ଲକଡାଉନ୍ କୋହଳ ହେବା ପରେ ସାରା ରାଜ୍ୟରେ ବସ ସେବା ସ୍ୱଭାବିକ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏଯାଏଁ ଅଧିକାଂଶ ରୁଟରେ ବସ ଚଳାଚଳ ହୋଇପାରୁନାହିଁ । ବସ୍ ମାଲିକ ସଂଘ ପକ୍ଷରୁ ଏକାଧିକ ଦାବି କରାଯାଇଛି। ସରକାରଙ୍କ ସହିତ ଆଲୋଚନା ନହେବା ପର୍ଯ୍ୟନ୍ତ ବସ୍ ଗଡିବ ନାହିଁ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ।
Published: Sarbeswar
Last updated: 17 July 2021, 06:17 PM IST
ମାଲକାନଗିରିରେ ରୋଚକ ରାଜନୀତି । ଜିଲ୍ଲା ଯୋଜନା ବୈଠକରେ ବାପା-ଝିଅ କଟାକଟି । ମାଲକାନଗିରି ଯୋଜନା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏବଂ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ବିଧାୟକଙ୍କ ଝିଅ ଶାନ୍ତିଲତା ମାଝୀ ।