• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ UPI (Unified Payments Interface)ର ଜମାନା । ପାଖରେ ଆଉ କେହି ରଖୁନାହାନ୍ତି କ୍ୟାସ୍‌ । ଯାହାକୁ ଦେଖିବ ଏବେ କ୍ୟାସ୍‌ଲେସ୍‌ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ନାରା ସତେ ଯେମିତି ଏବେ ଏହି ଦିଗରେ ହିଁ ସଫଳ ହେଉଛି । ଭାରତରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଏକ ନିତିଦିନିଆ କଥା ହେଲାଣି । ଗ୍ରାହକ ହୁଅନ୍ତୁ ବା ବେପାରୀ, ସମସ୍ତେ ୟୁପିଆଇ ଆକ୍ସେସ୍‌ ରଖିବାକୁ ଭଲ ପାଉଛନ୍ତି । ଆଉ ଖୁଚୁରା ଖୋଜିବାର ଟେନ୍‌ସନ୍‌ ବି ରହୁନି । ଆଖି ପିଛୁଳାକେ ହୋଇଯାଉଛି ପେମେଣ୍ଟ । ଚୁଟ୍‌କିରେ ହୋଇଯାଉଛି ବ୍ୟବସାୟ ।

ତେବେ ଆମ ଦେଶରେ UPI ସେବା ଯୋଗାଉଥିବା ପପୁଲାର କମ୍ପାନୀ ଗୁଡ଼ିକ ହେଲା, ଗୁଗୁଲ ପେ, ଫୋନ୍‌ ପେ, ପେଟିଏମ୍‌, ଆମାଜନ୍‌ । ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଛୋଟ ଛୋଟ ସଂସ୍ଥା ବି ଅଛନ୍ତି ଯେଉଁମାନେ ୟୁପିଆଇ ପେମେଣ୍ଟର ସେବା ଦେଇଥାନ୍ତି । ହେଲେ ଆପଣ ଜାଣିଛନ୍ତି କି, ୟୁପିଆଇ ପେମେଣ୍ଟର ବି କିଛି କଡ଼ା ନିୟମ ରହିଛି । ଟଙ୍କା ପଠାଇବାରେ ଏକ ସୀମା ବା ଲିମିଟେସନ୍‌ ରହିଛି ।

ନ୍ୟାସ୍‌ନାଲ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (NPCI)ର ନିୟମ ଅନୁଯାୟୀ, ଜଣେ ଉପଭୋକ୍ତା ଦିନକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ମାଧ୍ୟମରେ ପଠାଇପାରିବ । ହେଲେ କଥା ସେତିକିରେ ସରିନି । NPCI ସିନା ଏକ ଲକ୍ଷ ଟଙ୍କା ପଠାଇବାର ଅନୁମତି ଦେଇଛି, ହେଲେ ଏହା ବ୍ୟାଙ୍କ ଓ ଉପଭୋକ୍ତା ବ୍ୟବହାର କରୁଥିବା UPI ଆପ୍‌ ଉପରେ ନିର୍ଭର କରିଥାଏ । ଯଦି ବ୍ୟାଙ୍କ କିମ୍ବା ଆପ୍‌ ନଚାହିଁବେ ତେବେ ଉପଭୋକ୍ତା ଜଣକ ଏକ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ପାଇପାରିବ ନାହିଁ ।

ଅଧିକ ପଢ଼ନ୍ତୁ: ସାବଧାନ ! ଏଥର ଫୋନ୍‌ ପେ’ରୁ ପେମେଣ୍ଟ ବେଳେ ଚୋରି ହେଉଛି ଟଙ୍କା, ଜାଣନ୍ତୁ...

ଏବେ ଆସନ୍ତୁ ଜାଣିବା କେଉଁ ଆପ୍‌ କେତେ ଟଙ୍କା ଟ୍ରାନ୍ସଫର କରିବାର ଅନୁମତି ଦେଉଛି ।

ଗୁଗୁଲ ପେ

ଗୁଗୁଲ ପେ ୟୁଜର୍ସ କେବେ ବି ଦିନକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ପଠାଇପାରିବେ ନାହିଁ । ଏହାସହ ଏହି ଆପ୍‌ ଦିନକୁ ୧୦ ଥରରୁ ଅଧିକ ଟ୍ରାଞ୍ଜାକ୍ସନ୍‌କ କରିବାକୁ ଅନୁମତି ଦେଉନାହିଁ । ଏହା ଦ୍ୱାରା ୟୁଜର ଜଣକ ଥରକେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବ । ନଚେତ୍‌ ଅତି ବେଶିରେ ୧୦ ଥର ଟଙ୍କା ପଠାଇପାରିବ ।

ପେଟିଏମ୍‌

ପେଟିଏମ୍‌ ମଧ୍ୟ ଦିନକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇବାର ଅନୁମତି ଦେଉଛି । ଏହା ବ୍ୟତୀତ ଟ୍ରାଞ୍ଜାକ୍ସନ୍‌ରେ ପେଟିଏମ୍‌ର ଅନ୍ୟ କୌଣସି ପ୍ରତିବନ୍ଧକ ନାହିଁ ।

ଫୋନ୍‌ ପେ

ଗୁଗୁଲ ପେ’ ଭଳି ଫୋନ୍‌ ପେ’ରେ ମଧ୍ୟ ରହିଛି ସମାନ ନିୟମ । ଏଥିରେ ମଧ୍ୟ ଦିନକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇପାରିବାର ନିୟମ ରହିଛି । କିନ୍ତୁ ଦିନକୁ ମାତ୍ର ୧୦ ଥର ଟ୍ରାଞ୍ଜାକ୍ସନ କରିବାର ପ୍ରତିବନ୍ଧକ ଏହି ଆପ୍‌ ଲଗାଇ ନାହିଁ ।

ଆମାଜନ୍‌

ଆମାଜନ୍‌ ମଧ୍ୟ ଦିନକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇବାର ଅନୁମତି ଦେଉଛି । ଏହାସହ ଦିନକୁ ୨୦ଥର ଟ୍ରାଞ୍ଜାକ୍ସନ୍‌ କରିବାର ଅନୁମତି ଦେଉଛି ଏହି ଆପ୍‌ । ଖାଲି ସେତିକି ନୁହେଁ ନୂଆ ୟୁଜରମାନଙ୍କ ପାଇଁ ଏହି ଆପ୍‌ ଘଣ୍ଟାକୁ ମାତ୍ର ୫୦୦୦ ଟଙ୍କା ଟ୍ରାଞ୍ଜାକ୍ସନ କରିବାର ଅନୁମତି ଦେଉଛି।