ରାଜ୍ୟରେ ଆସନ୍ତା ୫ ଦିନ ଶୁଖିଲା ରହିବ ପାଗ । ଧୀରେ ଧୀରେ ବଢିବ କୁହୁଡ଼ି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।
ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେନ୍ । ବିଶାଖାପାଟଣାରୁ ଭୁବନେଶ୍ୱର ଆସୁଥିବା ବେଳେ ପଲାସାରେ ଦୁର୍ଘଟଣା । ଆମ୍ବୁଲାନ୍ସରେ ରୋଗୀ ନଥିବାରୁ ଟଳିଲା ବଡ଼ ଅଘଟଣ । ଟ୍ରେନ୍ ଦେଖି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିଲେ ଡ୍ରାଇଭର।
ରାଜ୍ୟର ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରର ଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ନାପକିନ୍ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଖୁସି ଯୋଜନା । ହେଲେ ଏବେ ବାଟବଣା ହୋଇଛି ସରକାରଙ୍କ ଖୁସି ଯୋଜନା । ଦେଖନ୍ତୁ ଏହି ରିପୋର୍ଟ ।
ପାଠ ପଢିବାକୁ ମନ ଅଛି। ହେଲେ ସ୍କୁଲ ଯାଇ ପାରୁନି ବାସୁଦେବ। ଗୁରୁଣ୍ଡି ଗୁରୁଣ୍ଡି, ଆଣ୍ଠେଇ ଆଣ୍ଠେଇ ଘର ସାରା ବୁଲୁଛି। ଏ ଅଜଣା ରୋଗରେ ପଡି କଲବଲ ହେଉଛି ଏ କୁନିପିଲାଟି...
ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...
ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ ଦେଖିଲା ପରି ହେଉଛନ୍ତି
ଏଣିକି ଭିନ୍ନ ଜାତିରେ ବିବାହ କଲେ ସରକାର ଦେବେ ୫ ଲକ୍ଷ ଟଙ୍କା। ଇଣ୍ଟରକାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ ମିଳିବ ଏହି ଟଙ୍କା। କେବଳ କରିବାକୁ ପଡ଼ିବ ଏହି କାମ..
ନିତି ଆୟୋଗ ଇଣ୍ଡେକ୍ସ ଧରାଇଲା ରାଜଧାନୀର ସତ I ଭୁବନେଶ୍ୱରରେ ମହିଳା ବିରୋଧୀ ହିଂସା ଓ ନାବାଳିକା ଯୌନ ଅପରାଧ ଚିନ୍ତାଜନକ I ୫୦ ପ୍ରତିଶତରୁ ଅଧିକ ମହିଳା-ଶିଶୁ ରକ୍ତ ଓ ପୁଷ୍ଟିହୀନତାର ଶିକାର ।
ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା । ରାଜପଥରେ ଚିହ୍ନଟ ୩୩୫ ବ୍ଲାକ୍ ସ୍ପଟ୍ ପାଇଁ ଷ୍ଟ୍ରାଟେଜି । ୩୦ ହଜାର ଫାଷ୍ଟ ରେସ୍ପଣ୍ଡରଙ୍କୁ ଟ୍ରେନିଂ ।
ଓଡ଼ିଶାରେ ମଦ ନିଷେଧ ସପକ୍ଷରେ ନାହାନ୍ତି ରାଜ୍ୟ ସରକାର । ହାଇକୋର୍ଟରେ ଦାଖଲ ସତ୍ୟପାଠରୁ ଆଭିମୁଖ୍ୟ ସ୍ପଷ୍ଟ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମଦ୍ୟପାନ ହାର ଅଧିକ ।
କୋଭିଡ୍ ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ମାରାତ୍ମକ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ନେଇ ବଢୁଛି ଚିନ୍ତା । ଦକ୍ଷିଣ ଆଫ୍ରିକା, ବୋସ୍ତଓ୍ୱାନା ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ।
ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ । ଢିଲା ସୁରକ୍ଷାର ଫାଇଦା ନେଇ ଟାର୍ଗେଟ କରୁଛନ୍ତି କି ଲୁଟେରା ? ଭଦ୍ରକ ଏଟିଏମରେ ଲୁଟ ଘଟଣାରେ ମିଳିନି ଲୁଟେରା କି ଟଙ୍କାର ପତ୍ତା ।
ଦକ୍ଷିଣ ଆଫ୍ରିକାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ାଇଥିବା କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ଓମିକ୍ରନ । ଓମିକ୍ରନ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ପକ୍ଷରୁ କୁହାଯାଇଛି।
ଚେଇଁ ଶୋଇଛି ପ୍ରଶାସନ। କେନାଲର ନାମ ନିଶାନ ନାହିଁ କି ରାସ୍ତାରେ ଠିକ୍ରେ ସିମେଣ୍ଟ ବି ଦିଆଯାଇନାହିଁ। କିନ୍ତୁ ସରକାରୀ ଭାବରେ ଲକ୍ଷାଧିକ ଟଙ୍କାର ହୋଇଛି ବିଲ୍....ଠିକାଦାରଙ୍କ ସହ ମଧୂଚନ୍ଦ୍ରିକା ପାଇଁ ହରିଲୁଟ୍ ହେଉଛି ରାଜସ୍ୱ…ଦେଖନ୍ତୁ ଏହି ଦୃଶ୍ୟ
କୋରାପୁଟ କଫି ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା । ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ରୀଙ୍କୁ କରୋନା। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମକପୁର ଆବାସିକ ବାଳିକା ବିଦ୍ୟାଳୟର ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ମଦ ପିଇବେନି ବୋଲି ମହାଶପଥ କଲେ ପୋଲିସ ଅଧିକାରୀ ଓ କର୍ମଚାରୀ । ଜାଣନ୍ତୁ କେଉଁଠି ହୋଇଛି ଏହି ଶପଥ ସମାରୋହ।
୨୦୨୧ ମସିହା, ନଭେମ୍ବର ମାସ ୨୭ ତାରିଖ, ଶନିବାର, ବିଛା୧୨ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ପର୍ବଦିନ-ପ୍ରଥମାଷ୍ଟମୀ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ବ୍ରହ୍ମପୁର ବ୍ରହ୍ମାନଗରରେ ଶାଶୁଘର ସାମ୍ନାରେ ବୋହୂଙ୍କ ଧାରଣା ଜାରି ରହିଛି । ଏପଟେ SDJM କୋର୍ଟରେ ଆଜି ଏହି ମାମଲାର ଶୁଣାଣି ହେବାର ଅଛି ।
ଛାତ୍ରଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ପୂରଣ କଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗିର ସିନ୍ଧେକେଲା ବଡ଼ପଡ଼ା ଗାଁର ତାରାଚାନ ରଣା ଅର୍ଥଭାବରୁ ଇଞ୍ଜିନିୟରିଂରେ ଆଡମିଶନ୍ କରିପାରିନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କର ଏ ସ୍ୱପ୍ନ ପୂରଣ କରିଛନ୍ତି ।
ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ଆଉ ଏକ ଅଜବ ନିୟମ। ଏଣିକି ଲେଦର ଜ୍ୟାକେଟ ପିନ୍ଧିପାରିବେନି ଉତ୍ତର କୋରିଆବାସୀ। ତେବେ କାହିଁକି ଏଭଳି ନିୟମ କରିଛନ୍ତି କିମ୍ ଜଙ୍ଗ, ଭିଡିଓରୁ ଜାଣି ନିଅନ୍ତୁ ।
୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ବାଲୁଗାଁର ବେଲପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀ ବସ୍କୁ ପଛରୁ ପିଟିଲା ଟ୍ରକ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ଡିସେମ୍ବର ୬ ତାରିଖରେ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।
ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ, ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।
ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ। ମୁକେଶଙ୍କୁ ପଛରେ ପକାଇ ଧନୀର ଶୀର୍ଷକୁ ଗଲେ ଆଦାନୀ...ଜାଣନ୍ତୁ ମୁକେଶଙ୍କ ସ୍ଥାନ ରହିଛି କେଉଁଠି?