ଆଜିର ଟୁଇଟ୍ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଚେତାଇ ଦେଇଛନ୍ତି କୁମାର ବିଶ୍ୱାସ । ଟୁଇଟ୍ରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ନାଁ ଉଲ୍ଲେଖ ନକରି ମାରିଛନ୍ତି ତେରଛା ବାଣ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ପରେ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ ରହିଛି ।
କୁମାରଙ୍କ ଏହି ସାଂଘାତିକ ଅଭିଯୋଗ ପରେ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।