Advertisment

Robert Vadra Land Controversy: ଜମି ଦୁର୍ନୀତି ମାମଲା, ଇଡି ସମ୍ମୁଖରେ ହାଜର ହେଲେ ରବର୍ଟ ଭଦ୍ରା

ଜମିଜମା କାରବାର ଓ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରା ଯାଇଥିଲା। ଏହା ସହିତ ତାଙ୍କୁ ମଙ୍ଗଳବାର ହାଜର ହେବାକୁ କୁହାଯାଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
robert bhadra

robert bhadra

ଜମିଜମା କାରବାର ଓ ଦୁର୍ନୀତି ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କର ଯାଇଥିଲା। ଏହା ସହିତ ତାଙ୍କୁ ମଙ୍ଗଳବାର ହାଜର ହେବାକୁ କୁହାଯାଇଥିଲା। ପୂର୍ବରୁ ଇଡି ପକ୍ଷରୁ ଭଦ୍ରାଙ୍କୁ ଏପ୍ରିଲ ୮ତାରିଖରେ ପ୍ରଥମ ସମନ ପଠା ଯାଇଥିଲା। ତେବେ ପ୍ରଥମ ସମନରେ ସେ ହାଜର ହୋଇ ନଥିଲେ।

Advertisment

ଦ୍ବିତୀୟ ଥର ସମନ ମିଳିବା ପରେ ରବର୍ଟ ଭଦ୍ରା ଚାଲି ଚାଲି ଯିବା ସହିତ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପିଏମଏଲଏ ଆକ୍ଟ ଆଧାରରେ ଭଦ୍ରାଙ୍କ ବୟାନ ରେକର୍ଡ କରାଯିବ ବୋଲି ଜଣା ପଡିଛି। ଚାଲି ଚାଲି ଯିବା ସମୟରେ ସାଧାରଣ ଲୋକଙ୍କ ପାଇଁ ସ୍ବର ଉତ୍ତୋଳନ କରୁଥିବାରୁ ଏହାକୁ ଚପାଇବାକୁ ପ୍ରୟାସ କରାଯାଉଥିବା କହିଥିଲେ ଭଦ୍ରା। ସେହିପରି ତଦନ୍ତକାରୀ ସଂସ୍ଥା ଗୁଡିକୁ ବିଜେପି ରାଜନୈତିକ ସ୍ବାର୍ଥ ହାସଲ ପାଇଁ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କ ନିକଟରେ କିଛି ବି ଲୁଚାଇବାକୁ ନାହିଁ ବୋଲି ୫୬ ବର୍ଷୀୟ ଭଦ୍ରା କହିଛନ୍ତି। ଏହା ସହ ତାଙ୍କର ସମର୍ଥକ ମାନେ କହିଥିଲେ ଯେତେବେଳେ ମୋଦି ଡରି ଯାଆନ୍ତି ସେ ଇଡିକୁ ଆଗକୁ ଆଣିଥାଆନ୍ତି।

ଅଧିକ ପଢ଼ନ୍ତୁ: ବିଶ୍ୱର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜ୍‌ରେ OTV , ଅଂଜି ବ୍ରିଜର ମଧ୍ୟ ପରଖିଲା ସ୍ଥିତି

Advertisment

ଏହି ମାମଲା ହରିୟାଣାର ଶିକୋହପୁରରେ ଏକ ଜମି କାରବାର ଏବଂ ଏହା ସହିତ ଜଡିତ ମନି ଲଣ୍ଡରିଂର ତଦନ୍ତ ସହିତ ଜଡିତ। ଭୂପିନ୍ଦର ସିଂ ହୁଡା ମୁଖ୍ୟମନ୍ତ୍ରୀ ଥିବା ସମୟରେ ୨୦୦୮ ମସିହାରେ ଏହି ଦୁର୍ନୀତି ହୋଇଥିଲା। ଇଡି ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟକୁ ହରିୟାଣା ସରକାରଙ୍କ ପକ୍ଷରୁ ଜମି ମାତ୍ର ୭.୫ କୋଟି ଟଙ୍କାରେ ଯୋଗାଇ ଦିଆଯାଇଥିଲା। ଏହା ପରେ ହରିୟାଣା ସରକାରଙ୍କ ପକ୍ଷରୁ ହାଉସିଂ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପରମିଶନ ମଧ୍ୟ ଦିଆଯାଇଥିଲା।

ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅନୁଯାୟୀ, ରବର୍ଟଙ୍କ କମ୍ପାନୀ ଫେବୃଆରୀ ୨୦୦୮ରେ ଓମକାରେଶ୍ୱର ପ୍ରପର୍ଟିଜ ନାମକ ଏକ କମ୍ପାନୀରୁ ଗୁରଗାଓଁର ଶିକୋହପୁର ଅଞ୍ଚଳରେ ୩.୫ ଏକର ଜମି ୭.୫ କୋଟି ଟଙ୍କାରେ କିଣିଥିଲା। କିଛି ସମୟ ପରେ, ଭଦ୍ରାଙ୍କ କମ୍ପାନୀ ସେହି ଜମିକୁ ୫୮କୋଟି ଟଙ୍କାରେ DLF ନାମକ ଏକ ବଡ଼ ରିଅଲ ଇଷ୍ଟେଟ କମ୍ପାନୀକୁ ବିକ୍ରି କରିଦେଲା। ଇଡି ସନ୍ଦେହ କରୁଛି ଯେ ଏହି ଚୁକ୍ତି ମନି ଲଣ୍ଡରିଂ ଯୋଜନାର ଏକ ଅଂଶ ହୋଇପାରେ, ତେଣୁ, ଏଜେନ୍ସି ଏହି ଜମି ଚୁକ୍ତିରୁ ହୋଇଥିବା ବିପୁଳ ଲାଭ ପଛରେ ଥିବା ଟଙ୍କାର ତଦନ୍ତ କରୁଛି।

କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡା ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେପି ଦୁର୍ନୀତି ଅଭିଯୋଗକୁ ପ୍ରମାଣ କରି ପାରିଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି ହୁଡା କହିଛନ୍ତି।

ଅଧିକ ପଢ଼ନ୍ତୁ: ରତର ଲେଜର୍ ୱିପନ୍ ସଫଳତା, ଆଉ ଏକ ମାଇଲଖୁଣ୍ଟ

Congress Land Grabbing Case Robert Vadra
Advertisment
Advertisment