• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅନଲାଇନ୍ ପେମେଣ୍ଟ ସର୍ଭିସ୍ ସଂସ୍ଥା ପେଟିଏମକୁ RBI ଝଟକା ପ୍ରସଙ୍ଗ । ବହୁ ବାଦବିବାଦ ପରେ କଂପାନୀର ଅଧ୍ୟକ୍ଷ ପଦ ଛାଡ଼ିଲେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା । ପାର୍ଟଟାଇମ୍ ନନ୍-ଏକଜିକ୍ୟୁଟିଭ୍ ଚେୟାରମ୍ୟାନ ପଦ ସହିତ ବୋର୍ଡ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି ବିଜୟ ଶର୍ମା ।

ଏହାପରେ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍ ବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି । ବୋର୍ଡ ଅଫ୍ ଡିରେକ୍ଟର୍ସ ଭାବେ ଯୋଗ ଦେଇଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ଶ୍ରୀନିବାସନ୍ ଶ୍ରୀଧର, ବ୍ୟାଙ୍କ ଅଫ୍ ବରୋଦାର ପୂର୍ବତନ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଅଶୋକ ଗର୍ଗ ଏବଂ ଦୁଇ ପୂର୍ବତନ ଆଇଏଏସ୍ ଅଫିସର ଦେବେନ୍ଦ୍ରନାଥ ଷଡ଼ଙ୍ଗୀ ଓ ରଜନୀ ଶେଖର ସିବଲ।

ଅଧିକ ପଢ଼ନ୍ତୁ: Paytm ବ୍ୟାଙ୍କରେ ଫସିଛି କି ଆପଣଙ୍କ ଟଙ୍କା ? ଜାଣନ୍ତୁ କ’ଣ ରହିଛି ବିକଳ୍ପ...

ଖୁବଶୀଘ୍ର ପେଟିଏମର ନୂଆ ଚେୟାରମ୍ୟାନ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଂପାନୀ ସିଇଓ ସୁରିନ୍ଦର ଚାୱଲା ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଲଗାତର ନିୟମ ଉଲଂଘନ ପାଇଁ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ମାର୍ଚ୍ଚ ୧୫ ପରେ ଏହାର ସମସ୍ତ ବ୍ୟାଙ୍କିଂ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ପାଳନରେ ଅବହେଳା ପାଇଁ ବ୍ୟାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏହାର ଗ୍ରାହକମାନେ ଯେପରି ଅନୁବିଧା ଭୋଗ ନକରନ୍ତି, ସେଥିପାଇଁ ଅନ୍ୟ ବ୍ୟାଙ୍କ ସହ ପେଟିଏମ୍ କଥାବାର୍ତ୍ତା କରି ଗ୍ରାହକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଯୋଜନା କରୁଛି ।