କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।
ଏଥର ଶ୍ରୀଜୀଉଙ୍କ ରଥରେ କମିବ କି ସଖୀଙ୍କ ସଂଖ୍ୟା । ବେପରୁଆ ରକ୍ଷଣାବେକ୍ଷଣକୁ ନେଇ ଉଦବେଗ । ମ୍ୟୁଜିୟମ୍ କରି ସଂରକ୍ଷଣ ପାଇଁ ଦାବି ।
ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ବଡ ଓଡିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ ଏହି ଫୁଲୁରୀ ତେଲ ।
ରଥ ପାଇଁ ଚଳିତ ବର୍ଷ ୧୪ଟି ରଥ ଟଣା ଦଉଡ଼ି ଏବଂ କଡ଼ନ ପାଇଁ ୧୨ ଗୋଟି କତା ଦଉଡ଼ି ଯୋଗାଇବା ପାଇଁ ସ୍ଥିରୀକୃତ ହୋଇଛି । ଏହା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଉଥିବା ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଦଉଡ଼ି ଏଠାରୁ ପଠାଯାଏ।
ପୁରୀ ଟାଉନ୍ ହଲ ପରିସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ଜୁଲାଇ ୬ରୁ ୯ ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିପାରନ୍ତି । ପୁରୀ ସହ ଭୁବନେଶ୍ୱରରେ ରହଣି ନେଇ ସୂଚନା ।
ପୁରୀରେ ଏଥର ଦୁଇ ଦିନ ରଥଯାତ୍ରା। ଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ।
୧୯୭୧ ମସିହା ଭଳି ଏଥର ହେବ ଶ୍ରୀକ୍ଷେତ୍ରରେ ରଥଯାତ୍ରା ନୀତିକାନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୋଲିସ ପ୍ରଶାସନ ଓ ନୂଆ ରାଜ୍ୟ ସରକାରଙ୍କ ପାଇଁ ହୋଇଛି ବଡ଼ ଚ୍ୟାଲେଞ୍ଜ।
ସକାଳ ୭ଟା ରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ରେ ଅନୁଷ୍ଠିତ ହେବ।
ଦିନ ୧୧ଟାରେ ରଥ ପ୍ରତିଷ୍ଠା ପରେ ଦିନ ଗୋଟାଏ ୧୦ରେ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି। ଆଜି ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ପଡୁଛି।
ବଉଳ କାଠ ଆଉ କାଳିଆ ସାଆନ୍ତ। ପ୍ରତିବର୍ଷ ଏ ସମ୍ପର୍କର କଥା ଉଠେ। କାଳିଆ ଠାକୁରଙ୍କ ଦାରୁ ଦେହକୁ ନିଜ ଛାତିରେ ଧରିରଖେ ଏହି ବଉଳ କାଠର ସାଜ। ନାଁ ତାର ସେନାପଟା। ହେଲେ ମହାପ୍ରଭୁ କାହିଁକି ଏଥିରେ ବନ୍ଧା ହୁଅନ୍ତି ଜାଣିଛନ୍ତି କି?
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିର ବାରିଧିରେ।
ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି ।
ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି .. ଆହା କି ସୁନ୍ଦର ଦୃଶ୍ୟ .. ଦିଶେ କେଡ଼େ ମନଲୋଭା ... ସେ ବାଙ୍କଚାହାଣୀ .. ସେ ମନ୍ଦ ମନ୍ଦ ମୁରୁକି ହସ ... ସତେ କି ସ୍ୱର୍ଗ ତୃପ୍ତି ...
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ପ୍ରବଳ ଭିଡ଼ । ମହାପ୍ରଭୁଙ୍କ ଦୁର୍ଲଭ ହାତୀ ବେଶ ଦେଖିବାକୁ ଜନସମୁଦ୍ର ପାଲଟିଯାଇଛି ବଡ଼ଦାଣ୍ଡ ।
ଆଜି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ । ସଜେଇ ହୋଇଛି ସ୍ନାନବେଦୀ । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।
ସ୍ନାନମଣ୍ଡପରେ ଶ୍ରୀଜିଉ । ଚାଲିଛି ଦିବ୍ୟ ନୀତିକାନ୍ତି । ବଡ଼ଦାଣ୍ଡରେ
ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଜଣାଶୁଣା। ଅଣସର ସମୟରେ ଗର୍ଭଗୃହରେ ଦାରୁ ମୂର୍ତ୍ତିମାନଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ଏହି ଅଣସର ପଟି।
ପ୍ରତି ଓଡ଼ିଆଙ୍କ ହୃଦୟସ୍ପନ୍ଦନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଏହା ଅତ୍ୟନ୍ତ ଉପଭୋଗ୍ୟ ଆଉ ଆକର୍ଷଣୀୟ ମଧ୍ୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର।
ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ।
ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ୧୦୮ କୁମ୍ଭ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ।
ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ସେଥିପାଇଁ ଆଜି ଜ୍ୟେଷ୍ଠ ତ୍ରୟୋଦଶୀ ତିଥିରେ ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।
ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ଏହି ତିନି ରଥର ଭିନ୍ନ ଭିନ୍ନ ନାମ ଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ତେବେ ଆସନ୍ତୁ ଏହି ନନ୍ଦିଘୋଷ ରଥକୁ ନେଇ କିଛି ରୋଚକ କଥା ଜାଣିନେବା।