• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

WaterCrisis
ଘରକୁ ଘର ପାଇପ୍ ଯୋଗେ ସ୍ୱଚ୍ଛ ପାଣି ଟୋପେ ମିଳୁନି ତେବେ କେଉଁ କାମକୁ ‘ବସୁଧା’

ଆଉ କେତେ ବିଫଳତାର ଉଦାହରଣ ଦେଖିଲେ ଚେତିବେ ସରକାର? ଲୋକଙ୍କୁ ‘ବସୁଧା’ ଯୋଜନାରେ ପାଣେ ଟୋପେ ତ ମିଳୁନି, ଏଠି କେବଳ ଲୋକେ ଯାହା ହନ୍ତସନ୍ତ ହେବା କଥା । ଆଜି ବି ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି ତେଲକୋଇ ତାଳପଦା ଗାଁର ଲୋକେ

  • Monday, 12 June 2023
Basudevpur
5T ସଚିବଙ୍କୁ ଭେଟିବାକୁ ଆସିଥିଲେ, ଗରମ ଓ ଗୁଳୁଗୁଳି ସହି ନପାରି ୫ ମହିଳା ଅସୁସ୍ଥ

ଅସହ୍ୟ ହେଲା ଗରମ ଓ ଗୁଳୁଗୁଳି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ 5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ମହିଳାମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଏବେ ସମସ୍ତ ୫ ଜଣ ଅସୁସ୍ଥ ମହିଳାଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

  • Monday, 12 June 2023
Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଛି । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଛି । ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ସଂପୃକ୍ତ ଯୁବତୀ ଅଭିଯୋଗ କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ଜଗତପୁର ଥାନାକୁ ଯାଇଥିଲେ, ପରେ ସେଠାରୁ ପୋଲିସ ମହିଳା ଥାନା ପଠାଇଥିଲା ।

  • Monday, 12 June 2023
Delay in construction of bridge
କଣ୍ଟ କେବେଠୁ ସରିଲାଣି ହେଲେ ଏଯାଏ ବ୍ରିଜ୍ କାମ କରୁନି

ରାଉରକେଲାରେ ଧିମା ଗତିରେ ଚାଲିଛି ନବୀନ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବେ ତାର କଣ୍ଟ ତ ପୁରିଲାଣି ତଥାପି ବ୍ରିଜ୍ କାମ ସରୁନି । କେବେ ସରିବ ତାହା ବି ଅଧିକାରୀଙ୍କୁ ଜଣାନାହିଁ । ସେପଟେ କୋଏଲ ବ୍ରିଜ୍ କୁ ନେଇ ଆଶା ବାନ୍ଧି ବସିଛନ୍ତି ରାଉରକେଲା ଓ ଆଖପାଖ ଅଞ୍ଚଳର ଲୋକ । ନିର୍ବାଚନ ବୈତରଣୀ ପାର୍ ହେବାକୁ ହୁଏତ କାମ ଧିମା ହେଉଥିବା ଆଶଙ୍କା କରୁଛନ୍ତି ଲୋକେ.....

  • Monday, 12 June 2023
Minister of Energy of Odisha
ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼; ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ କଲା ଛାତ୍ର କଂଗ୍ରେସ

ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

  • Monday, 12 June 2023
Odisha train accident
ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା :୨ ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା ଟ୍ରେନ ଦୁର୍ଘଟଣାରେ ୨ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର ୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟେକନିସିଆଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି । କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ଦୁଇ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ । ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

  • Monday, 12 June 2023
News Fuse
ଅଙ୍ଗନବାଡ଼ି ଜରିଆରେ ସରକାର ଯୋଗାଇ ଦେଉଥିବା ଛତୁଆ, ସୁଜିରେ ପ୍ରବଳ ପୋକ

ହଇରେ ନାରଣ ! ଇଏ ସବୁ କଣ ଦେଖିବାକୁ ମିଳୁଛିରେ? ଅଙ୍ଗନବାଡ଼ି ଜରିଆରେ ସରକାର ଯୋଗାଇ ଦେଉଥିବା ଛତୁଆ,ସୁଜିରୁ ବାହାରୁଛି ପ୍ରବଳ ପୋକ ଆଉ ଜୋକ...

  • Monday, 12 June 2023
electric power cut
ମନ୍ତ୍ରୀ ଖୋଲିଦେଲେ ନିଜ ବିଭାଗର ଗୁମର; ବିଜୁଳି ବିଭ୍ରାଟ ପଛରେ ଦୁର୍ବଳ ଭିତ୍ତିଭୂମିକୁ ଇସାରା

ପାୱାର କଟ୍‌କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଲାଣି । ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଥିବାବେଳେ ଖୋଦ ବିଜେଡି ସାଂସଦ ବି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ।

  • Sunday, 11 June 2023
Newborn baby boy abandoned by parents in hospital toilet rescued
୪ ଦିନର ଶିଶୁକୁ ମେଡିକାଲ ଲାଟିନରେ ଛାଡ଼ି ପଳାଇଲେ ବାପା-ମାଆ

ନବଜାତ ଶିଶୁଟି ଗୁରୁତର ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ହସ୍ପିଟାଲର ପରିତ୍ୟକ୍ତ ଲାଟ୍ରିନ୍ ରୁମରେ ଛାଡ଼ି ପଳାଇଲେ ବାପା ମାଆ। ତେବେ ସୈାଭାଗ୍ୟବତଃ ୪ ଦିନର ଛୁଆଟିକୁ ଜୀବିତ ଅବସ୍ଥାରେ ଉଦ୍ଧାରି କରିଛି ପୋଲିସ ଓ ଚାଇଲଡଲାଇନ୍। ବ୍ରହ୍ମପୁର ସହରର ଏକ ଘରୋଇ ନର୍ସିଂହୋମରୁ ଶିଶୁଟିକୁ ଉଦ୍ଧାର ପରେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଏଭଳି ଦାୟିତ୍ୱହୀନତା ଲାଗି ଛୁଆର ବାପା-ମାଆ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କେସ୍ ଠୁଙ୍କିଛି ପୋଲିସ୍।

  • Sunday, 11 June 2023
Heritage corrider
ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ?

ମୁଣ୍ଡ ଉପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ଏଯାଏଁ ସରି ପାରିଲାନି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ। ଦିନରାତି ଖୋଳା ପୋତା ସାଙ୍ଗକୁ ବିଛାଡ଼ି ହୋଇପଡ଼ିଛି ନାନା ଯନ୍ତ୍ରପାତି। ତଥାପି ଜିଲ୍ଲା ପ୍ରଶାସନ ଜୁନ୍ ୨୦ ପୂର୍ବରୁ ସାରିଦେବାକୁ ପ୍ରତିଶ୍ରୁତି ଦେଇଛି। ଏଣେ ଅଧାପନ୍ତରିଆ କାମ ଓ ମୂଳ ଡିଜାଇନରେ ମନଇଚ୍ଛା ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଖୋଦ୍ ପରିଚାଳନା କମିଟି ସଦସ୍ୟ।

  • Sunday, 11 June 2023
Hockey player’s statue falls to ground in Odisha’s Rourkela
ନିର୍ମାଣର ୫ ମାସ ନପୂରୁଣୁ ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ

ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସ ଯାଇନି ଆଜି ତାହା ଭାଙ୍ଗି ମାଟିରେ ଲୋଟିପଡିଛି । ତେବେ ଏତେ ବଡ଼ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା ସେନେଇ ପ୍ରଶ୍ନ ଉଠିଛି । ସାମାନ୍ୟ ବର୍ଷା ପବନରେ ଏମିତି ହୋଇଥିବା କୁହାଯାଉଥିବା ବେଳେ ନିମ୍ନମାନର କାମ ହୋଇଥିବା ବି ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ କହିଛି, ଘଟଣାର ତଦନ୍ତ ହେବ ।

  • Sunday, 11 June 2023
Rift in BJD poses challenge for appointment of district presidents
ବିଜେଡି ଜିଲ୍ଲା ସଭାପତି ଚୟନକୁ ନେଇ ଟଣାଓଟରା

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ। ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡ଼ା ସଙ୍ଗଠନକୁ ସଜାଡ଼ିବା ଲାଗି ବିଜେଡିର କସରତ। ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ୫ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ପାଇଁ ଚାଲିଛି ଅଙ୍କ କଷା। ବାଲେଶ୍ବର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା, ଢେଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ରାଉରକେଲାରେ ସାରଦା ନାୟକ, କୋରାପୁଟରେ ଈଶ୍ବର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ପଦରୁ ପ୍ରଶାନ୍ତ ମୁଦୁଲି ଇସ୍ତଫା ଦେଇଥିବା କୁହାଯାଉଛି।

  • Sunday, 11 June 2023
Elderly beneficiaries allege irregularities in pension distribution
ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

କିଏ ଟଙ୍କା ୫ ଶହ ପାଇଁ ତ ଆଉ କିଏ ୭ ଶହ ଟଙ୍କା ପାଇଁ ହୀନସ୍ତା ହେଉଛି। ବୟସର ଅପରାହ୍ଣରେ ନାନା ହଇରାଣ ହରକତ ହେଉଛନ୍ତି ଭତ୍ତା ଗଣ୍ଡିକ ପାଇଁ। କେଉଁଠି ଲାଞ୍ଚ ନଦେଲେ ଭତ୍ତା ମିଳୁନାହିଁ ତ ଆଉ କେଉଁଠି ବାଟ ମାରଣା ହେଉଥିବା ଅଭିଯୋଗ। ଆଜି ଆମେ ଗଞ୍ଜାମ ଖଲ୍ଲିକୋଟ ଏବଂ ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳର ଦୁର୍ଦ୍ଦଶାର କାହାଣୀ କହୁଛୁ। ଯେଉଁଠି ବୃଦ୍ଧବୃଦ୍ଧାଙ୍କ ପ୍ରତି ସରକାରୀ ଉଦାସୀନତା ଜଳ ଜଳ ବାରି ହେଉଛି

  • Sunday, 11 June 2023
2 women lock horns claiming
ଛୁଆ ଗୋଟିଏ..ଦାବିଦାର ୨

ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା

  • Sunday, 11 June 2023
Driver installs cooler in his auto-rickshaw
ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌

  • Sunday, 11 June 2023
This impoverished student
ପୁଅକୁ ପଢାଇବା ଲାଗି ହାଣ୍ଡିଆ ବିକୁଛି ମାଆ

ଇଏ ବି ଜଣେ ମାଆ । ପୁଅକୁ ପାଠ ପଢାଇବାକୁ ବିକ୍ରି କରୁଛି ହାଣ୍ଡିଆ ...ସେପଟେ ମାଆର କଷ୍ଟକୁ ଦେଖିନପାରି କଲେଜରୁ ଆସି ପର ଦୁଆରେ ମୂଲ ଲାଗୁଛି ପୁଅ । ଏବେ କଳାରେ ରଖିଲେ ୬୯ ପ୍ରତିଶତ ନମ୍ବର

  • Sunday, 11 June 2023
 Awas scheme
୩୦ ବର୍ଷ ହେଲା ଧାଉଁଛୁ : ଆବାସ ପାଉନୁ

ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ

  • Sunday, 11 June 2023
poultry faming
ଭାଗ୍ୟ ବଦଳାଇ ଦେଲା ୟୁଟ୍ୟୁବ୍‌....ରୋଜଗାର ଏବେ...

କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

  • Sunday, 11 June 2023
Gusty wind damages martial arts school
ଏଇଠି କିଛି ନାହିଁ, ଜାତୀୟ ସ୍ତରରେ ନାଁ କେମିତି କମାଇବୁ?

ଆଜବେଷ୍ଟସ୍‌ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ?

  • Sunday, 11 June 2023
prakruti mishra
ସଞ୍ଜୟଙ୍କ ନାଁରେ ଥାନାରେ ଏତଲା ଦେଲେ ପ୍ରକୃତି

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।

  • Saturday, 10 June 2023
Yojanara Na Hariloot
ହିତାଧିକାରୀଙ୍କ ଅଜାଣତରେ ଆବାସ ଟଙ୍କା ଆତ୍ମସାତ୍‌

ହିତାଧିକାରୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ଉଠିଛି ଟଙ୍କା । ହଜାରେ କି ୨ ହଜାର ନୁହେଁ ଲକ୍ଷଲକ୍ଷ ଟଙ୍କାର ହୋଇଛି ଦୁର୍ନୀତି

  • Saturday, 10 June 2023
Khola Katha
ବେଲଗୁଣ୍ଠାରୁ ବୈଜ୍ଞାନିକ : କେମିତି ଥିଲା ଯାତ୍ରା?

୨୦୦୮ ଟର୍ଣ୍ଣିଂ ପଏଣ୍ଟ? ସମସ୍ତେ ଚାହୁଁଥିଲେ ଡାକ୍ତର କି ଇଞ୍ଜିନିୟର ହୁଏ । କିନ୍ତୁ ମୋର ଇଚ୍ଛା ନଥିଲା...ରୋଜଗାର କରିବାର ଇଚ୍ଛା ଥିଲା । ତେଣୁ ମୁଁ ଆଜି ବୈଜ୍ଞାନିକ ହେଲି : ଡ. ପ୍ରୀତମ ପଣ୍ଡା, ଯୁବ ବୈଜ୍ଞାନିକ

  • Saturday, 10 June 2023
Odisha train tragedy
ଚାଲିଛି ରେଳ ଦୁର୍ଘଟଣା ପଛର କାରଣ ଖୋଜା

ବାହାନଗା ରେଳ ଦୁର୍ଘଟଣା ପଛର ଖୋଜା ଚାଲିଛି କାରଣ । ସିବିଆଇର ୩ଟି ଟିମ୍ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି। ଲଗବୁକ୍, ରିଲେ ପାନେଲ ସହ ସିଗ୍ନାଲିଂ ସିଷ୍ଟମର ଉପକରଣକୁ ସିବିଆଇ ସିଲ୍ କରି ରଖିଥିବାରୁ ବାହାନଗାରେ ବାତିଲ କରିଦିଆଯାଇଛି ଟ୍ରେନ ଷ୍ଟପେଜ୍ ।

  • Saturday, 10 June 2023
jewellery & cash
ସବୁ ତ ନେଇଗଲେ...ମୋ ଭଉଣୀ ବାହାଘର ହେବ କେମିତି?

ଭଉଣୀ ବାହାଘର ପାଇଁ ସାଇତି ରଖିଥିଲେ ସୁନା, ଟଙ୍କା । ଅଧ ରାତିରେ ଘରେ ପଶିଗଲେ ଚୋର...ଗଡରେଜ ତାଡି ସବୁ ନେଇଗଲେ । ଏବେ ଭାଇ ପଚାରୁଛି ଭଉଣୀ ବାହାଘର ମୁଁ କେମିତି କରିବି?

  • Saturday, 10 June 2023
Train Accident
ଆଖି ଆଗରେ ନାଚୁଛି ବାହାନଗା ଟ୍ରାଜେଡିର ବୀଭତ୍ସ ରୂପ, ମାନସିକ ଦୁଃସ୍ଥିତିରୁ ବାହାରି ପାରୁନାହାନ୍ତି ଉଦ୍ଧାରକାରୀ 

ବଡ଼ ବଡ଼ ଦୁର୍ଘଟଣା କିମ୍ବା ଅଘଟଣକୁ ଦେଖିଥିବା, ଅଙ୍ଗେ ନିଭାଇଥିବା କିମ୍ବା ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ସେ ଦୃଶ୍ୟ ବିଚଳିତ କରିବା, ବାରମ୍ବାର ମନେ ପଡିବା କିମ୍ବା ସ୍ବପ୍ନରେ ଆସିବାକୁ ଡାକ୍ତରୀ ଭାଷାରେ ପୋଷ୍ଟ ଟ୍ରମାଟିକ୍ ଷ୍ଟ୍ରେସ୍ ଡିଜଅର୍ଡର ବୋଲି କୁହାଯାଏ।

  • Saturday, 10 June 2023