କି ଭିଡ଼ରେ ନାରଣ। ଏଠି ବୋଧ ହୁଏ ବାଲିଯାତ୍ରା ଚାଲିଛି। ନ ହେଲେ କିଛି ମେଳା ହଉଛି। ନାହିଁରେ, ନାରଣ ତୋ କଥା ସଂପୂର୍ଣ୍ଣ ଭୁଲ୍। ଏଠି ଚାକିରି ପାଇଁ ଚାଲିଛି ପେଲାଠେଲା...
କେମିତି ହେଲା CDSଙ୍କ ବିମାନ ଦୁର୍ଘଟଣା? ସତ ସାମ୍ନାକୁ ଆଣିବ ଉଦ୍ଧାର ହୋଇଥିବା ବ୍ଲାକ୍ବକ୍ସ, ଜାଣନ୍ତୁ କେମିତି ଏହି ବକ୍ସ କହିବ ଦୁର୍ଘଟଣା ପଛରେ ଥିବା କାରଣ
ମଫସଲ ନୁହଁ ସହରରେ ବି ହେଉଛି ଘୋଟାଲା। ପଂଚାୟତ ନୁହେଁ ମହାନଗରରେ ହେଉଛି କେଳେଙ୍କାରୀ। ଯେମିତି କଟକରେ। ମଧୁବାବୁ ପେନସନ ଯୋଜନାରେ ହେଉଥିବା ଅନିୟମିତତାର ଅସଲ ଚିତ୍ର ପଦାକୁ ଆସିଛି..
ଦେଖିବାକୁ ବେଶ ସାଧାସିଧା। ହେଲେ ଅଭିନୟ ଦମଦାର୍। ଯିଏ ଦେଖିଛି ସିଏ ଜାଣିଛି। ଝିଅ ଆମର ନୂଆ ବୋହୂ ମେଗା ସିରିଏଲରେ ଶିବ ଭୂମିକାରେ ଆସୁଥିବା ଅଭିନେତା ଅଭିଜିତଙ୍କ ସହ ଆଜିର ସୁଟିଂ ସେଟରେ...
ଯୁଦ୍ଧରେ ଧୁରନ୍ଦର ଥିଲେ, ଶତ୍ରୁଙ୍କୁ କଡ଼ା ଜବାବ୍ ଦେବାରେ ମାହିର ଥିଲେ। ଆକ୍ରମଣ କରିବା ଶୈଳୀ ବେଶ୍ ନିଆରା ଥିଲା....ମୈଦାନକୁ ଓହ୍ଲାଉଥିଲେ, ଶତ୍ରୁଙ୍କ ଆକ୍ରମଣକୁ ସାମ୍ନା କରୁଥିଲେ। ହେଲେ ଆଜି...
ସେ ଥିଲେ ମିଶନ ମ୍ୟାନ୍...ନା ଶୁଣିଲେ ଥରୁଥିଲା ଶତ୍ରୁର ଛାତି । ଆତଙ୍କୀଙ୍କୁ ନିପାତ କରିବା ପାଇଁ ପଣ କରିଥିଲେ...ଦେଶର ସୁରକ୍ଷାକୁ ନେଇ ଅନେକ ସ୍ୱପ୍ନ ବି ଦେଖୁଥିଲେ....ଜାଣନ୍ତୁ କେଉଁ କେଉଁ ଅପରେସନ୍ରେ ସାମିଲ ଥିଲେ ରାୱତ...
ମଣିଷ ଏତେ ସରଳ ହେବା ଉଚିତ ନୁହେଁ। ବେଳେ ବେଳେ ଆପଣଙ୍କର ସରଳତାର ସୁଯୋଗ ନେଇଥାନ୍ତି ସାଇବର ଠକ। ଗିଫ୍ଟ ଦେବାକୁ କହି ନିଅନ୍ତି ଏମିତି ଅନେକ ଟଙ୍କା...
ନେତାଜୀ ସୁଭାଷ ବୋଷଙ୍କଠାରୁ ସିଡିଏସ ବିପିନ ରାୱତଙ୍କ ପର୍ଯ୍ୟନ୍ତ ଦେଶର ଏହି ଚିହ୍ନା ମୁହଁ ଶୂନ୍ୟରେ ଆଖି ବୁଜିଥିଲେ। ପ୍ରମୁଖ ବିମାନ ଦୁର୍ଘଟଣାରେ ଆଖି ବୁଜି ଦେଇଥିଲେ ଏମାନେ। ଜାଣନ୍ତୁ, କେବେ, କିଏ, କେଉଁଠି ଆକାଶରେ ସବୁ ଦିନ ପାଇଁ ଆଖି ବୁଜିଥିଲେ।
ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ରାଜ୍ୟରେ ଗରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା । ବଢୁଥିବା ଭିକାରୀଙ୍କ ସ୍ଥିତିକୁ ଦେଖିଲେ ଏଇୟା ହିଁ କୁହାଯିବ ।
ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ । ୨୦୧୭ ନଭେମ୍ବର ୨୫ ତାରିଖରେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଥିଲେ । ସାଥିରେ ଥିଲେ ତାଙ୍କର ଧର୍ମପତ୍ନୀ ।
ବର୍ଷେରୁ ଅଧିକ ଦିନ ହେବ ତିଆରି ହୋଇଥିବା ଟେଣ୍ଟ ଶେଷରେ ଖୋଲାଯାଉଛି । ଶନିବାର ସୁଦ୍ଧା ଦିଲ୍ଲୀ ସୀମାରୁ ଟେଣ୍ଟ ପୁରା ଉଠିଯିବା ସହ ରାସ୍ତା ବି ଖାଲି ହୋଇଯିବ ।
ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ପରେ ଏବେ ଭୁବନେଶ୍ୱରର ଦୁଇଟି ସ୍କୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍ବକ୍ସ : ସାମ୍ନାକୁ ଆସିବ ଦୁର୍ଘଟଣା ପଛର ସତ
ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି SDJM କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।
ସମ୍ବଲପୁର ବାମନା ବନଖଣ୍ଡ ଅଂଚଳରୁ ବାଘଚମଡ଼ା ଜବତ..ବିକ୍ରି ପାଇଁ ଡିଲ ବେଳେ ରେଡ୍ କରି ଧରିଲା ବନବିଭାଗ...ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ଚାଲିଛି ତନାଘନା.
ମମିତା ମେହେର ହତ୍ୟା ଘଟଣାରେ କାହିଁକି ତଦନ୍ତ କରୁନି ସ୍ପେଶାଲ ଇନଭେଷ୍ଟିଗେସନ ଓ୍ୱିଙ୍ଗ । ପ୍ରଶ୍ନ ଉଠାଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।
ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ଶୀତ ଋତୁ ତେଣୁ ଆଜିଠୁ ମହାପ୍ରଭୁଙ୍କର ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ।
ଆସନ୍ତାକାଲି ସିଡିଏସ୍ ବିପିନ ରାଓ୍ୱତଙ୍କର ଅନ୍ତିମ ସଂସ୍କାର । ଆଜି ସଂଧ୍ୟା ସୁଦ୍ଧା ଦିଲ୍ଲୀ ନିଆଯିବ ପାର୍ଥିବ ଶରୀର । ଅନ୍ତିମ ଦର୍ଶନ ପରେ ହେବ ଶେଷକୃତ୍ୟ । ସେପଟେ ଆମେରିକା ମଧ୍ୟ ବିପିନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ସଚିବ ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ଟି ଗାଡ଼ି ଜାଳିଦେଲେ, ଜଣଙ୍କୁ ଅପହରଣ କରିଲେ ।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ପ୍ରସଙ୍ଗ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ବୁଦ୍ଧିଜୀବୀଙ୍କ ବିରୋଧାଭାଷ ।
ଯାଜପୁର ଧର୍ମଶାଳା ଚୋରା ପଥର କାରବାରର ପାଲଟିଛି ପେଣ୍ଠସ୍ଥଳ । ଜାଲ୍ ଓ୍ୱାଇ-ଫର୍ମ ଦେଖାଇ ଚାଲିଛି ପଥର କାରବାର । ତେବେ ଏଠି ପ୍ରଶ୍ନ ଉଠୁଛି ଫର୍ମ କେଉଁଠୁ ଆସୁଛି, ମାଷ୍ଟରମାଇଣ୍ଟ କିଏ ?
ଜୱାଦ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ କଣ କ୍ଷତି ହୋଇଛି ସେ ନେଇ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ ।