Advertisment

ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ

ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Debasnan Purnima

Debasnan Purnima

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡ଼ଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ।

Advertisment

ଭକ୍ତମାନେ ବଡ଼ଦାଣ୍ଡସ୍ଥିତ ବ୍ୟାରିକେଡ୍‌ ଭିତର ଦେଇ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ ଏବଂ SJRC ଠାରେ ପହଞ୍ଚି SJRC ଡୋର୍ ଫ୍ରେମ୍ ମେଟାଲ୍ ଡିଟେକ୍ଟର ଯାଞ୍ଚ କରାଇ ଦୋଳବେଦୀ କୋଣଠାରେ ଥିବା ଷ୍ଟିଲ୍ ବ୍ୟାରିକେଡକୁ ପ୍ରବେଶ କରିବେ । ଉତ୍ତର ଦ୍ୱାରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ବଡ଼ଦାଣ୍ଡ ଦେଇ ନିଜ ସୁବିଧା ଅନୁସାରେ ଦୁଇଟି ମାର୍ଗ ଦେଇ ଯାଇପାରିବେ । ସତ୍ୟନାରାୟଣ ମନ୍ଦିର ଦେଇ ବଡ଼ଦାଣ୍ଡକୁ ଅନ୍ୟାନ୍ୟ ଗଳି ଦେଇ ଯାଇପାରିବେ । ଭିଡ଼ ପରିସ୍ଥିତିକୁ ଲକ୍ଷ୍ୟ କରି ଭକ୍ତମାନେ ଦୋଳବେଦୀ କୋଣ ଦେଇ ଉତ୍ତର ଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡ଼ଦାଣ୍ଡକୁ ଯାଇପାରିବେ । ଟିକେଟଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ପ୍ରାତଃ ସମୟରେ ଧାଡ଼ିରେ ଦକ୍ଷିଣ ଦ୍ୱାରରେ ଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ପହଣ୍ଡି ଶେଷ ହେବା ପରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବନ୍ଦ ହୋଇଯିବ ।

ସେହପରି ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ ୪ ଜଣ ଏସପି ରାଙ୍କ୍‌ର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ ରୁ ଉର୍ଦ୍ଧ୍ୱ ସବ୍‌ ଇନସପେକ୍ଟର । ମୋଟ୍‌ ୬୮ ପ୍ଲାଟୁନରୁ ଉର୍ଦ୍ଧ୍ୱ ପୋଲିସ ଫୋର୍ସ ମୁତୟନ ହେବେ । କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ପହଣ୍ଡି ସମୟରେ ଟିକେଟ୍ ଧାରୀମାନଙ୍କ ପାଇଁ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍। କେବଳ ପାସ୍ ଧାରୀମାନେ ମରଚିକୋଟ ଛକ ପର୍ଯ୍ୟନ୍ତ ଯାଇପାରିବେ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା । ସେହିପରି ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment

ସେପଟେ ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମାରେ ପୁରୀରେ କେଉଁଠି ଆପଣ ନିଜ ଗାଡ଼ି ରଖିବେ । ଆଉ ଶ୍ରୀମନ୍ଦିର ଯାଏଁ କେମିତି ପହଞ୍ଚିବେ ସେ ନେଇ ବିସ୍ତୁତ ସୂଚନା ଜାରି କରିଛି ପୁରୀ ପୋଲିସ୍ ।

-ପୁରୀର ସମସ୍ତ ଟାଉନ୍ ବସ୍/ ରିକ୍ସା ମେଡିକାଲ୍ ଛକ ଯାଏଁ ଯାଇପାରିବେ

-ଭୁବନେଶ୍ବରରୁ ଆସୁଥିବା ବାଇକ୍, ଛୋଟ ଗାଡ଼ି ହରେକୃଷ୍ଣପୁର ଛକ ଦେଇ ଶ୍ରୀ ସେତୁକୁ ଯିବେ । ଜଗନ୍ନାଥବଲ୍ଲଭ ପାର୍କିଂ ଓ ଜେଲ୍ ରୋଡ୍ ପାର୍କିଂ କରିପାରିବେ।

-ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ମଙ୍ଗଳାଘାଟ ଛକ/ବ୍ଲୁଫ୍ଲାଗ୍ ବିଚ୍/ ନୀଳାଚଳ ଅଶୋକ ହୋଟେଲରେ ପାର୍କିଂ କରିବେ

-କୋଣାର୍କ ପଟୁ ଆସୁଥିବା ଗାଡ଼ି ଗ୍ରୀଡ୍ ଷ୍ଟେସନ୍ ଛକ ହୋଇ ବ୍ଲୁଫ୍ଲାଗ୍ ବିଚ୍/ ନୀଳାଚଳ ଅଶୋକ ହୋଟେଲରେ ପାର୍କିଂ କରିବେ

-ବଡ଼ଦାଣ୍ଡରେ ନାୟକ ପ୍ଲାଜାରୁ ମେଡିକାଲ୍ ଛକ ଯାଏଁ ବାଇକ୍ ପାର୍କିଂ ବ୍ୟବସ୍ଥା

-ମନ୍ଦିର ଆଖପାଖ ଓ ଚାରିପଟେ କୌଣସି ବି ଗାଡ଼ି ପାର୍କ ହୋଇପାରିବନି

Puri Lord Jagannath Ratha Jatra Debasnana Purnima
Advertisment
Advertisment