Advertisment

ଅଟୋ ଡ୍ରାଇଭର୍‌ରୁ ସଫଳ ଛତୁ ଚାଷୀ, ମାସକୁ ରୋଜଗାର ୪୦ ହଜାର..

ଦିନେ ଅଟୋ ଚଳାଉଥିଲେ, ଏବେ ଛତୁ ଚାଷ କଲେ। ପରିବାର ପ୍ରତିପୋଷଣ ପାଇଁ ଅସୁବିଧା ହେବାରୁ ଛତୁ ଚାଷ କରିବା ପାଇଁ ମନ ବଳାଇଲେ ପ୍ରଦୀପ୍ତ। ଏବେ ଏଇ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା..

author-image
Otv Khabar Bureau
Auto-Rickshaw Driver

Auto-Rickshaw Driver

ଫିମ୍ପିକୁ ବିଭିନ୍ନ ମାଧ୍ୟମରେ ବ୍ୟବହାର କରି ଏବଂ ଗହମକୁ ବିଶୋଧନ କରି ପ୍ରସ୍ତୁତ ହେଉଛି ଛତୁ ମଞ୍ଜି । ଆଉ ମଞ୍ଜି ସବୁକୁ ବୋତଲରେ ପୁରାଇ ରଖାଯାଉଛି। ଏତେ ମାତ୍ରାରେ ଛତୁ ଫଳୁଛି ଯେ ପୂରା ରାଜ୍ୟରେ ଏହାର ଚାହିଦା ବଢିଗଲାଣି । ଖାଲି ଛତୁମଂଜି ନୁହେଁ ବରଂ ଛତୁର ବି ଚାଷ କରାଯାଉଛି । ଆଉ ରାତି ପାହିବା ମାତ୍ରେ ଛତୁ ନେବା ପାଇଁ ବେପାରୀଙ୍କ ଲମ୍ବା ଲାଇନ୍‌ ଲାଗୁଛି ।

Advertisment

ଦିନେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ, ଏବେ ସଫଳ ଛତୁ ଚାଷୀ ହେଲେ। ନିଜ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ନିଜେ ଜଣେ ସଫଳ ଚାଷୀ ହେବା ପରେ ପାଖାଆଖ ଲୋକଙ୍କୁ ରୋଜଗାର ମଧ୍ୟ ଦେବାରେ ସଫଳ ହୋଇଛନ୍ତି ପ୍ରଦୀପ୍ତ । ଛତୁ ଚାଷ ପାଇଁ ଜଣେ ମୁଖ୍ୟ ପ୍ରଶିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଚାଲିଛି ଏହି ଚାଷ। ପ୍ରଦୀପ୍ତଙ୍କ ଛତୁ ମଞ୍ଜିର ଚାହିଦା ଏବେ ଆଉ ସାଲେପୁର ଭିତରେ ସୀମିତ ନାହିଁ । କଟକ ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ମଧ୍ୟ ପ୍ରଦୀପ୍ତଙ୍କ ଛତୁ ମଞ୍ଜିର ଚାହିଦା ଢେର ବଢ଼ିଲାଣି। ଖାଲି ସେତିକି ନୁହେଁ ଛତୁ ମଞ୍ଜି ତିଆରି ସହ ଛତୁ ଚାଷ ମଧ୍ୟ ହେଉଛି ଏହି ଫାର୍ମରେ।

ନିଜସ୍ୱ ପରିଶ୍ରମ ବଳରେ ଏହି ଫାର୍ମରୁ ନିତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଛତୁ ବାହାରୁଛି । ପ୍ରଦୀପ ଛତୁ ଚାଷ କରି ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହ ପାଖାଆଖ ଅଂଚଳର ଯୁବକ-ଯୁବତୀଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି । ତେବେ ଆଗାମୀ ଦିନରେ ଆହୁରି ବିଭିନ୍ନ ପ୍ରକାର ଛତୁ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଦୀପ ।

Advertisment

ନିରବିଚ୍ଛିନ୍ନ ପ୍ରୟାସ ଓ ନିଷ୍ଠାପର ଉଦ୍ୟମ ଫଳରେ ସବୁକିଛି ସମ୍ଭବ ହୁଏ । ସାଧରଣ ଅଟୋ ଚାଳକରୁ ଛତୁ ଚାଷୀ ଆଉ ଏବେ ମଞ୍ଜି ତିଆରି କରି ଛତୁ ଇଦ୍ୟୋଗ କରି ଅତି ସଫଳତାର ସହ ନିଜ ପରିଚୟ ତିଆରି କରିଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନପୁର ଗାଁର ପ୍ରଦୀପ୍ତ କୁମାର ନାଥ।ପ୍ରଦୀପ୍ତଙ୍କ ଏହି ପ୍ରଗତିର କାହାଣୀ ଦେଖିବା ପାଇଁ ଚାଲନ୍ତୁ ଯିବା ତାଙ୍କ ଫାର୍ମକୁ।

Special Story Successful Farmer Auto-Rickshaw Driver
Advertisment
Advertisment