ଦକ୍ଷିଣ ଆଫ୍ରିକାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ାଇଥିବା କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଓମିକ୍ରନ । ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ପକ୍ଷରୁ କୁହାଯାଇଛି।
ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ
କୋରାପୁଟ କଫି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ରୀଙ୍କୁ କରୋନା। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ମଦ ପିଇବେନି ବୋଲି ମହାଶପଥ କଲେ ପୋଲିସ ଅଧିକାରୀ ଓ କର୍ମଚାରୀ । ଜାଣନ୍ତୁ କେଉଁଠି ହୋଇଛି ଏହି ଶପଥ ସମାରୋହ।
୨୦୨୧ ମସିହା, ନଭେମ୍ବର ମାସ ୨୭ ତାରିଖ, ଶନିବାର, ବିଛା୧୨ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ପର୍ବଦିନ-ପ୍ରଥମାଷ୍ଟମୀ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ବ୍ରହ୍ମପୁର ବ୍ରହ୍ମାନଗରରେ ଶାଶୁଘର ସାମ୍ନାରେ ବୋହୂଙ୍କ ଧାରଣା ଜାରି ରହିଛି । ଏପଟେ SDJM କୋର୍ଟରେ ଆଜି ଏହି ମାମଲାର ଶୁଣାଣି ହେବାର ଅଛି ।
ଛାତ୍ରଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ପୂରଣ କଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗିର ସିନ୍ଧେକେଲା ବଡ଼ପଡ଼ା ଗାଁର ତାରାଚାନ ରଣା ଅର୍ଥଭାବରୁ ଇଞ୍ଜିନିୟରିଂରେ ଆଡମିଶନ୍ କରିପାରିନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କର ଏ ସ୍ୱପ୍ନ ପୂରଣ କରିଛନ୍ତି ।
ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।
୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଲୁଗାଁର ବେଲପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍କୁ ପଛରୁ ପିଟିଲା ଟ୍ରକ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଡିସେମ୍ବର ୬ ତାରିଖରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ, ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।
ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ। ମୁକେଶଙ୍କୁ ପଛରେ ପକାଇ ଧନୀର ଶୀର୍ଷକୁ ଗଲେ ଆଦାନୀ...ଜାଣନ୍ତୁ ମୁକେଶଙ୍କ ସ୍ଥାନ ରହିଛି କେଉଁଠି?
ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ଦେଲେ । ବାଲି ଓ ପଥରରେ ଗଢିଦେଲେ ବନ୍ଧ । ସରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍।
ମଝିଆ ମେହେର୍ ସାର ବହୁତ ଲୋକପ୍ରିୟ। ଗତକାଲି ସେ ଚାକିରିରୁ ଅବସର ନେଲେ। ଗ୍ରାମବାସୀ ୭ କିଲୋମିଟର ଯାଏଁ ଶୋଭାଯାତ୍ରା କରି ଗୁରୁଜୀଙ୍କୁ ତାଙ୍କ ଗାଁରେ ନେଇ ଛାଡ଼ିକି ଆସିଲେ।
ସଂକ୍ରମଣ ବେକାବୁ । ଭାରି ଭୟଙ୍କର ହେଲାଣି ଏ କରୋନା । ଥରେ ନୁହେଁ କି ଦୁଇ ଥର ନୁହେଁ ବରଂ ୩୦ ଥର ରୂପ ବଦଳାଇଲାଣି କରୋନା ।
ସାଢେ ୪ କୋଟି ଲୋକରୁ ପାଖାପାଖି ୩୦ ପ୍ରତିଶତ ଲୋକ ଗରିବ । ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟର ସ୍ଥିତି ସଙ୍ଗୀନ ।
କାର୍ତ୍ତିକ ପରେ ବି ଖସୁନି ଟମାଟୋ ଦର : ସୁନା ନୁହେଁ ବରଂ ବିଲାତିକୁ ଲୋଭ କରୁଛନ୍ତି ଲୋକେ ।
"ମୁଁ ସୁରକ୍ଷିତ ନୁହେଁ, ମତେ ସୁରକ୍ଷା ଦରକାର" ଏମିତି କହିଲେ ଅପରାଜିତା। ଏହାସହ ଅଭିଯୋଗ କଲେ ଥରେ ମୋ ଅଫିସ ସିଲ୍ କରିଥିଲେ ଏବେ ନିଜ ଦଳର କର୍ମୀମାନଙ୍କୁ ପଠାଇ ଆକ୍ରମଣ କଲେ ।
ବାଣୀବିହାରରେ ରାଗିଂ ଅଭିଯୋଗ । ଅଭିଯୋଗ ଆଣିଲେ ଏମବିଏ ପ୍ରଥମ ବର୍ଷର ଛାତ୍ର । ରାଗିଂକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେଇଛି । ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ର
ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଆସନ୍ତା ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ କୋର୍ଟ ମାଗିଛନ୍ତି। ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବ।
ବାପାଙ୍କ ପରେ ଝିଅ । ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ପଚରା ଉଚୁରା କରାଯାଇଥିଲା ।
ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍ ଅନ୍ତର୍ଗତ ରାଜକିଶୋରପୁର ଗାଁରେ।
ବାରିପଦା: ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ( ITDA)ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ଭିଜିଲାନ୍ସ ରେଡ୍ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ ସମସ୍ତଙ୍କୁ ଟପି ଯାଇଛନ୍ତି। ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୪୧ ଲକ୍ଷ ୭୭ ହଜାର ଠାବ କରିଛି।
ନୂଆଦିଲ୍ଲୀ: କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଚିହ୍ନଟ ଓ ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଦେଖିବାକୁ ମିଳିଛି। Sensex ଆଜି ୧୪ ଶହ ପଏଣ୍ଟ ଖସିଛି। ୭ ମାସରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ଏପରିକି Nifty ୧୭ ହଜାର ତଳକୁ ଖସି ଆସିଛି। ଏସିଆର ସବୁ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଜଣାପଡ଼ିଛି