/odishatv-khabar/media/post_attachments/uploadimage/library/16_9/16_9_0/Paytm_1706704587.jpg)
Paytm
ଆପଣଙ୍କ ପାଖରେ ପେଟିଏମ୍ ଅଛିକି ? ପେଟିଏମ୍ରେ ଆପଣ ପେମେଣ୍ଟ କରୁଛନ୍ତି କି ? ଯଦି ଆପଣ ପେଟିଏମ୍ ବ୍ୟବହାର କରୁଛନ୍ତି ତେବେ ଜାଣିନିଅନ୍ତୁ...
RBI ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ RBI କଟକଣା ଜାରି କହିଛି ଯେ, ଆଉ ପେଟିଏମ୍ରେ ନୂଆ ଗ୍ରାହକ ଯୋଡ଼ି ହୋଇ ପାରିବେନି ।
ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍ରେ ନେଣଦେଣ ହୋଇପାରିବନି ବୋଲି ସ୍ପଷ୍ଟ କହିଛି RBI । ତେବେ ପେଟିଏମ୍ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରିଛି । ୨୦୨୨ ମସିହାରେ, RBI ଏହାର ଆଇଟି ସିଷ୍ଟମର ବିସ୍ତୃତ ସିଷ୍ଟମ ଅଡିଟ୍ କରିବା ପାଇଁ ଇନକମ ଟ୍ୟାକ୍ସ ଅଡିଟ୍ ଫାର୍ମ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ସେହି ଅନୁସାରେ ଆରବିଆଇ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।
ଜାଣି ନିଅନ୍ତୁ କ’ଣ ରହିଛି ନିୟମ...
୧. ଫେବୃଆରୀ 29 ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍ ଉପକରଣ, ୱାଲେଟ୍, FASTags କିମ୍ବା ନ୍ୟାସନାଲ କମନ୍ ମୋବିଲିଟି କାର୍ଡରେ ଆଉ ଟଙ୍କା ଜମା କରିପାରିବେ ନାହିଁ । ତାହା ସହ କ୍ରେଡିଟ୍ କାରବାରର ଅନୁମତି ମଧ୍ୟ ଦିଆଯିବ ନାହିଁ ।
୨. ଗ୍ରାହକମାନେ ଆକାଉଣ୍ଟରେ ଥିବା ଟଙ୍କା ଉଠାଇପାରିବେ । ହେଲେ କୌଣସି ଜମା କରିବାର ଅନୁମତି ମିଳିବନାହିଁ ।
୩. ପେଟିଏମ୍ରୁ ଅନ୍ୟ କୌଣସି ବ୍ୟାଙ୍କକୁ ଟଙ୍କା ନେଣଦେଣ ହୋଇପାରିବ ନାହିଁ । ଫେବୃଆରୀ ୨୯ ପରେ ଏହି ସୁବିଧା ପାଇପାରିବେନାହିଁ ଗ୍ରାହକ । କେବଳ UPI ସୁବିଧା ବ୍ୟବହାର କରିପାରିବେ ।
୪. One97 କମ୍ୟୁନିକେସନ୍ ଲିମିଟେଡ୍, ପେଟିଏମର ପ୍ୟାରେଣ୍ଟ୍ କମ୍ପାନୀ ଏବଂ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ନୋଡାଲ୍ ଆକାଉଣ୍ଟ ଗୁଡିକ ଆରବିଆଇ ଦ୍ୱାରା ବନ୍ଦ କରାଯାଇଛି ।
୫.ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଅନୁଯାୟୀ RBI କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପେଟିଏମ୍ ପେମେଣ୍ଟ ବ୍ୟାଙ୍କଠୁ ଦୂରେଇ ରହିବାକୁ RBI ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)