ଯଜ୍ଞ ଚାଲିଛି, ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଏରିଆ କମ୍ପୁଛି । ଧୁଧୁ ଖରାରେ ଭକ୍ତଙ୍କର ଲାଗିଛି ଲମ୍ବା ଲାଇନ୍ । ପ୍ରଭୁ ଶନିଦେବଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁଙ୍କର ଏମିତି ଲାଗିଛି ଗହଳି । ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳନ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ଆଉ ପୂଜା ଲାଗି ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ଶନିଶ୍ଚର ଦେବଙ୍କ ପୀଠରେ ଲାଗେ ଭକ୍ତଙ୍କ ପ୍ରବଳ ଗହଳି
Published: Sarbeswar
Last updated: 30 April 2023, 04:49 PM IST
ନାହିଁନାହିଁରେ ଚାଲିଛି ବାଣପୁର ଏନଏସି । ନା ଅଛି ଡ୍ରେନର ବ୍ୟବସ୍ଥା ? ନା ଅଛି ସ୍ୱଛ ପରିମଳ ବ୍ୟବସ୍ଥା ? ମାସ ମାସ ଧରି ଷ୍ଟ୍ରିଟ୍ ଲାଇଟ୍ ଅଚଳ ହେବାରୁ ଅନ୍ଧାରରେ ରହୁଛି ପୂରା ଏରିଆ । ଏମିତିକି ଅସରାଏ ବର୍ଷା ହେଲେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଆଉ ଏତେ ସବୁ ସମସ୍ୟା ଭିତରେ ଏବେ ଯୁଝି ହେଉଛନ୍ତି ଅର୍ଦ୍ଧ ଶତାବ୍ଦୀର ସହର ବାଣପୁର