• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଡୁଆରେ ପେଟିଏମ୍‌, ଚିନ୍ତାରେ ଜନସାଧାରଣ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ପର୍ଯ୍ୟନ୍ତ କାମ କରିବ ପେଟିଏମ୍‌ ଫାସ୍‌ଟ୍ୟାଗ୍‌ ? ବନ୍ଦ ହୋଇଗଲେ କଣ କରିବାକୁ ପଡ଼ିବ ? ନିଜେ କେମିତି ବନ୍ଦ କରିବେ ? ବନ୍ଦ ନକଲେ କଣ ହେବ ? ଏସବୁ ପ୍ରଶ୍ନକୁ ନେଇ ଯେତିକି ଅଡୁଆରେ ପେଟିଏମ୍‌ ନୁହେଁ, ତା’ଠୁ ଅଧିକ ଚିନ୍ତାରେ ଲୋକେ । ଆସନ୍ତୁ ଜାଣିବା ଏସବୁ ସମସ୍ୟାର ସମାଧାନ...

କୌଣସି ଅସୁବିଧାକୁ ଏଡାଇବା ପାଇଁ NHAIର ରୋଡ୍ ଟୋଲିଂ କର୍ତ୍ତୃପକ୍ଷ IHMCL ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବ୍ୟତୀତ ୩୨ଟି ପ୍ରାଧିକୃତ ବ୍ୟାଙ୍କରୁ ଫାସ୍‌ଟ୍ୟାଗ୍‌ କିଣିବାକୁ ଗାଡ଼ି ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି । ୩୧ ଜାନୁଆରୀରେ, ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ (PPBL)କୁ ୨୯ ଫେବୃଆରୀ ପରେ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ୱାଲେଟ୍, ଫାସ୍‌ଟ୍ୟାଗ୍‌ରେ ଜମା କିମ୍ବା ଟପ୍ ଅପ୍ ଗ୍ରହଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ତଥାପି, ସୁଧ, କ୍ୟାସବ୍ୟାକ୍ କିମ୍ବା ଫେରସ୍ତ ଟଙ୍କା ଗ୍ରାହକଙ୍କୁ ଯେକୌଣସି ସମୟରେ ଫେରସ୍ତ କରାଯାଇପାରିବ । ବର୍ତ୍ତମାନ ଗ୍ରାହକଙ୍କୁ ଅସୁବିଧାକୁ ନଜରରେ ରଖି ଆରବିଆଇ ୨୯ ଫେବୃଆରୀରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିବନ୍ଧକର ସମୟସୀମା ବୃଦ୍ଧି କରିଛି ।

ଏହା ପୂର୍ବରୁ ଆରବିଆଇ ଦ୍ୱାରା କୁହାଯାଇଥିଲା ଯେ ୨୯ ଫେବୃଆରୀ ,୨୦୨୪ ପରେ କୌଣସି ଗ୍ରାହକଙ୍କ ପ୍ରିପେଡ୍ ଉପକରଣ, ୱାଲେଟ୍, ଫାସ୍‌ଟ୍ୟାଗ୍‌, NCMC କାର୍ଡ ଇତ୍ୟାଦିରେ କୌଣସି ଜମା କିମ୍ବା କ୍ରେଡିଟ୍ କାରବାର ଅନୁମତି ଦିଆଯିବ ନାହିଁ । କିନ୍ତୁ ବର୍ତ୍ତମାନ ଆପଣ ଏହି କାମ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କରିବାକୁ ସକ୍ଷମ ହେବେ । ଆରବିଆଇ ଏହା ମଧ୍ୟ କହିଛି ଯେ ଏହି କାର୍ଯ୍ୟନୁଷ୍ଠାନ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ବିରୋଧରେ ରହିଛି । ପେଟିଏମ୍ ଆପ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । 

ଯେଉଁମାନେ ପେଟିଏମ୍ ଫାସ୍‌ଟ୍ୟାଗ୍‌ରେ ବାଲାନ୍ସ ରଖିଛନ୍ତି, ସେମାନେ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ?

 ପେଟିଏମ୍ ଫାସ୍‌ଟ୍ୟାଗ୍‌ ବାଲାନ୍ସ ଶେଷ ନହେବା ପର୍ଯ୍ୟନ୍ତ କାମ କରିବ । ତଥାପି, ଆଉ କୌଣସି କାରବାର କିମ୍ବା ଟପ୍-ଅପ୍ କରି ହେବ ନାହିଁ ।

 ପେଟିଏମ୍ ଫାସ୍‌ଟ୍ୟାଗ୍‌ ବନ୍ଦ ହୋଇ ଯାଇଛି କି ? 

ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବ୍ୟତୀତ ୩୨ଟି ପ୍ରାଧିକୃତ ବ୍ୟାଙ୍କରୁ ଫାସ୍‌ଟ୍ୟାଗ୍‌ କିଣିବାକୁ IHMCL ରାଜପଥ ବ୍ୟବହାରକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏହାପୂର୍ବରୁ, ୧୯ ଜାନୁୟାରୀ ୨୦୨୪ରେ ଲେଖାଯାଇଥିବା ଚିଠିରେ IHMCL ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂଆ ଫାସ୍‌ଟ୍ୟାଗ୍‌ ପ୍ରଦାନ ବନ୍ଦ କରିଦେଇଥିଲେ । ୧୫ ମାର୍ଚ୍ଚ , ୨୦୨୪ ସୁଦ୍ଧା ବାଲାନ୍ସ ସହିତ  ପେଟିଏମ୍ ଫାସ୍‌ଟ୍ୟାଗ୍‌ ବ୍ୟବହାର କରାଯାଇପାରିବ ଯେପର୍ଯ୍ୟନ୍ତ ବାଲାନ୍ସ ଶେଷ ନହେବା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।


ପେଟିଏମ୍‌ ଫାସ୍‌ଟ୍ୟାଗ୍‌ କାମ କରୁଛି କି ?

ଗ୍ରାହକଙ୍କୁ ସେଭିଂ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ, ପ୍ରିପେଡ୍ ବାଲାନ୍ସ, ଫାସ୍‌ଟ୍ୟାଗ୍‌ ଏବଂ ନ୍ୟାସନାଲ୍‌ ମୋବିଲିଟି କାର୍ଡ ସହିତ ଅନ୍ୟ ଆକାଉଣ୍ଟରୁ ବକେୟା ରାଶି ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଆରବିଆଇ ପେଟିଏମ୍ ଫାସ୍‌ଟ୍ୟାଗ୍‌ ବ୍ୟବହାରକାରୀଙ୍କୁ ବାଲାନ୍ସ ବ୍ୟବହାର କରିବାକୁ ଅନୁମତି ଦେଇଛି । କିନ୍ତୁ ମାର୍ଚ୍ଚ ୧୫ ପରେ ସେମାନେ ଏହି ୱାଲେଟଗୁଡିକୁ ଅଧିକ ଟଙ୍କା ସ୍ଥାନାନ୍ତର କରିବାକୁ ସମର୍ଥ ହେବେ ନାହିଁ । 

ପେଟିଏମ୍‌ ଫାସ୍‌ଟ୍ୟାଗ୍‌କୁ କିପରି ବନ୍ଦ କରିବେ ?

ଆପଣ ପେଟିଏମ୍‌ ଫାସ୍‌ଟ୍ୟାଗ୍‌କୁ ମଧ୍ୟ ବନ୍ଦ କରିପାରିବେ । ତଥାପି, ଏହା ପରେ ଆପଣ ପୁନର୍ବାର ସମାନ ଫାସ୍‌ଟ୍ୟାଗ୍‌କୁ ଚାଲୁ କରିବାକୁ ସମର୍ଥ ହେବେ ନାହିଁ । ଫାସ୍‌ଟ୍ୟାଗ୍‌ ବନ୍ଦ କରିବାକୁ, ନିମ୍ନଲିଖିତ ପଦ୍ଧତି ଅନୁସରଣ କରନ୍ତୁ-

> ସର୍ବପ୍ରଥମେ ଫାସ୍‌ଟ୍ୟାଗ୍‌ ପେଟିଏମ୍ ପୋର୍ଟାଲକୁ ଲଗ୍ଇନ୍ କରନ୍ତୁ । ଏଥିରେ ୟୁଜର୍ ID, ୱାଲେଟ୍ ID ଓ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ ।

> ବର୍ତ୍ତମାନ ଫାସ୍‌ଟ୍ୟାଗ୍‌ ନମ୍ବର, ପଞ୍ଜୀକୃତ ମୋବାଇଲ୍ ନମ୍ବର ଓ ଯାଞ୍ଚ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସୂଚନା ପ୍ରବେଶ କରନ୍ତୁ ।

> ଏହା ପରେ ପେଜକୁ ସ୍କ୍ରୋଲ୍ କରନ୍ତୁ ଏବଂ ସହାୟତା ଏବଂ ସମର୍ଥନ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

> ବର୍ତ୍ତମାନ, ‘ଅଣ-ଅର୍ଡର ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକ ସହିତ ସାହାଯ୍ୟ ଦରକାର ?’ ଉପରେ କ୍ଲିକ୍ କରନ୍ତୁ ।

> ଏହା ପରେ ଫାସ୍‌ଟ୍ୟାଗ୍‌ ପ୍ରୋଫାଇଲ୍ ଅପଡେଟ୍ ସହିତ ଜଡିତ ଜିଜ୍ଞାସାର ବିକଳ୍ପ ଚୟନ କରନ୍ତୁ ।

> ଏହା ପରେ, ‘ମୁଁ ମୋର ଫାସ୍‌ଟ୍ୟାଗ୍‌ ଅପ୍ସନ୍ ବନ୍ଦ କରିବାକୁ ଚାହୁଁଛି ଚୟନ କରନ୍ତୁ’ ଏବଂ ପରବର୍ତ୍ତୀ ପଦକ୍ଷେପଗୁଡିକ ଅନୁସରଣ କରନ୍ତୁ ।