ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।
ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ ଦିଲ୍ଲୀରେ କାର୍ଯ୍ୟରତ ଓଟିଭି କ୍ୟାମେରାମ୍ୟାନ ଗୋପାଳ ପ୍ରଶାଦ ବର୍ମା। ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ କରାଗଲା ସମ୍ବର୍ଦ୍ଧିତ
ନୋଏଡ଼ା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଆଜି ଆଧାର ଶିଳା ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେଓ୍ୱର ଠାରେ ଏହାର ଶିଳାନ୍ୟାସ ହେବ..ଏହାସହ ୟୁପିକୁ ମିଳିବ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର..
ଆୟବହିର୍ବୃତ୍ତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଡାଉ। ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି, ଦେଖନ୍ତୁ ସେହି ଭିଡ଼ିଓ
ମୟୂରଭଞ୍ଜ ଯଶିପୁର ବ୍ଲକ ରାଜସ୍ୱ ନିରୀକ୍ଷକଙ୍କ ଗାଡ଼ିକୁ ଦୁର୍ବୃତ୍ତମାନେ ରାଗ ରଖି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି
ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ.. ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍ ରହିଛି
ଆଜିଠୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍.. ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯିବ..
ଇଏ ଏମିତିକା ଝିଅ, ଯିଏ ଚୋରି ନ କଲେ ମନ ବୁଝେନି। ହୋଟେଲକୁ ଖାଇବାକୁ ଯାଇଥିଲେ ଚାମଚ ଚୋରି କରେ। ମନ୍ଦିର ଗଲେ ପାଦୁକ ଦାନି ଚୋରି କରେ। ଫଳ କିଣିବାକୁ ଗଲେ କିଛି ବି ଗୋଟିଏ ଚୋରି କରିବାକୁ ପଛାଏ ନାହିଁ। ଏମିତି ଏକ ବଦ ଅଭ୍ୟାସର ଝିଅକୁ ପ୍ରେମ ବିବାହ କରନ୍ତି ଜଣେ ପୁଲିସ୍। ଏହା ପରେ କ’ଣ ହେଲା ଜାଣନ୍ତୁ...
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।
ଅଳ୍ପ ବୟସର କୁନି ଝିଅଟିଏ ଏକ ମହାନ କାମ କରି ଦେଖାଇଛି। ତା ନାଁ ମଧୁସ୍ମିତା। ଜଣେ ବାବୁଙ୍କର ହଜି ଯାଇଥିବା ଏକ ଦାମିକିଆ ସୁନା ଚେନକୁ ପାଇ ସେ ତାଙ୍କୁ ଫେରାଇ ଦେଇଛି। ଝିଅଟିର ଏହି ସଚ୍ଚୋଟପଣିଆରେ ଚେନ୍ ମାଲିକ ଏତେ ଆତ୍ମହରା ହୋଇପଡ଼ିଲେ ଯେ ତାଙ୍କ ଆଖିକୁ ଲୁହ ଆସିଗଲା।
ମୋ ବାପା କଥା ବୁଝ ସରକାର। ସେ କିଛି କହିପାରୁ ନାହାଁନ୍ତି। ଖାଲି ଆଖିରୁ ଲୁହ ଝରାଇ କାନ୍ଦୁଛନ୍ତି। ଆମେ ତିନି ଭାଇ କେମିତି ବଂଚିବୁ। ଆମ କଥା ଶୁଣ ସରକାର.
ହାତଉଠା ନେତାଙ୍କୁ ସ୍ୱାଗତ। ଗଳାରେ ଗଳେଇ ପକେଇଲେ ଗେଣ୍ଡୁମାଳ ପରେ ଗେଣ୍ଡୁମାଳ। ଆଖିରେ କଳା ଚଷମା ପିନ୍ଧି ହସି ହସି ଏମିତି ଡାଇଲଗ ମାରିଲେ ବିଧାୟକ ପ୍ରଶାନ୍ତ ଜଗଦେବ.
ଏଣିକି ଡ୍ୟୁଟି ପରେ କର୍ମଚାରୀଙ୍କୁ ଫୋନ୍ କରିପାରିବେ ନାହିଁ ଅଫିସର। ଛୁଟିରୁ ଫେରିବା ପରେ ଦିଆଯାଇ ପାରିବ ନାହିଁ ମାନସିକ ଚାପ। ଏହା ସହ କର୍ମଜୀବୀ ମହିଳା ନିଜ ପିଲାକୁ ୮ ବର୍ଷ ହେବା ପର୍ଯ୍ୟନ୍ତ କରିପାରିବେ ୱାର୍କ ଫର୍ମ ହୋମ୍। ଜାଣନ୍ତୁ ଆଉ କେଉଁ କେଉଁ ନିୟମରେ ହୋଇଛି ସଂଶୋଧନ?
ଧନୀ ହେଲେ ଅନେକ ନିଜର କୌଳିକ ବୃତ୍ତି ଛାଡି ଦେଇଥାଆନ୍ତି। ହେଲେ ଏ ଏମିତି ଜଣେ ମଣିଷ କୋଟିପତି ହେବା ପରେବି ଛାଡି ନାହାଁନ୍ତି ବୃତ୍ତି। ଅନେକ ଦାମୀ ଗାଡି ଚଢିଲେ ବି ସେଲୁନ ଯାଇ ଧରୁଛନ୍ତି କଇଁଚି ଓ କାଟୁଛନ୍ତି ଚୁଟି.
କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି
ଦିନ ଗଡୁଛି, ବିବାଦ ବଢୁଛି। ୩ ଦିନ ହେଲା ଥମୁନି ଚର୍ଚ୍ଚା। ନିଜକୁ ବୋହୁ ଦାବି କରି ଘର ଆଗରେ ସେମିତି ବସି ରହିଛନ୍ତି ତପସ୍ୱିନୀ। ହେଲେ ଆଜି ସାମ୍ନାକୁ ଆସିଛି ଘଟଣା ପଛର ଅସଲ କଥା। କ୍ୟାମେରା ସାମ୍ନାରେ ତପସ୍ୱିନୀଙ୍କୁ ସ୍ତ୍ରୀ ବୋଲି ମାନିଛନ୍ତି ଡାକ୍ତର ସୁମିତ କୁମାର ସାହୁ।
ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲା ଶିଳାନ୍ୟାସ ଆଧାରଶିଳା ରଖିଲେ ଗଜପତି, ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ପବିତ୍ର ଦିନ ହୋଇଥିବାବେଳେ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ବି ଐତିହାସିକ ଦିନ। ଏହି ଅବସରରେ ୧୦ଜଣ ଜମିହରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବାବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ବି ଦିଆଯାଇଥିଲା।
ସାଇରନ୍ ବଜାଇ ମାଡ଼ି ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍। ହାତରେ ଅଣ୍ଡା ଧରି ଛକି ରହିଥିଲେ କିଛି ଯୁବକ। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡା ବର୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବଡ଼ ଡାକ୍ତରଖାନା ଛକ ନିକଟରେ ବିରୋଧୀଙ୍କ ଏଭଳି ଅଣ୍ଡାମାଡ଼ର ସାମ୍ନା କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ ଷ୍ଟୋରୀ କହୁଛନ୍ତି, ଯାହା କହିବାରେ ଅଛି କୋର୍ଟରେ ଯାଇ କୁହନ୍ତୁ। ଆମକୁ ମାନସିକ ଚାପରେ ରଖିଛନ୍ତି...ଦୁଇ ମାସ ଘରେ ଏକାଠି ରହିଥିଲୁ କିନ୍ତୁ ଏବେ ଆଉ ନୁହେଁ। ଘର ସାମ୍ନାରେ ବସି ରହିଲେ କିଛି ଲାଭ ନାହିଁ : ତପସ୍ୱନୀଙ୍କ ସ୍ୱାମୀ
ମତେ ଛାଡ଼ି ସାଲିଆ ସାହିରେ ସ୍ତ୍ରୀ ଧରି ରହୁଥିଲେ... ରାତି ଅଧରେ ପହଞ୍ଚିଲି ଘର ସିଜ୍ କଲି... ନିଜ ସ୍ୱାମୀ ୪୨୦ ବୋଲି ଅଭିଯୋଗ ଆଣିଥିବା ମହିଳା ଜଣକ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ..
ତ୍ରିକୋଣୀୟ ପ୍ରେମରୁ ବଲଙ୍ଗିରରେ ହତ୍ୟାକାଣ୍ଡ? ଶୁଣନ୍ତୁ କଣ କହୁଛି ପୋଲିସ୍?
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ
PWD ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ ମାରିଲା #ACB । ଆଉ ରେଡ୍ର ଖବର ପାଇ ପାଇଖାନା ପାଇପ୍ ଭିତରେ ୫୦୦ ଟଙ୍କିଆ ବିଡ଼ା ପୂରାଇ ଦେଲେ ସରକାରୀ ବାବୁ...ଆଉ ତା'ପରେ ଯେତେ କାଢିଲେ ସରିବାର ନା ଧରିଲା ନାହିଁ ଟଙ୍କା...ଦେଖନ୍ତୁ ଏହି ଭିଡ଼ିଓ
ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।
ହ୍ମପୁର ବ୍ରହ୍ମାନଗରରେ ଶଶୁର ଘର ସାମ୍ନାରେ ବସିଥିବା ମହିଳା ଜଣଙ୍କ ନିଜ ଜିଦରେ ଅଟଳ ଅଛନ୍ତି.. ସେ କହିଛନ୍ତି ସିସିଟିଭି ଯାଞ୍ଚ କଲେ ଜଣାପଡିବ ମୁଁ ଏ ଘରେ ରହୁଥିଲି କି ନାହିଁ.. ସ୍ୱାମୀଙ୍କଠାରୁ ତାଙ୍କୁ ଅଲଗା ରହିବାକୁ ଖୋଦ ଶ୍ୱଶୁର ବାଧ୍ୟ କରୁଥିଲେ ବୋଲି କହିଛନ୍ତି