Advertisment

PhonePe ପରେ ୟୁଜର୍ସଙ୍କୁ ବଡ଼ ଝଟ୍‌କା ଦେଲା Paytm

ଡିଜିଟାଲ୍‌ ପେମେଣ୍ଟ କମ୍ପାନୀ ପେଟିଏମ୍‌(Paytm) ୟୁଜର୍ସଙ୍କୁ ବଡ଼ ଝଟ୍‌କା ଦେଇଛି। ଯଦି ଆପଣ ପେଟିଏମ୍‌ ମାଧ୍ୟମରେ କୌଣସି ମୋବାଇଲ୍‌ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍‌ଚାର୍ଜ ଦେବାକୁ ପଡ଼ିବ।

author-image
Rajalaxmi Sahoo
Paytm Starts Taking Surcharge on Mobile Recharges

Paytm Starts Taking Surcharge on Mobile Recharges

ଡିଜିଟାଲ୍‌ ୱାଲେଟ୍‌ ପେମେଣ୍ଟ୍‌ ଲୋକଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିଥାଏ। ହେଲେ ଏବେ ଡିଜିଟାଲ୍‌ ପେମେଣ୍ଟ କମ୍ପାନୀ ପେଟିଏମ୍‌(Paytm) ୟୁଜର୍ସଙ୍କୁ ବଡ଼ ଝଟ୍‌କା ଦେଇଛି। ଯଦି ଆପଣ ପେଟିଏମ୍‌ ମାଧ୍ୟମରେ କୌଣସି ମୋବାଇଲ୍‌ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍‌ଚାର୍ଜ ଦେବାକୁ ପଡ଼ିବ। ଅର୍ଥାତ୍‌ Paytm ଏବେ ମୋବାଇଲ୍‌ ରିଚାର୍ଜ ଉପରେ ସର୍‌ଚାର୍ଜ ନେବା ଆରମ୍ଭ କରିଛି। ଏହି ସର୍‌ଚାର୍ଜ ସମସ୍ତ ପ୍ରକାରର ପେମେଣ୍ଟ୍‌ ଯଥା- ପେଟିଏମ୍‌ ୱାଲେଟ୍‌ ବାଲାନ୍ସ/ UPI/ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ମୋଡ୍‌ରେ ନିଆଯାଇଥାଏ। ୧ ଟଙ୍କାରୁ ୬ ଟଙ୍କା ମଧ୍ୟରେ ଏହି ସର୍‌ଚାର୍ଜ ଦେବାକୁ ପଡ଼ିପାରେ। 

Advertisment

Paytm ପୂର୍ବରୁ PhonePe ମୋବାଇଲ୍‌ ରିଚାର୍ଜ ଉପରେ ସର୍‌ଚାର୍ଜ ନେବା ଆରମ୍ଭ କରିଛି। ଏବେ Paytm ଯେଉଁ ୟୁଜରଙ୍କ ଠାରୁ ସର୍‌ଚାର୍ଜ ନେଉଛି, ରିଚାର୍ଜ ସମୟରେ ସମ୍ପୃକ୍ତ ଗ୍ରାହକଙ୍କ ପାଖକୁ ସର୍‌ଚାର୍ଜ ନେଇ ନୋଟିଫିକେସନ ପଠାଯାଉଛି। ୧୦୦ ଟଙ୍କାରୁ ଅଧିକ ସମସ୍ତ ଟ୍ରାଞ୍ଜାକ୍ସନ ଉପରେ ଏହି ସର୍‌ଚାର୍ଜ ଲାଗୁ ହୋଇଛି।

ନିଜର Revenue ବଢ଼ାଇବା ଲାଗି ପେଟିଏମ୍‌ ୟୁଜରଙ୍କ ଠାରୁ ସର୍‌ଚାର୍ଜ ଆଦାୟ କରୁଛି ବୋଲି କୁହାଯାଉଛି। ୨୦୧୯ ମସିହାରେ ପେଟିଏମ୍‌ ଟ୍ୱିଟରରେ ଏକ ପୋଷ୍ଟ ଶେଆର କରିଥିଲା।ଯେଉଁଥିରେ ଉଲ୍ଲେଖ ଥିଲା, UPI ଓ ୱାଲେଟ୍‌ ସମେତ କୌଣସି ପେମେଣ୍ଟ ଉପରେ ଗ୍ରାହକଙ୍କଠୁ କୌଣସି ପ୍ରକାରର ସୁବିଧା କିମ୍ବା ଟ୍ରାଞ୍ଜାକ୍ସନ ଚାର୍ଜ ନିଆଯିବ ନାହିଁ। ହେଲେ ଏବେ ପେଟିଏମ୍‌ ଗ୍ରାହକଙ୍କଠୁ ସର୍‌ଚର୍ଜ ନେବା ଆରମ୍ଭ କରିଛି। ପେଟିଏମ୍‌ ଭଳି ଫୋନ୍‌ପେ’ ଗତ ଅକ୍ଟୋବରରେ ସର୍‌ଚାର୍ଜ ନେବା ଆରମ୍ଭ କରିଥିଲା। ହେଲେ ପ୍ରକୃତ କେଉଁ କାରଣ ପାଇଁ ଉଭୟ PhonePe ଓ Paytm ଗ୍ରାହକଙ୍କଠୁ ସର୍‌ଚାର୍ଜ ନେଉଛି ସେନେଇ ସ୍ପଷ୍ଟ କରି ନାହାନ୍ତି। 

Advertisment
Paytm Mobile Recharge PhonePe
Advertisment
Advertisment