଛନ୍ତି ଏମାନେ...
ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସ୍ରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି ।
ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଅନୁଭବ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି । ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।
ଦିନ ତଳେ ରାତି ଅଧରେ, ଆଜି ଦିବାଲୋକରେ । ପୁରୀ ଏମାର ମଠ ଖନନ ସ୍ଥଳରେ ପୁଣି GPR ସର୍ଭେ । ସର୍ବେକ୍ଷଣରେ ୩ ମେସିନ୍, ୫ ଇଂଜିନିୟର ଓ ୮ କର୍ମଚାରୀ । ଯେଉଁଠୁ ଐତିହ୍ୟ ସିଂହମୂର୍ତ୍ତି ମିଳିଥିଲା ସେଇଠି ବି ସର୍ଭେ । ଦିନ ଗଡୁଛି ତ ବିବାଦ ବି ବଢୁଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ନିଇତି ଆସୁଛି ନୂଆ ତଥ୍ୟ ନୂଆ ଅଭିଯୋଗ ।
ନୂଆ ସଭାପତିଙ୍କ ନୂଆ ମିଶନ । ୬ ମାସରେ ରାଜ୍ୟରେ ଜୀବନ ପାଇବ କଂଗ୍ରେସ । ସଂଗଠନ ସ୍ତରରେ ଆସିବ ବଡ଼ ପରିବର୍ତ୍ତନ । ସଭାପତି ଦାୟିତ୍ୱ ନେବା ପରେ ଆଜି ଗଣମାଧ୍ୟମ ଆଗରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ।