ବହୁ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପିଏମ୍ ଆବାସ ଯୋଜନାରେ ଘର ବଣ୍ଟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ମଂଜୁର କରିଥିବା ପ୍ରାୟ ୯ଲକ୍ଷ ୫୦ ହଜାର ଘର ଲାଗି କାର୍ଯ୍ୟଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିପାଇଁ ଅନଲାଇନରେ ଦିଆଯିବ କାର୍ଯ୍ୟାଦେଶ। ସେପଟେ କାଳେ ଆବାସ ବଣ୍ଟନରୁ ମୋଦି ସରକାର ମାଇଲେଜ୍ ନେଇଯିବେ, ସେଥିପାଇଁ ଆସନ୍ତାକାଲିଠାରୁ ମୋ ଘର ଯୋଜନାରେ ଆବେଦନ ଗ୍ରହଣ କରିବେ ରାଜ୍ୟ ସରକାର । ଯାହାକୁ ନେଇ ପୁଣି ତେଜିଛି ରାଜନୀତି ।
ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ। ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ବାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି। ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି ପ୍ରଶାସନ କହୁଥିଲାବେଳେ ବାସ୍ତବ ସ୍ଥିତି ପରଖିଥିଲା ଓଟିଭି ଟିମ୍।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ହେଲେ ଏବର୍ଷ ଉଭା ନଥିବାରୁ ଶ୍ରଦ୍ଧାଳୁଙ୍କୁ ମାତ୍ର ୩ ଘଣ୍ଟାର ନବ ଯୌବନ ଦର୍ଶନ ସୁଯୋଗ ମିଳିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ଦଶମୂଳକ ମୋଦକ ସେବନ ପରେ ଶ୍ରୀଜୀଉଙ୍କ ସୁସ୍ଥତା ଖବରକୁ ଗଜପତିଙ୍କୁ ଜଣାଇବା ପାଇଁ ଆଜି ସଂପନ୍ନ ହୋଇଛି ରାଜପ୍ରାସାଦ ବିଜେ ନୀତି ।
ଗୁଜରାଟ ଉପକୂଳ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଆରମ୍ଭ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା। ପବନର ବେଗ ବଢ଼ିବାରେ ଲାଗିଛି, ବର୍ଷା ବି ଜୋରଦାର ଛେଚୁଛି। ଘଣ୍ଟାପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ବହୁଛି ପବନ। ସେପଟେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ୩ ସେନା, କୋଷ୍ଟଗାର୍ଡ ଓ ବିପର୍ଯ୍ୟୟ ପ୍ରଶମନ ବାହିନୀ ।
ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।
ରାଜଧାନୀ ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା କୋଚିଂ ସେଣ୍ଟରରେ ଲାଗିଛି ନିଆଁ
ଜୁନ୍ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍ମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ବୟସ ୭୦ ହେଲାଣି ହେଲେ ଏବେ ବି ରଜକୁ ନେଇ ମଉଜ ମନରୁ କମିନି; ଦୋଳି ଖେଳିଲେ ଗୀତ ଗାଇଲେ....
ବିଦେଶରେ ମଧ୍ୟ ଧୂମଧାମରେ ପାଳିତ ହୋଇଛି ରଜପର୍ବ । ଆମେରିକାର ଓରଲାଣ୍ଡୋରେ ଓଡ଼ିଆ ପରିବାର ପକ୍ଷରୁ ଧୂମଧାମରେ ପାଳିତ ହୋଇଛି ରଜ ଉତ୍ସବ...
କାଲି ସରିଯିବ ରଜ, ତେଣୁ ଆଜି ରଜ ସଂକ୍ରାନ୍ତିରେ ଡବଲ ମଜା କରୁଛନ୍ତି ଯୁବତୀ...
ବିନା ରଙ୍ଗରେ ଯେମିତି ହୋଲି ଅସମ୍ଭବ ଠିକ୍ ସେମିତି ବିନା ପାନରେ ସେ କି ରଜ ମଉଜ ? ଏଠି ୨୦ ପ୍ରକାର ମସଲାରେ ତିଆରି ମିଠା ପାନ ମିଳୁଛି
ରଜ ଅବସରରେ ଭୁବନେଶ୍ୱରରେ ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ହୋଇଛି ବିଶେଷ ଆୟୋଜନ । ସ୍ଥାନୀୟ ଦୁର୍ଗାପୂଜା ପଡିଆରେ ବିଭିନ୍ନ ରକମର ଦୋଳିର ପଡିଛି । ଲୋକଙ୍କ ମନୋରଂଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।
ଉପକୂଳ ଓଡ଼ିଶାରେ ପାଗରେ ଆକସ୍ମିକ ପରିବର୍ତ୍ତନ ଓ ଅନୁକୂଳ ପରିବେଶ ପରେ ଆଜି ବେଶ୍ ଜମିଛି ପହିଲି ରଜ। ଗାଁଠୁ ସହର ଯାଏଁ ସବୁଠି ମହକିଛି ପୋଡ଼ ପିଠାର ବାସ୍ନା, ମନ ମୋହିଛି ରଜପାନ।
ସାମାନ୍ୟ ମଟନ୍ ପାଇଁ ଭାଙ୍ଗିଗଲା ବାହାଘର। ମାଛ, ମାଂସ, କ୍ଷୀରି ତରକାରି ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ପରିମାଣର ଭୋଜିଭାତ ହୋଇଥିଲେ ବି ବରଯାତ୍ରୀଙ୍କୁ ମଟନ୍ ପାଇଲାନି ବୋଲି ବର ସାଙ୍ଗ କଲେ ହଙ୍ଗାମା।
ରକ୍ତ ଅଭାବରୁ ଗୋଟିଏ ବି ଜୀବନ ନଯାଉ। ସେଇଥିଲାଗି ରକ୍ତଦାନକୁ ଜୀବନର ବ୍ରତ କରିଛନ୍ତି ଅନେକ ରକ୍ତଦାତା।
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁର ଏହି ଅଭାବନୀୟ ଘଟଣା ସମଗ୍ର ଅଂଚଳରେ ଶୋକ ଖେଳାଇ ଦେଇଛି । ୧୦ ବର୍ଷର ପୁଅକୁ ଝୁରି ହେଉଛି ପୁରା ଗାଁ ।
ଅଭିନୟ ପାଇଁ ପୁଣି ସେହି କମ୍ପ୍ରମାଇଜ କଥା..ପୁଣି ସେହି କାଷ୍ଟିଂ କାଉଚ୍ ଅଭିଯୋଗର ବ୍ୟଥା..ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଧାରାରେ ଆସି ଓଲିଉଡରେ ଶହେରୁ ଶହେ ଏକ୍ ପ୍ରତିଶତ କାଷ୍ଟିଂ କାଉଚର ଅଭିଯୋଗ ଆଣି ବର୍ଷିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।
ମୌସୁମୀ ବର୍ଷା ଆସୁଛି, ଏଣେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ରବି ଧାନ ପଡ଼ିଛି।
ରାଜ୍ୟର କୋଣ ଅନୁକୋଣରେ ବିଦ୍ୟୁତ ଭିତ୍ତିଭୂମିର ବିକଳ ଚିତ୍ର। କେଉଁଠି ମାଟି କାମୁଡ଼ିଛି ବିଦ୍ୟୁତ ଖୁଣ୍ଟ, ତ ଆଉ କେଉଁଠି ଅପେକ୍ଷା କରିଛି ମାତ୍ର ଦଲକାଏ ପବନକୁ।
ଅଘୋଷିତ ପାୱାର କଟ୍କୁ ନେଇ ଅଡୁଆରେ ରାଜ୍ୟ ସରକାର । ବଢୁଛି ଜନ ଅସନ୍ତୋଷ, ହରଡ଼ଘଣାରେ ଶକ୍ତି ବିଭାଗ! ପ୍ରସଙ୍ଗ ଏଡ଼ାଇବାକୁ ଗ୍ୟାସ୍ ଦରବୃଦ୍ଧି ନେଇ ବିଜେଡିର ପ୍ରତିବାଦ । ବିଜେପିର ବିଦ୍ୟୁତ୍ କାଟ୍ ବନାମ୍ ବିଜେଡିର ମହଙ୍ଗା ଗ୍ୟାସ୍ ।
ବିଚାର ବିଭାଗୀୟ ହାଜତକୁ ଗଲେ ତାମିଲନାଡୁ ମନ୍ତ୍ରୀ, ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ
ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା, ବାଟବରଣୀ ବି ହୋଇଥିଲା । ଏହାପରେ ଭୋଜି ଖାଇବାକୁ ପହଞ୍ଚିଥିଲେ ବରଯାତ୍ରୀ ।
ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ..ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି..ସ୍ଥଗିତ ନେଇ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି
ପହିଲି ରଜରେ ଗାଁରୁ ସହର ଚାରିଆଡ଼େ ହସଖୁସିର ଆସର ଜମିଥିବା ବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ମା’ର କୋଳଶୂନ୍ୟ କରିଦେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ । ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ନିମପୁର ଗାଁ ନିକଟରେ ।
ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ ରଜ ଉତ୍ସବ ପାଳନ । ନୂଆ ପୋଷାକ, ପିଠା ମିଠା ସହ ରଜ ଆସର । ଜଙ୍ଗଲ ଘେରା ବାଞ୍ଚିଆମା ଅଦିବାସୀ ବସ୍ତିରେ ପାଳନ କରାଯାଉଛି ରଜ ।