Advertisment

୧୨ ବର୍ଷ ପରେ ପୁଣି କ୍ରିକେଟ୍ ବିଶ୍ୱକପ ଫାଇନାଲରେ ଭାରତ

ଟିମ୍ ଇଣ୍ଡିଆ ହାତ ପାହାନ୍ତାରେ ୱାଲର୍ଡ କପ୍ ଟ୍ରଫି। ୧୨ ବର୍ଷ ପରେ ପୁଣି କ୍ରିକେଟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହ ୨୦୧୯ ପରାଜୟର ବଦଲା ନେଇଛି ।

author-image
Santosh Kumar Sahoo

ପୁରା ଶାନ୍ତ ପଡି ଯାଇଥିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ। କାମ ଦେଉ ନ ଥିଲା ଭାରତୀୟ ବୋଲିଂ। ଧୂଆଁଧାର ବ୍ୟାଟିଂ କରୁଥିଲେ କେନ୍ ୱିଲିୟମସନ୍ ଆଉ ଡେରିଲ ମିଚେଲ୍। ପ୍ରତି ଓଭରରେ ମାରୁଥିଲେ ଚୌକା ଆଉ ଛକ୍କା। ୨୯ତମ ଓଭରରେ ଯଶପ୍ରୀତ ବୁମରାଙ୍କ ବଲରେ ମିଡ୍ ଅନରେ କ୍ୟାଚ୍ ଦେଇଥିଲେ ୱିଲିୟମସନ୍ । ହେଲେ ହାତଛଡ଼ା କରି ଦେଇଥିଲେ ମହମ୍ମଦ ଶାମି । ଆଉ ଏହା ପରେ ଚୁପ୍ ପଡିଯାଇଥିଲେ ଭାରତୀୟ ଦର୍ଶକ । ମିଚେଲ ଓ ୱିଲିୟମସନ୍ ଯେଭଳି ବ୍ୟାଟିଂ କରୁଥିଲେ ଲାଗୁଥିଲା ୨୦୧୯ ସେମିଫାଇନାଲର ପୁନରାବୃତ୍ତି ହେବ । ହେଲେ ୩୩ ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ ଶାମି । ଓଭରର ଦ୍ୱିତୀୟ ବଲରେ ୱିଲିୟମସନ୍ ଓ ୪ର୍ଥ ବଲ ଟମ୍ ଲାଥମଙ୍କୁ ଏଲବିଡବ୍ଲୁ ଆଉଟ କରିବା ପରେ ପୁଣି ଫେରିଥିଲା ଫ୍ୟାନଙ୍କ ଜୋସ୍ । ଏହା ପରେ ଫିଲ୍ପପସ ଓ ମିଚେଲ ନ୍ୟୁଜିଲାଣ୍ଡ ପାଇଁ ଆଶା ସଂଚାର କରିଥିଲେ । ତେବେ ବୁମରା ଫିଲଫ୍ସଙ୍କୁ ଆଉଟ କରିବା ପରେ ଆରମ୍ଭ ହୋଇଥିଲା ଶାମି ସୋ’ । ଜଣଙ୍କ ପରେ ଜଣେ ନ୍ୟୁଜିଲାଣ୍ଡ ଖେଳାଳି ଶାମିଙ୍କ ବୋଲିଂର ଶିକାର ହୋଇଥିଲେ।

Advertisment
India 2023 Men's World Cup Team India
Advertisment
Advertisment