ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଆନ୍ଧ୍ରପ୍ରଦେଶ.. ଲଗାଣ ବର୍ଷାରେ କଡପ୍ପା ଜିଲ୍ଲାର ରେଲଓ୍ୱେକୋଡୁର ସହରର ନରସରାମପେଟାର ଗୁଞ୍ଜାନେରୁ କେନାଲ ନିକଟରେ କେମିତ ଏକ ଘର ଭାସିଯାଉଛି ଦେଖନ୍ତୁ..ଗତ କିଛି ଦିନ ହେଲା ଏଠାରେ ପ୍ରବଳ ବର୍ଷୁଛି.. ୨ ଦିନ ହେଲା ପାଣି ଘେରରେ ରହିବା ପରେ ଶେଷରେ କେନାଲ ଭିତରକୁ ଭୁଶୁଡ଼ି ପଡିଲା କାହାର ସ୍ୱପ୍ନର ଘର..
ଭଗବାନଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ.. ଅଧରାତିରେ ଶିବ ମନ୍ଦିରରେ ପଶି ନାଗ ମୂର୍ତ୍ତିକୁ କାଟି ନେଇ ଚମ୍ପଟ ମାରିଛନ୍ତି.. ଲଗାତର ମନ୍ଦିରରୁ ଚୋରି ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କ ଟେର୍ ପାଉନି..
କଟକ SCBର ସଂପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି.. ଆଜି ରାଣୀହାଟ କେନାଲ ରୋଡ୍ର ପୋଲଠୁ SCB ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି.. କେନାଲ ରୋଡର ପୋଲଠୁ SCB ମଧ୍ୟରେ ୩୦ ଦୋକାନକୁ ଉଚ୍ଛେଦ କରାଯିବ.. ଏନେଇ ଦୋକାନୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ..
ବୁର୍ଲା ଭୀମସାରରେ ଆଉ ୪ ଛାତ୍ର କୋଭିଡ୍ ପଜିଟିଭ ଚିହ୍ନଟ । ଏହି ୪ ଛାତ୍ରଙ୍କ ସହ ଭୀମସାରରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟ ୬୪ରେ ପହଞ୍ଚିଛି ।
ଜୀବିକା ପାଇଁ ସଂଘର୍ଷ। ରାସ୍ତା ସଂପ୍ରସାରଣ ବେଳେ ଦୋକାନ ହରାଇଥିଲେ। ପ୍ରତିଶ୍ରୁତି ମିଳିଥିଲା ଶୀଘ୍ର ଅନ୍ଯ ସ୍ଥାନରେ ମିଳିବ ଦୋକାନ। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଖତ ଖାଉଛି ଭଦ୍ରକ ତିହିଡ଼ି ଖାଙ୍କିହାଟ ମାର୍କେଟ୍ କଂପ୍ଲେସ୍। ଦେଖନ୍ତୁ ଏ ରିପୋର୍ଟ। .
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ । ଭୁବନେଶ୍ୱର କୋର୍ଟର ସମସ୍ୟା ଆବଶ୍ୟକତା ସମ୍ପର୍କରେ ଅବଗତ କରାଗଲା ।
ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।
ସମ୍ବାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ଚାଷୀଙ୍କ ମନରେ ପଶିଛି ଛନକା । ଧାନ ଚାଷ ବର୍ତ୍ତମାନ ଅମଳ ହୋଇନଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି । ବର୍ଷାରୁ ଧାନ ଚାଷ ଉଜୁଡି ଯିବା ନେଇ ଆଶଙ୍କା କରିଛି ଚାଷୀ । କେନ୍ଦ୍ରାପଡାରୁ ଏ ନେଇ ଚାଷୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ରିପୋର୍ଟର ମନୋଜ ସ୍ୱାଇଁ ।
କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍ ହୋଇଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ।
ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ । ସକାଳୁ ଧାନ ଅମଳ ପାଇଁ ଜମିକୁ ଯାଉଥିଲେ ବେଳେ ଘଟିଛି ଏହି ଅଘଟଣ । ବଲାଙ୍ଗିର ଲୋଇସିଂହା ଅଂଚଳର ଭାଳୁପାଲି ଗାଁରେ ଦେଖନ୍ତୁ ଏହି ରିପୋର୍ଟ ।
ତାମିଲନାଡ଼ୁରେ ପୁଣି ବର୍ଷା ବିତ୍ପାତ । ଅନେକ ତଳିଆ ଅଂଚଳ ଜଳବନ୍ଦୀ । ରାସ୍ତାରେ ଚାଲୁଛି ଡଙ୍ଗା । ଦେଖନ୍ତୁ ଏହି ଭିଡିଓ ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କନ୍ଧମାଳରେ ଅସହ୍ୟ ଜାଡ ଅନୁଭୂତ ହେଉଛି । ଶୀତ ବଢିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି।
ବାଲେଶ୍ୱର ଭୋଗରାଇ ସ୍ଥିତ ବାବା ଚନ୍ଦନେଶ୍ୱର ପୀଠ ସମ୍ମୁଖ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୦ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । କିଏ ଓ କାହିଁକି ନନ୍ଦ ସାରଙ୍କୁ ଧମକ ଦେଇଚି ଏହାର ପୁରା ଖବର ଜାଣନ୍ତୁ ଏହି ଭିଡିଓରେ ।
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀ ମୃତଦେହ ଠାବ। ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ମୃତ୍ୟୁ କେମିତି ହେଲା ସେ ନେଇ ଦେଖନ୍ତୁ ଏ ଭିଡିଓ
କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା । ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ ।
କାଦୁଅ ମାଟିରେ ତିଆରି ହେଲା ୨ ମହଲା ମାଟି ଘର। ମାତ୍ର କେଇ ଲକ୍ଷ ଖର୍ଚ୍ଚ କରି ଏ ଦମ୍ପତି ତିଆରି କରିଛନ୍ତି ନୂଆ ଘର। ଭିତର ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍।
ଆଜି ସଂସଦର ଶୀତ ଅଧିବେଶନ । ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍ । ସେପଟେ ରାଜ୍ୟରେ ବିଧାନସଭାରେ ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୯ ତାରିଖ, ସୋମବାର, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମାଡ଼ିଆସୁଛି ବାତ୍ୟା ଭୟ। IMD ଡିଜିଙ୍କ ସୂଚନା, ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ । ଡିସେମ୍ବର ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା: IMD ଡିଜି
କରୋନାର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ । ଗତକାଲି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କ ନମୁନାକୁ ସଂଗ୍ରହ କରି ଜିନମ୍ ସିକ୍ୱେନସିଂ ପାଇଁ ପଠାଯିବ ।
ମାଡୁଛି ଓମିକ୍ରନ, ବଢୁଛି କଟକଣା । ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ । ଜାଣନ୍ତୁ କଣ ରହିଛି ନୂଆ ଗାଇଡଲାଇନ ।
ଏ କେମିତିକା ବାପା? ଛୋଟ ପୁଅଟି ପାଠ ପଢିବା ଲାଗି ବହି ଆଣିବାକୁ କହୁଛି ବାପାକୁ। କିନ୍ତୁ ବାପା ବହି, ଖାତା କି କଲମ ଆଣି ଦେଉନାହାନ୍ତି। ଶିକ୍ଷକଙ୍କ ପାଖରେ ଏମିତି କହି ଭୋ ଭୋ ହୋଇ କାନ୍ଦୁଛି ଏ କୁନି ପୁଅ।
୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ। ଅନ୍ୟତ୍ର ବାହା ହେଉଥିବା କଥା ଶୁଣି ପ୍ରେମିକର ଦୁଆରେ ବସିଲେ ପ୍ରେମିକା। ଆଉ କହୁଛନ୍ତି, ନ୍ୟାୟ ନମିଳିଲେ ବିଷ ପିଇବି...
ଡ଼ିସେମ୍ବର ୧ ତାରିଖରୁ ଏହି ସବୁ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିବେ ସରକାର। ପେନସନ୍ଠାରୁ ଆରମ୍ଭ କରି ଆଧାର ଓ ଗ୍ୟାସ ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ଆଜି ହିଁ ସେସବୁ ଜାଣି ରଖନ୍ତୁ। ନଚେତ୍...