/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658050000.jpg)
Special story
ଇଚ୍ଛାଥିଲେ ସୁଯୋଗ ଆପେ ଆପେ ଆସିଥାଏ । ଶିକ୍ଷିତ ହୋଇବି ଚାକିରୀ ପଛରେ ନଦୌଡି ଅକ୍ଲାନ୍ତ ପରିଶ୍ରମ କରି କୃଷିକୁ ଆପଣାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଦନାର୍ଦ୍ଦନ । ସେ ଉଦ୍ୟାନ କୃଷି ସହିତ ମାଛଚାଷ, ଫୁଲ ଓ ଔଷଧୀୟ ଗଛ ଲଗାଇଛନ୍ତି । ତେବେ କେବେଳ ଚାଷ ନୁହେଁ ଓଡିଆ ସିରିଏଲ, ସମ୍ବଲପୁରୀ ଫିଲ୍ମ ଓ ନାଟକରେ ଅଭିନୟ କରି ଚାଷୀ ଦନାର୍ଦ୍ଦନ ସୃଷ୍ଟି କରିଛନ୍ତି ନିଜର ପରିଚୟ । ନିଜେ ସ୍ୱାବଳମ୍ବୀ ହେବା ସହିତ ୧୦ ରୁ ୧୨ ଜଣଙ୍କୁୁ ଦେଇଛନ୍ତି ରୋଜଗାର ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସେଲେଡି ଗାଁଁର ସଫଳ ଚାଷି ଦନାର୍ଦ୍ଦନ ପ୍ରଧାନ । ୧୯୯୧ ମସିହାରେ ସୋନପୁର କଲେଜରେ ଗ୍ରାଜୁଏସନ ପାସ କଲାପରେ ଚାକିରୀ ପଛରେ ନଦୈାଡି ଚାଷ କରିବାକୁ ମନ ବଳାଇଥିଲେ । ଦୀର୍ଘ ୨୦ ବର୍ଷର ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏବେ ସେ ଜଣେ ସଫଳ ଚାଷୀ ।
ଦନାର୍ଦ୍ଦନଙ୍କ ପରିଶ୍ରମ ବଗିଚାରେ ଦେଖିବାକୁ ମିଳୁଛି । ତାଙ୍କ ବାଡ଼ିରେ ଫଲିଛି ପେନ୍ଥା ପେନ୍ଥା ଅଙ୍ଗୁର, ସପୁରୀ, ଲିଚୁ, ବାଦାମ,୧୦ ପ୍ରକାରର ଆମ୍ବ, ପିଜୁଳି, କରମଙ୍ଗା । କେବଳ ଏତିକି ନୁହେଁ ସେ ବାଡ଼ିରେ ବିଭିନ୍ନ ପ୍ର୍ରକାରର ଫୁୁଲ ସହ ଅନେକ ପ୍ରଜାତିର ଔଷଧୀୟ ବୃକ୍ଷ ବି ଲଗାଇଛନ୍ତି । ଏପରିକି ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ପୂରା ବଗିଚାକୁୁ ବୁଦା ଜଳ ସେଚନ ବ୍ୟବସ୍ଥା କରିଥିବା ବେଳେ ଦୁୁଇ ଫସଲି ଧାନ ସହ କରୁଛନ୍ତି ମାଛ ଚାଷ । ଖାଲି ସେତିକି ନୁହେଁଁ ଓଡିଆ ସିରିଏଲ ସିନ୍ଦୁର ବିନ୍ଦ୍ୁ,ସମ୍ବଲପୁରୀ ଫିଲ୍ମ ଓ ୫୦ଟି ନାଟକରେ ଅଭିନୟ କରି ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛନ୍ତି ।
ଗତ ୨୦ ବର୍ଷ ଧରି ୧୦ ଏକର ପରିମିତି ଟାଙ୍ଗରା ଭୁଇଁକୁ ସବୁୁଜିମା ଭରି ଦେଇଛନ୍ତିି ଦନାର୍ଦ୍ଦନ । ନିଜେ ସ୍ୱାବଳମ୍ବୀ ହେବା ସହିତ ୧୦ ରୁ ୧୨ ଜଣଙ୍କୁ କୃୃଷି କାର୍ଯ୍ୟରେ ନିୟୋଜିତ କରି ଦେଉଛନ୍ତିି ରୋଜଗାର । ସେପଟେ କୃୃଷି ଅର୍ଥନିତିକୁ ଦୁଇଗୁୁଣା କରିବା ଲକ୍ଷରେ ଦନାର୍ଦ୍ଦନ ସମ୍ବଳିତ କୃୃଷିିକ ଆପଣାଇଥିବା ବେଳେ ପ୍ରକୃୃତି ବନ୍ଧୁ ପୁୁରସ୍କାର ସହ ଜଣେ ସଫଲ ଚାଷୀ ଭାବେ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରେ ପୁରସ୍କୃୃତ ହୋଇ ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
ବିନିକା, ଦିଲ୍ଲୀପ କୁମାର ସାହୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)