ପାୱାର କଟ୍କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଲାଣି । ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଥିବାବେଳେ ଖୋଦ ବିଜେଡି ସାଂସଦ ବି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ।
Published By: Sarbeswar
Last updated: 11 June 2023, 10:33 PM IST
ନବଜାତ ଶିଶୁଟି ଗୁରୁତର ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ହସ୍ପିଟାଲର ପରିତ୍ୟକ୍ତ ଲାଟ୍ରିନ୍ ରୁମରେ ଛାଡ଼ି ପଳାଇଲେ ବାପା ମାଆ। ତେବେ ସୈାଭାଗ୍ୟବତଃ ୪ ଦିନର ଛୁଆଟିକୁ ଜୀବିତ ଅବସ୍ଥାରେ ଉଦ୍ଧାରି କରିଛି ପୋଲିସ ଓ ଚାଇଲଡଲାଇନ୍। ବ୍ରହ୍ମପୁର ସହରର ଏକ ଘରୋଇ ନର୍ସିଂହୋମରୁ ଶିଶୁଟିକୁ ଉଦ୍ଧାର ପରେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଏଭଳି ଦାୟିତ୍ୱହୀନତା ଲାଗି ଛୁଆର ବାପା-ମାଆ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କେସ୍ ଠୁଙ୍କିଛି ପୋଲିସ୍।