• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Corona Third Wave
୩ ରୁ ୪ ମାସ ରହିପାରେ ତୃତୀୟ ଲହରର ପ୍ରକୋପ

କୋଭିଡ୍ ଟିକା ନେବା ପରେ ରାଜ୍ୟରେ କେତେଜଣ ସଂକ୍ରମିତ ହୋଇଛନ୍ତି? ପ୍ରଥମ ଡୋଜ୍ ନେବା ପରେ କେତେ ଓ ଦ୍ୱିତୀୟ ଡୋଜ୍ ପରେ କେତେ, ସେ ସଂପର୍କରେ ତର୍ଜମା କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି

Rayagada
ଜଗା ପ୍ରେମରେ ଆଉ ଜଣେ ସାଲବେଗ : ହେରାପଞ୍ଚମୀରେ ମହାପ୍ରଭୁଙ୍କ ଦର୍ଶନ କଲେ, ଭୋଗ ଲଗାଇଲେ

ଭାବ ଭକ୍ତିର ଡୋରରେ ବନ୍ଧା ଭାବ ବିନୋଦିଆ ଠାକୁର । ଜଗା ପ୍ରେମରେ ଆଉ ଜଣେ ସାଲବେଗ । ଅସହାୟ ବୃଦ୍ଧବୃଦ୍ଧାଙ୍କୁ ମାଗଣା ଖାଇବାକୁ ଦେଇ ବହୁ ଚର୍ଚ୍ଚାକୁ ଆସିଥିବା କାସିମ୍ ଚାଚା ଏବେ ପୁଣି ଚର୍ଚ୍ଚାରେ ।

school open
ଜୁଲାଇ ୨୬ରୁ ଖୋଲିବ ସ୍କୁଲ

ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।

tree plantation
ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ

ଝାରସୁଗୁଡ଼ା ଜିଲ୍ଲା ବାଗଡିହି ଫରେଷ୍ଟ ରେଂଜ ଅଧୀନ ତାଲମୁଣ୍ଡା ଗାଁରେ ଭିଏସ୍ଏସ୍ ଆନୁକୂଲ୍ୟରେ ହୋଇଥିବା ବୃକ୍ଷରୋପଣରେ ଟଙ୍କା ହେରଫେର ଅଭିଯୋଗ ।

Bus
ସ୍ୱାଭାବିକ ହେଉନି ବସ ସେବା

ଲକଡାଉନ୍ କୋହଳ ହେବା ପରେ ସାରା ରାଜ୍ୟରେ ବସ ସେବା ସ୍ୱଭାବିକ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏଯାଏଁ ଅଧିକାଂଶ ରୁଟରେ ବସ ଚଳାଚଳ ହୋଇପାରୁନାହିଁ ।

ganjam
କରୋନା ମହାମାରୀ ଛଡାଇ ନେଇଛି ଚିତ୍ରଶିଳ୍ପୀଙ୍କ ମୁହଁରୁ ହସ

ସିମେଣ୍ଟ ଓ ମାଟିରେ ମୂର୍ତ୍ତି ସହ ଗୋବରରେ କଣ୍ଢେଇ ନିର୍ମାଣ କରି ଗୁଜରାଣ ମେଣ୍ଟାଉଥିଲେ । ହେଲେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ମୂର୍ତ୍ତି ବିକ୍ରି ହେଉନି । ବାଧ୍ୟହୋଇ ପୁଣି ଏକ ଅନ୍ୟ ପନ୍ଥାକୁ ଆପଣାଇଲେଣି ଚିତଶିଳ୍ପୀ । 

War Of Words
ରୋଚକ ରାଜନୀତି,ଯୋଜନା ବୈଠକରେ ବାପ-ଝିଅ କଥା କଟାକଟି

ମାଲକାନଗିରିରେ ରୋଚକ ରାଜନୀତି । ଜିଲ୍ଲା ଯୋଜନା ବୈଠକରେ ବାପା-ଝିଅ କଟାକଟି । ମାଲକାନଗିରି ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ ।

titilagarh
ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ : ୧୫ ଦିନ ହେଲା ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର ଲୋକ

ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି

UGC
ଅକ୍ଟୋବର ପହିଲାରୁ ପାଠପଢା

ଦେଶର କୋଭିଡ୍ ସ୍ଥିତିକୁ ଦେଖି ପରୀକ୍ଷା ଓ ନାମଲେଖା ନେଇ ୟୁଜିସ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ନାମଲେଖା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ACF DEATH CASE
ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା,ସାଇଣ୍ଟିଫିକ୍ ଟିମର ତନାଘନା

ବନ ସଂର‍‍କ୍ଷକ ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଜାରି ରହିଛି ତନାଘନା । ଗତକାଲି ମୃତ ଏସିଏଫ୍ ସୋମ୍ୟରଞ୍ଜନଙ୍କ ସରକାରୀ ବାସ ଭବନରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛି ।

lightning
ବଜ୍ରପାତ ନେଲା ପୁଣି ୫ ଜୀବନ

ଭୁବନେଶ୍ୱର: ପୁଣି ଜୀବନ ନେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଗତକାଲି ୫ ଜଣଙ୍କ ମୃତ୍ୟୁ ଘଟିଛି। ମାଲ୍‌କାନଗିରିରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କାଲିମେଳା ବ୍ଲକ୍ ଏମ୍ଭି-୪୧ ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ମାଥିଲି ବ୍ଲକ୍ ଭେଜାଗୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଦୁଇ ଜଣ ପ୍ରାଣ ହରାଇଛନ୍ତି। କଙ୍କଡ଼ାହାଡ଼ ଥାନା ମରୁଆବଲିରେ ଛେଳି ଚରାଇବାକୁ ଯାଇଥିଲା ବେଳେ ବଜ୍ରପାତରେ […]

heat 1
ଜଳୁଛି ପଶ୍ଚିମ ଓଡ଼ିଶା 

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ତାତିରେ ଛଟପଟ ସାରା ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡିଶାରେ ସ୍ଥିତି ଅସହ୍ୟ ହୋଇପଡିଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ପାଖାପାଖି ୪୫ ଡିଗ୍ରୀକୁ ପହଞ୍ଚିଲାଣି। ଆଜି ବି ଗ୍ରୀଷ୍ମ ପ୍ରବାହ ସାଂଘାତିକ ରହିଛି। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଭଳି ସ୍ଥିତି ଯଦି ଲାଗିରହେ, ତେବେ ଅଂଶୁଘାତ ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

potato
ଆଳୁ କଳାବଜାର ରୋକିବାକୁ ଯୋଗାଣ ବିଭାଗର ଚଢାଉ

କଟକ : ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଯୋଗାଣ ବିଭାଗ। କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଚାଲିଛି ଯାଞ୍ଚ। ଧାର୍ଯ୍ୟ ଠାରୁ ଅଧିକ ମହଜୁଦ ଅଛି କି ନାହିଁ ସେନେଇ ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ଆଳୁ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖିଲାପକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଚିଠି […]

elephant-1
ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ

କାମାକ୍ଷାନଗର : ଢେଙ୍କାନାଳରେ ଦୁଇ ଜଣଙ୍କୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲାର ମହାବିରୋଡ଼ ରେଞ୍ଜର ଡିହୋଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସରାଙ୍ଗରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସରାଙ୍ଗ ଖନ୍ଦାନାଳ ଆଶ୍ରମର ତିନି ଜଣ ଲୋକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ପଳାଇ ଆସିଥିବା ବେଳେ ଦୁଇ ଜଣଙ୍କୁ ନଦୀ ପଠାରେ ହାତୀ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ […]

misson shakti
ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା

ମହିଳା ବିକାଶ ପାଇଁ ପୁଣି ଆଗେଇ ଆସିଲେ ନବୀନ ପଟ୍ଟନାୟକ। ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

tata
କ୍ୟାନ୍‌ସର ଚିକିତ୍ସାରେ ସହାୟତା ଲାଗି ହାତ ବଢାଇଲା ଟାଟା

ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗୀ ଚିହ୍ନଟ, ଚିକିତ୍ସା ସୁବିଧା ଓ ନିରାକରଣରେ ସହାୟତା ଦେବ ଟାଟା। ଏଥିପାଇଁ ଟାଟା ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବା ଏମଓୟୁ। ଆଜି ସଚିବାଳୟରେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଏନ୍ ଟାଟା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଛି ଏମଓୟୁ। କମ୍ପ୍ରେହେନସିଭ୍ କ୍ୟାନସର କେୟାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ କ୍ୟାନସର ହାର କମାଇବା ସହ […]

raped
ପୁଣି ସେହି ଲଜ୍ଜା : ଦୁଇ ମହିଳାଙ୍କୁ ଦୁଷ୍କର୍ମ

ବାଲେଶ୍ୱର/ କେନ୍ଦୁଝର : ପୁଣି ଲଜ୍ଜା। ବଢି ଚାଲିଛି ଦୁଷ୍କର୍ମ ଅପରାଧ। ବାଲେଶ୍ୱର ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ। ସୋର ଥାନା ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଘଟଣାରେ ଶ୍ୟାମ ସିଂ ନାମକ ଯୁବକକୁ ଗିରଫ କରିଛି ପୋଲିସ। ଚଳିତ ମାସ ୨ ତାରିଖରେ ଔପଦା ଥାନା ଅଞ୍ଚଳରୁ ଜଣେ ଆଦିବାସୀ ମହିଳା ସୋର ଅଞ୍ଚଳକୁ ତାଙ୍କ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ହେଲେ ଏଠାରେ ମହିଳା ଜଣଙ୍କୁ […]

naveen patnaik
ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଚତୁର୍ଥ ପାଳିର ୪ ବର୍ଷ ପୂରଣ କରିବାକୁ ଯାଉଛି ଶାସକ ବିଜୁ ଜନତା ଦଳ(ବିଜେଡି)। ତେବେ ଏହାପୂର୍ବରୁ ଆସନ୍ତା ୮ ତାରିଖ ଠାରୁ ସମସ୍ତ ବିଭାଗର ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭାଗୀୟ ସଚିବ ମାନଙ୍କ ଉପସ୍ଥିତିରେ ଆସନ୍ତା ୮ ତାରିଖ ଠାରୁ ସେ ସମସ୍ତ ବିଭାଗର ସମୀକ୍ଷା କରିବେ ବୋଲି ମନ୍ତ୍ରୀ ମାନଙ୍କୁ ଚିଠି ଲେଖିଛନ୍ତି ନବୀନ। ଏଥିସହ ପ୍ରତି ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା […]

one die
ବମିଖାଲ ଓଭର ବ୍ରିଜ୍‌ରେ ଦୁର୍ଘଟଣା : ଜଣେ ମୃତ ,ଜଣେ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ରେ ପୁଣି ଦୁର୍ଘଟଣା। ନିର୍ମାଣାଧିନ ବ୍ରିଜର ଲୁହା ରଡ୍‌ରେ ଚାପି ହୋଇ ୨ ଶ୍ରମିକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ହେଲେ ସୁନ୍ଦରଗଡ଼ର ଅଜୟ ଗୁମିଚ ଆଜି ରାତି ପ୍ରାୟ ୯ଟାବେଳେ ଘଟିଥିଲା ଏହି […]

potato
ବେଲଗାମ ଆଳୁ ଦର

ଭୁବନେଶ୍ୱର : ପୁଣି ଆଳୁ ଦର ବେଲଗାମ୍। ହଠାତ୍ ଆଳୁ ଦର କିଲୋ ପ୍ରତି ୫ ଟଙ୍କା ବଢିଯାଇଛି। କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁ ୩ କେଜିକୁ ବିକ୍ରି ହେଉଛି ୫୦ ଟଙ୍କାରେ। ପୂର୍ବରୁ ଏହି ଦର ୩୦ରୁ ୩୫ ଟଙ୍କା ଥିଲା। ସେପଟେ ଖୁଚୁରା ବ୍ୟବସାୟୀ ୩ କେଜିକୁ ୫୫ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ହଠାତ୍ ଆଳୁର ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଖାଉଟି ବାରମ୍ବାର ଆଳୁ ଦର ବେଲଗାମ୍ […]

representational image
ଜଳପ୍ରପାତରୁ ୫୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ

କୋରାପୁଟ: ଜଳପ୍ରପାତରେ ଫଟୋ ଉଠାଇବା ହେଲା କାଳ। ଫଟୋ ଉଠାଇବା ବେଳେ ଜଳପ୍ରପାତରୁ ୫୦ ଫୁଟ ତଳକୁ ଖସି ପଡ଼ିଲେ ଯୁବକ। ଯୁବକ ଜଣକ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଗାଲି ଗବଡ଼ରେ ଥିବା ରତିବାଲି ଜଳପ୍ରପାତରେ ଏହି ଅଘଟଣ ଘଟିଛି।  ଆହତ ହୋଇଥିବା ଯୁବକଙ୍କ ନାଁ ସୁବ୍ରତ ନାଗ। ଗତକାଲି ସେ ଏହି ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଫଟୋ ଉଠାଇବା ସମୟରେ ଖସି ଯାଇଥିଲା ତାଙ୍କ ଗୋଡ଼। ଫଳରେ ପ୍ରାୟ ୫୦ […]

kalabaisakhi
କାଳବୈଶାଖୀ ସମ୍ଭାବନା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୮ ଜିଲ୍ଲା- ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ଦିନ ୧୨ଟା ୪୫ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ […]

heatwave
୬ରୁ ପୁଣି ବଢ଼ିବ ତାତି

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାତି କମିଛି। ଏହା ଦ୍ୱାରା ଲୋକେ ଆଶ୍ୱସ୍ତ ହୋଇଛନ୍ତି। କେବଳ ଭବାନୀପାଟଣାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।  ବାକି ସବୁ ସ୍ଥାନର ତାପମାତ୍ରା ୨-୩ ଡିଗ୍ରୀ ଲେଖାଏଁ କମିଛି। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି।  ବର୍ଷା ପବନ ଯୋଗୁଁ ୫ ତାରିଖ ଯାଏଁ ସାରା ରାଜ୍ୟରେ ତାପମାତ୍ରା କମ୍ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଘଡ଼ଘଡ଼ି ଓ […]

medical students
ଓଡ଼ିଶାରେ ଖୁବଶୀଘ୍ର ହେବ ଆଉ ୨ଟି ମେଡ଼ିକାଲ୍‌ କଲେଜ

ଭୁବନେଶ୍ୱର:  ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ପୂରଣ ହେବ ମେଡିକାଲ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଆଶା। କାରଣ ଖୁବଶୀଘ୍ର ରାଜ୍ୟରେ ଖୋଲିବାକୁ ଯାଉଛି ଆଉ ଦୁଇଟି ମେଡିକାଲ କଲେଜ। ଦୀର୍ଘ ଦିନ ଧରି ବାଲେଶ୍ୱରରେ ନିର୍ମାଣ ହୋଇ ରହିଥିବା ସରକାରୀ ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ଡିଏମ୍ଇଟି ବା ମେଡିକାଲ୍‌ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ସ୍ୱୀକୃତି ମିଳିଛି। ଗତ ଏପ୍ରିଲ ୨୩ ତାରିଖରେ ଏମ୍‌ସିଆଇର ତିନି ଜଣିଆ ଟିମ୍ […]

monsoon
କାଳବୈଶାଖୀ ସମ୍ଭାବନା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୧୧ ଜିଲ୍ଲା- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କଟକ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧାରେ ସକାଳ ୮ଟା ଭିତରେ ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ […]