ଆସନ୍ତାକାଲିଠୁ ପ୍ଲସ୍ ଟୁ ଅଫଲାଇନ୍ ପରୀକ୍ଷାର ଆବେଦନ। ୭ ତାରିଖ ହେଉଛି ଆବେଦନର ଶେଷ ଦିନ।
ଲୋକଙ୍କୁ ମିଳୁନି, ରାସ୍ତାରେ ଫିଙ୍ଗା ଯାଉଛି ଔଷଧ । ବହୁ ପରିମାଣର ଦରକାରୀ ଔଷଧ ଫୋପାଡ଼ି ଦିଆଯାଇଛି । ତେବେ ରୋଗୀଙ୍କୁ ଔଷଧ ନଦିଆଯାଇ ଫୋପାଡ଼ା ଗଲା କାହିଁକି ବୋଲି ଉଠିଲା ପ୍ରଶ୍ନ ?
ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍ । ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୋଲିସ୍ । ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ ।
ବ୍ୟାଗ ଭିତରେ ନବଜାତ ପୁତ୍ର ସନ୍ତାନ। ରେଳ ଷ୍ଟେସନ ନିକଟ ବ୍ରିଜ ତଳୁ ଉଦ୍ଧାର କଲେ ସ୍ଥାନୀୟ ମହିଳା। ଶିଶୁପୁତ୍ରକୁ କେହି ବ୍ୟାଗରେ ପୂରାଇ ଫିଙ୍ଗି ଦେଇଥିବା ସନ୍ଦେହ।
ସାର ଯୋଗାଣରେ ଅବହେଳା ଅଭିଯୋଗ ନେଇ ବିଜୁ କୃଷକ ଜନତା ଦଳର ପ୍ରତିବାଦ। ରାଜଭବନ ଆଗରେ ବିଜୁ କୃଷକ ଜନତା ଦଳର କେନ୍ଦ୍ର କରୁଥିବା ଅବହେଳା ଅଭିଯୋଗରେ ବିକ୍ଷୋଭ।
କଟକ ମାଲଗୋଦାମ ଡାଲି ବ୍ୟବସାୟୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ୍ ଶଙ୍କର ଗିରଫ। ୨୦୧୪ ରୁ ଫେରାର ଥିବା ବେଳେ କଟକ ଅରବାନ୍ ପୋଲିସ ତାକୁ ଗିରଫ କରିଛି।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଖଇରା ସ୍ଥିତ ସୌମ୍ୟଙ୍କ ବାସଭବନରେ ପହଞ୍ଚିଛି ।
ଟୀକାକରଣ କେନ୍ଦ୍ରରେ ମଶରୀ ଟାଣି ଶୋଇଲେ ଲୋକେ । ବାଲେଶ୍ୱର କର୍ମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଭାବନୀୟ ଦୃଶ୍ୟ । ଟିକାଦାନ କେନ୍ଦ୍ରରେ ଆସି ଡେରା ପକାଇଛନ୍ତି ସ୍ଥାନୀୟ ଲୋକେ । ସକାଳୁ ଆସିବାବେଳେ ଟିକାଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ଲୋକେ ରାତିରୁ ଆସି ଏଠାରେ ଡେରା ପକାଇଛନ୍ତି । କିଛି ଲୋକ ମଶାରୀ ଟାଙ୍ଗୀ ଟିକାଦାନ କେନ୍ଦ୍ର ବାହାରେ ଶୋଇଛନ୍ତି ।
ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ।
ଅଘୋଷିତ ବିଦ୍ୟୁତ କାଟ, ବିଲରେ ଅନିୟମିତତା ଭଳି ଦାବିରେ ବିକ୍ଷୋଭ। ଅଇଁଠାପାଲିରେ ଥିବା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରାଉ।
ଉପରେ କଦଳୀ, ଭିତରେ ଗଞ୍ଜେଇ। ଏଭଳି କାଣ୍ତ ଘଟିଛି କୋରାପୁଟର ଜୟପୁର ସହରରେ। କଦଳୀ ଟ୍ରକରେ ଗଂଜେଇ ଭର୍ତ୍ତି ହୋଇ ଯାଉଥିଲା ବେଳେ ଜୟପୁର ଠାରେ ପୋଲିସ ଜବତ କରିଛି।
ହାତରେ ପୁଳାଏ ମେଡେଲ୍ ହେଲେ ବି ଚାକିରି ନାହିଁ । କ୍ରୀଡ଼ା ଓ ଯୁବସେବା ବିଭାଗ ନୟାପଲ୍ଲୀ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି । ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ପକ୍ଷରୁ ଧାରଣା ଦିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଉଛି। ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୭୧ ।
କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ। ସରକାରଙ୍କୁ ଘେରିବା ପାଇଁ ବିଜେପି -କଂଗ୍ରେସର ଷ୍ଟ୍ରାଟେଜୀ। ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ।
ଦୁର୍ଗାପୂଜା ପାଇଁ ଆଜି କଟକରେ ମାଟି ଉଠାଯିବ। ମୂର୍ତ୍ତିର ଉଚ୍ଚତା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ଗାଇଡଲାଇନ୍ ଉପରେ ଏବେ ସବୁ ପୂଜା କମିଟିର ନଜର।
ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା।
ସ୍ନେକ୍ ହେଲ୍ପଲାଇନ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚିତ। ଏହାକୁ ଉନ୍ମୋଚନ କରିଛନ୍ତି ଭୁବନେଶ୍ୱର ଏମ୍ସ ସଭାପତି ଓ ନିର୍ଦ୍ଦେଶିକା। ମଣିଷ-ସାପ ଦ୍ୱନ୍ଦ୍ୱ ପରିଚାଳନାରେ ଦିଗରେ ଶିକ୍ଷାଲାଭ ଦିଗରେ ନୂତନ ପ୍ରୟାସ।
ତାଲିବାନ କବଳିତ କାବୁଲରୁ ଉଦ୍ଧାର ହେଲେ ମାୟା, ବବି ଓ ରୁବି । ଆଇଟିବିପିର ୩ ସନ୍ଧାନୀ କୁକୁର ବିଦେଶ ମାଟିରେ ଭାରତ ପାଇଁ ୩ ବର୍ଷ ଧରି କାମ କରୁଥିବା । ଏହି ତିନି ସନ୍ଧାନୀ କୁକୁରଙ୍କୁ ଭାରତ ଫେରାଇ ଆଣିଛନ୍ତି । କେନ୍ଦ୍ର ସରକାର ଭାରତୀୟ ବାୟୁସେନା ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ କିଛି ଭାରତୀୟଙ୍କ ସହ ମାୟା, ବବି ଓ ରୁବିଙ୍କୁ ଏୟାରଲିଫ୍ଟ କରାଯାଇ ଗୁଜରାଟର ଜାମନଗର ଏୟାରଫୋର୍ସ ଷ୍ଟସେନକୁ ଅଣାଯାଇଛି ।
ଦୀର୍ଘ ଦୁଇ ଦଶନ୍ଧି ପରେ ଆଫଗାନ୍ ମାଟି ଛାଡ଼ିଲା ଆମେରିକା। ବିଳମ୍ବିତ ରାତ୍ରୀରେ ଶେଷ ତିନି ସେନା ବିମାନ ଉଡ଼ାଣ ସହ ଉଦ୍ଧାର ପ୍ରକ୍ରିୟା ଶେଷ। ୧ ଲକ୍ଷ ୨୩ ହଜାର ଜଣଙ୍କୁ ଉଦ୍ଧାର ନେଇ ପେଣ୍ଟାଗନ ପକ୍ଷରୁ ସୂଚନା।
ଆଜି ସରୁଛି ଅଗଷ୍ଟ ଗାଇଡଲାଇନ। ସେପ୍ଟେମ୍ବର ପାଇଁ ଆଜି ଜାରି ହେବ ନୂଆ ନିର୍ଦ୍ଦେଶାବଳୀ । ପାର୍ବଣ ଋତୁ ସହ ବଢୁଥିବା ଶିଶୁ ସଂକ୍ରମଣକୁ ଦେଖି ହୋଇପାରେ ନିଷ୍ପତ୍ତି ।
ବିଳମ୍ବିତ ରାତ୍ରିରେ ଦୀର୍ଘ ସମୟ ଧରି ତାଲିବାନଙ୍କ ଏପରି କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା । କାବୁଲ ଛାଡିବା ପରେ ତାଲିବାନ କାବୁଲ ବିମାନବନ୍ଦରକୁ ନିଜ ଦଖଲ ନେଇଛି । ଅର୍ଥାତ୍ ବର୍ତ୍ତମାନ କେହି ବି ଦେଶ ବାହାରକୁ ଯିବାକୁ ଚାହିଁଲେ, କିମ୍ବା ସବୁଦିନ ପାଇଁ ଦେଶ ଛାଡ଼ିବାକୁ ଚେଷ୍ଟା କଲେ ତାଲିବାନଙ୍କ ଅନୁମତି ନେବାକୁ ପଡ଼ିବ । ବର୍ତ୍ତମାନ ଆଫଗାନିସ୍ତାନ ଉପରେ ତାଲିବାନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ।
ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଏଣ୍ଟ ସି.୧.୨। ଡେଲଟା ଠାରୁ ବି ଅଧିକ ବିପଦଜନକ ସି.୧.୨।
ନ୍ୟୁଜ ରୁମରେ ପଶିଲେ ତାଲିବାନୀ ସେନା। ବନ୍ଧୁକ ମୁନରେ କରାଇଲେ ଭୟଭୀତ । ଅସ୍ତ୍ରଶସ୍ତ୍ର ଧରି ଷ୍ଟୁଡ଼ିଓରେ ପ୍ରବେଶ କରିଥିଲେ ୮ ଜଣ ସେନା।
ଆମେରିକା ପକ୍ଷରୁ ଏହା ବି କୁହାଯାଇଛି ଯେ, ଆଫଗାନିସ୍ତାନ ମାଟି ଛାଡ଼ି ଯାଇଥିଲେ ମଧ୍ୟ ଆମେରିକା ତାହାରା ଅଧୁରା କାମ ପୂରା କରିବ ।
ଭୁବନେଶ୍ୱରରୁ ବିଦେଶର ୭ ସହରକୁ ବିମାନ ଉଡ଼ାଣ ନେଇ କେନ୍ଦ୍ରର ସୁନେଲୀ ସ୍ୱପ୍ନ। ଭିଜିଏଫ୍ ଜରିଆରେ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରସ୍ତାବ। କେତେ ଦୂର ଏହା ସତ ହେବ?