ବାପାଙ୍କ ପରେ ଝିଅ । ଇଡ଼ିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତିଙ୍କୁ ଇଡିର ୬ ଘଣ୍ଟା ଧରି ଜେରା । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ପଚରା ଉଚୁରା କରାଯାଇଥିଲା ।
ଢେଙ୍କାନାଳ: ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍ ଅନ୍ତର୍ଗତ ରାଜକିଶୋରପୁର ଗାଁରେ।
ବାରିପଦା: ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ( ITDA)ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ଭିଜିଲାନ୍ସ ରେଡ୍ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ ସମସ୍ତଙ୍କୁ ଟପି ଯାଇଛନ୍ତି। ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୪୧ ଲକ୍ଷ ୭୭ ହଜାର ଠାବ କରିଛି।
ନୂଆଦିଲ୍ଲୀ: କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଚିହ୍ନଟ ଓ ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଦେଖିବାକୁ ମିଳିଛି। Sensex ଆଜି ୧୪ ଶହ ପଏଣ୍ଟ ଖସିଛି। ୭ ମାସରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ଏପରିକି Nifty ୧୭ ହଜାର ତଳକୁ ଖସି ଆସିଛି। ଏସିଆର ସବୁ ଶେଆର ମାର୍କେଟ କ୍ରାଶ୍ ହୋଇଥିବା ଜଣାପଡ଼ିଛି
ପୁଣି ଘୁଞ୍ଚିଲା କୋଟିଆ ଶୁଣାଣି । ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଯେ ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଶି ସମାଧାନର ରାସ୍ତା ନବାହାର କରିଛନ୍ତି ସେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଏହି ମାମଲା ଚାଲୁ ରହିବ । ଉଭୟ ରାଜ୍ୟଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହାର ପରବର୍ତ୍ତି ଶୁଣାଣି ଜାନୁଆରୀ ମାସର ପ୍ରଥମ ସପ୍ତାହ ମଧ୍ୟରେ ହେବ ।
ରାଜଧାନରୀ ରାସ୍ତାରେ ଆକ୍ରମଣ ପରେ ନିଜକୁ ଅସୁରକ୍ଷିତ ମଣିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜଣେ ମହିଳା ସାଂସଦ ଭାବେ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି । ଏହାସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ସମସ୍ତ ଘଟଣା ପାଇଁ ଘରର ମୁରବୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ।
ନିଶା ତାଙ୍କର ପାଠ ପଢେଇବା ପେଶାରେ ସେ ଅବକାରୀ ବିଭାଗର କନେଷ୍ଟବଳ । ପିଲାଙ୍କୁ ପାଠ ପଢାଉଛନ୍ତି ଅବକାରୀ ବିଭାଗର କନେଷ୍ଟବଳ । ନବରଙ୍ଗପୁର କଞ୍ଚାମାଳ ଗାଁର ଦେବେନ୍ଦ୍ର ସମରଥଙ୍କ ମହାନତା । ମାଗଣାରେ ଗରିବ ପିଲାଙ୍କୁ ପଢାଉଛନ୍ତି ପାଠ
ବଲାଙ୍ଗିର: ମାରିଲେ, ଜାଳିଲେ ଓ LIVE ଭିଡିଓ କଲେ। ହତ୍ୟାକାରୀ ସାଜିଲା ସାଙ୍ଗ। ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍ ଭିଡିଓ ମଧ୍ୟ କରିଥିଲେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ସ୍ୱାଭିମାନ ଅଞ୍ଚଳରେ ଗଂଜେଇ ଚାଷ ନିଷେଧକୁ ଆଦିବାସୀଙ୍କ ବିରୋଧ । ରାଲେଗଡ଼ାରେ ଶତାଧିକ ଆଦିବାସୀଙ୍କ ପ୍ରଜାମେଳି ।
'ଓ ମାଉସୀ... କ'ଣ ମ ବୋହୂକୁ ବାହାରେ ବସାଇଛ ? ବ୍ରାହ୍ମଣ ଘରେ ଏସବୁ ଚଳେନି... । ତୁରନ୍ତ ବୋହୂକୁ ଘରକୁ ନିଅ । ଶୁଣନ୍ତୁ ଶାଶୁଘର ଲୋକଙ୍କୁ କ'ଣ କହୁଛନ୍ତି ସ୍ଥାନୀୟ ଲୋକ ।
କେବେ ହେବ ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସମାଧାନ ? ଆଲୋଚନା ପାଇଁ ଆନ୍ତରିକତା ଦେଖାଇବ କି ଆନ୍ଧ୍ର ? ବିରୋଧୀଙ୍କ ମନରେ ସନ୍ଦେହ, ଆଶାବାଦୀ ବିଜେଡି ।
ଦେଶରେ ପୁରୁଷଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା । ହଜାରେ ପୁରୁଷରେ ଅଛନ୍ତି ୧୦୨୦ ମହିଳା।ରାଜ୍ୟରେ ହ୍ରାସ ପାଇଛି ଶିଶୁକନ୍ୟା ଜନ୍ମହାର । କମିଛି ମହିଳାଙ୍କ ସନ୍ତାନ ପ୍ରସବ କ୍ଷମତା: NFHS
ଶ୍ୱଶୁର ଘର ଆଗରେ ଚତୁର୍ଥ ଦିନରେ ତପସ୍ୱିନୀଙ୍କ ଧାରଣା I ଘର ବାହାରେ ମାଣବସା ବ୍ରତ ପାଳିଲେ ତପସ୍ୱିନୀ I ବୁଝାମଣାରେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିବାକୁ ବଢିଲା ମତ ।
ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ? ପଂଚାୟତ ଭୋଟ୍ ପୂର୍ବରୁ ଆଗ୍ରେସିଭ୍ ମୁଡରେ ବିରୋଧୀ। ମମିତା-ଚାଷୀ-ବେକାରୀ ପ୍ରସଙ୍ଗରେ ତୀବ୍ର ହେବ ଆନ୍ଦୋଳନ ।
ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।
ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ ଦିଲ୍ଲୀରେ କାର୍ଯ୍ୟରତ ଓଟିଭି କ୍ୟାମେରାମ୍ୟାନ ଗୋପାଳ ପ୍ରଶାଦ ବର୍ମା। ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ପୁରସ୍କାର କାର୍ଯ୍ୟକ୍ରମରେ କରାଗଲା ସମ୍ବର୍ଦ୍ଧିତ
ନୋଏଡ଼ା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଆଜି ଆଧାର ଶିଳା ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜେଓ୍ୱର ଠାରେ ଏହାର ଶିଳାନ୍ୟାସ ହେବ..ଏହାସହ ୟୁପିକୁ ମିଳିବ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର..
ଆୟବହିର୍ବୃତ୍ତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଡାଉ। ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି, ଦେଖନ୍ତୁ ସେହି ଭିଡ଼ିଓ
ମୟୂରଭଞ୍ଜ ଯଶିପୁର ବ୍ଲକ ରାଜସ୍ୱ ନିରୀକ୍ଷକଙ୍କ ଗାଡ଼ିକୁ ଦୁର୍ବୃତ୍ତମାନେ ରାଗ ରଖି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି
ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ.. ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୭ଟା ୩୦ରେ ମ୍ୟାଚ୍ ରହିଛି
ଆଜିଠୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍.. ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଖେଳାଯିବ..
ଇଏ ଏମିତିକା ଝିଅ, ଯିଏ ଚୋରି ନ କଲେ ମନ ବୁଝେନି। ହୋଟେଲକୁ ଖାଇବାକୁ ଯାଇଥିଲେ ଚାମଚ ଚୋରି କରେ। ମନ୍ଦିର ଗଲେ ପାଦୁକ ଦାନି ଚୋରି କରେ। ଫଳ କିଣିବାକୁ ଗଲେ କିଛି ବି ଗୋଟିଏ ଚୋରି କରିବାକୁ ପଛାଏ ନାହିଁ। ଏମିତି ଏକ ବଦ ଅଭ୍ୟାସର ଝିଅକୁ ପ୍ରେମ ବିବାହ କରନ୍ତି ଜଣେ ପୁଲିସ୍। ଏହା ପରେ କ’ଣ ହେଲା ଜାଣନ୍ତୁ...
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।
ଅଳ୍ପ ବୟସର କୁନି ଝିଅଟିଏ ଏକ ମହାନ କାମ କରି ଦେଖାଇଛି। ତା ନାଁ ମଧୁସ୍ମିତା। ଜଣେ ବାବୁଙ୍କର ହଜି ଯାଇଥିବା ଏକ ଦାମିକିଆ ସୁନା ଚେନକୁ ପାଇ ସେ ତାଙ୍କୁ ଫେରାଇ ଦେଇଛି। ଝିଅଟିର ଏହି ସଚ୍ଚୋଟପଣିଆରେ ଚେନ୍ ମାଲିକ ଏତେ ଆତ୍ମହରା ହୋଇପଡ଼ିଲେ ଯେ ତାଙ୍କ ଆଖିକୁ ଲୁହ ଆସିଗଲା।
ମୋ ବାପା କଥା ବୁଝ ସରକାର। ସେ କିଛି କହିପାରୁ ନାହାଁନ୍ତି। ଖାଲି ଆଖିରୁ ଲୁହ ଝରାଇ କାନ୍ଦୁଛନ୍ତି। ଆମେ ତିନି ଭାଇ କେମିତି ବଂଚିବୁ। ଆମ କଥା ଶୁଣ ସରକାର.