ହାତଉଠା ନେତାଙ୍କୁ ସ୍ୱାଗତ। ଗଳାରେ ଗଳେଇ ପକେଇଲେ ଗେଣ୍ଡୁମାଳ ପରେ ଗେଣ୍ଡୁମାଳ। ଆଖିରେ କଳା ଚଷମା ପିନ୍ଧି ହସି ହସି ଏମିତି ଡାଇଲଗ ମାରିଲେ ବିଧାୟକ ପ୍ରଶାନ୍ତ ଜଗଦେବ.
ଏଣିକି ଡ୍ୟୁଟି ପରେ କର୍ମଚାରୀଙ୍କୁ ଫୋନ୍ କରିପାରିବେ ନାହିଁ ଅଫିସର। ଛୁଟିରୁ ଫେରିବା ପରେ ଦିଆଯାଇ ପାରିବ ନାହିଁ ମାନସିକ ଚାପ। ଏହା ସହ କର୍ମଜୀବୀ ମହିଳା ନିଜ ପିଲାକୁ ୮ ବର୍ଷ ହେବା ପର୍ଯ୍ୟନ୍ତ କରିପାରିବେ ୱାର୍କ ଫର୍ମ ହୋମ୍। ଜାଣନ୍ତୁ ଆଉ କେଉଁ କେଉଁ ନିୟମରେ ହୋଇଛି ସଂଶୋଧନ?
ଧନୀ ହେଲେ ଅନେକ ନିଜର କୌଳିକ ବୃତ୍ତି ଛାଡି ଦେଇଥାଆନ୍ତି। ହେଲେ ଏ ଏମିତି ଜଣେ ମଣିଷ କୋଟିପତି ହେବା ପରେବି ଛାଡି ନାହାଁନ୍ତି ବୃତ୍ତି। ଅନେକ ଦାମୀ ଗାଡି ଚଢିଲେ ବି ସେଲୁନ ଯାଇ ଧରୁଛନ୍ତି କଇଁଚି ଓ କାଟୁଛନ୍ତି ଚୁଟି.
କି ଯୁଗ ହେଲା। କେଇଟା ଟଙ୍କା ପାଇବା ପାଇଁ ଜଣେ ମାଆକୁ ମାରି ଦେଲେ ଏମାନେ। ଆଉ ଟଙ୍କାକୁ ଚଳୁ କରି ଦେଲେ। ଏମିତି ସତ ପଦାକୁ ଆସିଛି
ଦିନ ଗଡୁଛି, ବିବାଦ ବଢୁଛି। ୩ ଦିନ ହେଲା ଥମୁନି ଚର୍ଚ୍ଚା। ନିଜକୁ ବୋହୁ ଦାବି କରି ଘର ଆଗରେ ସେମିତି ବସି ରହିଛନ୍ତି ତପସ୍ୱିନୀ। ହେଲେ ଆଜି ସାମ୍ନାକୁ ଆସିଛି ଘଟଣା ପଛର ଅସଲ କଥା। କ୍ୟାମେରା ସାମ୍ନାରେ ତପସ୍ୱିନୀଙ୍କୁ ସ୍ତ୍ରୀ ବୋଲି ମାନିଛନ୍ତି ଡାକ୍ତର ସୁମିତ କୁମାର ସାହୁ।
ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେଲା ଶିଳାନ୍ୟାସ ଆଧାରଶିଳା ରଖିଲେ ଗଜପତି, ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ପବିତ୍ର ଦିନ ହୋଇଥିବାବେଳେ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ବି ଐତିହାସିକ ଦିନ। ଏହି ଅବସରରେ ୧୦ଜଣ ଜମିହରାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିବାବେଳେ ୩ଦିନ ଧରି ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ବି ଦିଆଯାଇଥିଲା।
ସାଇରନ୍ ବଜାଇ ମାଡ଼ି ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍। ହାତରେ ଅଣ୍ଡା ଧରି ଛକି ରହିଥିଲେ କିଛି ଯୁବକ। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ ଆସିବା ମାତ୍ରେ ରାସ୍ତାକୁ ଓହ୍ଲାଇ କରିଚାଲିଲେ ଅଣ୍ଡା ବର୍ଷା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ବଡ଼ ଡାକ୍ତରଖାନା ଛକ ନିକଟରେ ବିରୋଧୀଙ୍କ ଏଭଳି ଅଣ୍ଡାମାଡ଼ର ସାମ୍ନା କରିଛନ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ ଷ୍ଟୋରୀ କହୁଛନ୍ତି, ଯାହା କହିବାରେ ଅଛି କୋର୍ଟରେ ଯାଇ କୁହନ୍ତୁ। ଆମକୁ ମାନସିକ ଚାପରେ ରଖିଛନ୍ତି...ଦୁଇ ମାସ ଘରେ ଏକାଠି ରହିଥିଲୁ କିନ୍ତୁ ଏବେ ଆଉ ନୁହେଁ। ଘର ସାମ୍ନାରେ ବସି ରହିଲେ କିଛି ଲାଭ ନାହିଁ : ତପସ୍ୱନୀଙ୍କ ସ୍ୱାମୀ
ମତେ ଛାଡ଼ି ସାଲିଆ ସାହିରେ ସ୍ତ୍ରୀ ଧରି ରହୁଥିଲେ... ରାତି ଅଧରେ ପହଞ୍ଚିଲି ଘର ସିଜ୍ କଲି... ନିଜ ସ୍ୱାମୀ ୪୨୦ ବୋଲି ଅଭିଯୋଗ ଆଣିଥିବା ମହିଳା ଜଣକ କ'ଣ ପ୍ରତିକ୍ରିୟା ଦେଇଛନ୍ତି ଶୁଣନ୍ତୁ..
ତ୍ରିକୋଣୀୟ ପ୍ରେମରୁ ବଲଙ୍ଗିରରେ ହତ୍ୟାକାଣ୍ଡ? ଶୁଣନ୍ତୁ କଣ କହୁଛି ପୋଲିସ୍?
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ
PWD ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ ମାରିଲା #ACB । ଆଉ ରେଡ୍ର ଖବର ପାଇ ପାଇଖାନା ପାଇପ୍ ଭିତରେ ୫୦୦ ଟଙ୍କିଆ ବିଡ଼ା ପୂରାଇ ଦେଲେ ସରକାରୀ ବାବୁ...ଆଉ ତା'ପରେ ଯେତେ କାଢିଲେ ସରିବାର ନା ଧରିଲା ନାହିଁ ଟଙ୍କା...ଦେଖନ୍ତୁ ଏହି ଭିଡ଼ିଓ
ଦିନ ବେଳେ ପେଟ୍ରୋଲ ପମ୍ପରେ ଲୋକ ଅଛନ୍ତି । ସତର୍କତାର ସହ ଚୋର ଆସିଲା । ଚୋରି କଲା । କେହି ଦେଖିପାରିଲେନି । କିନ୍ତୁ ଧରିଛି ସିସିଟିଭି ।
ହ୍ମପୁର ବ୍ରହ୍ମାନଗରରେ ଶଶୁର ଘର ସାମ୍ନାରେ ବସିଥିବା ମହିଳା ଜଣଙ୍କ ନିଜ ଜିଦରେ ଅଟଳ ଅଛନ୍ତି.. ସେ କହିଛନ୍ତି ସିସିଟିଭି ଯାଞ୍ଚ କଲେ ଜଣାପଡିବ ମୁଁ ଏ ଘରେ ରହୁଥିଲି କି ନାହିଁ.. ସ୍ୱାମୀଙ୍କଠାରୁ ତାଙ୍କୁ ଅଲଗା ରହିବାକୁ ଖୋଦ ଶ୍ୱଶୁର ବାଧ୍ୟ କରୁଥିଲେ ବୋଲି କହିଛନ୍ତି
୩ କୃଷି ଆଇନ୍ ପ୍ରତ୍ୟାହାର ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି, ଶୁଣନ୍ତୁ ଏନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି।
ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ବିରୋଧୀ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିଲେ ମନ୍ତ୍ରୀ ଆରୁଖ..
ଏ ସମାଜରେ ଅଛନ୍ତି ଏମିତି ବି ଲୋକ। ବଂଚିଥିବା ଲୋକଙ୍କୁ ମାରି ଦେଉଛନ୍ତି ସରକାର। ଯେଉଁଥି ପାଇଁ ସରକାରଙ୍କ ସମସ୍ତ ଯୋଜନାରୁ ବଂଚିତ ଏ ଲୋକ ଜଣକ...
ଜୁନିଅର ପୁରୁଷ ବିଶ୍ୱକପ୍ ହକି ପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଟାଇଟଲ୍ ପାଇଁ ଟର୍ଫକୁ ଓହ୍ଲାଇବେ ୧୬ଟି ଟିମ୍। ବିନା ଦର୍ଶକରେ ମ୍ୟାଚ୍ ହେଉଥିବା ବେଳେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି।
କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କ ପ୍ରଧାନଙ୍କ ଦେହାନ୍ତ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ଥିଲେ।
୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ କଣ?
ଦିନେ ଜାହାଜ ଚଳାଉଥିଲେ। ମାସ ମାସ ପାଣି ଭିତରେ କଟୁଥିଲା। ସେଇ ବ୍ୟସ୍ତ ନୌସେନା ଅଧିକାରୀ ଆଜି କଳାକାରିଗରୀରେ ଖୋଜୁଛନ୍ତି ଶାନ୍ତି। ଅବସର ବୟସର ମଣିଷ ଦିନରାତି ବସି ରଙ୍ଗତୂଳୀରେ ମଜ୍ଜି ରହୁଛନ୍ତି। ତା ସହିତ ଦେଶବିଦେଶରୁ ମୁଦ୍ରା ସଂଗ୍ରହ କରି ତାକୁ ସାଇତି ରଖିଛନ୍ତି।
ପରିବାର ଚଳାଇବା ପାଇଁ ମିସ୍ତ୍ରୀ ସହ କାମ କରିବାକୁ ଯାଉଥିଲେ। ଦିନେ ଚାରି ମହଲା ଛାତରୁ ଖସି ପଡିଲେ ଗଣେଶ। ମେରୁଦଣ୍ଡ ଆଘାତ ଯୋଗୁ ବିଛଣାରେ ପଡି ହେଉଛନ୍ତି ଛଟପଟ। ସ୍ୱାମୀର ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ସ୍ତ୍ରୀ ମାନସୀ...
ସ୍ତ୍ରୀଙ୍କ ପ୍ରତି ଥିଲା ଅନାବିଳ ପ୍ରେମ। ଆଗ୍ରା ପରେ ମଧ୍ୟପ୍ରଦେଶର ବୁରହାନପୁରରେ ତାଜମହଲ ତିଆରି କରିଛନ୍ତି ଏ ଯୁଗର ଜଣେ ଶାହାଜାନ ସ୍ୱାମୀ। ଦେଖନ୍ତୁ ଏହାର କିଛି ଝଲକ୍...
ଖାଲି ସାଧାରଣ ଲୋକ ନୁହେଁ, ଅନେକ ସେଲିବ୍ରିଟି ବି କରୋନା କଟକଣାର ଦୁଃଖ ସହିଛନ୍ତି। ଯେମିତିକି ଆପଣଙ୍କ ପ୍ରିୟର ମଙ୍ଗଳା। ଖାଇବାକୁ ନ ପାଇ ଉପାସରେ ରୁମରେ ରହିଥିଲେ। ସବ୍ୟସାଚୀ ମିଶ୍ରଙ୍କ ସୋ’ ‘ଜିତିବ ଓଡ଼ିଶା’ରେ ଏମିତି ଦୁଃଖଦଭରା କାହାଣୀ କହିଥିଲେ ଏ ଅଭିନେତ୍ରୀ