• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଲିସ୍ତାନୀ ବୟାନ୍ ପରେ କବି କୁମାର ବିଶ୍ୱାସଙ୍କ ଜୀବନ ପ୍ରତି ଭୟ । ସୁରକ୍ଷା ଯୋଗାଇ ଦେଇପାରନ୍ତି କେନ୍ଦ୍ର ସରକାର । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲେ କୁମାର । ପଞ୍ଜାବରେ ଆପ୍ କ୍ଷମତା ଦଖଲ କରିବା ସମ୍ଭାବନା ଭିତରେ ଦିଲ୍ଲୀ  ତାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି  । କେଜ୍ରିଓ୍ୱାଲ କେତେ କ୍ଷମତା ଲୋଭୀ, ତାର ଉଦାହରଣ ଦେବାକୁ ଯାଇ କହିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ନଚେତ୍ ସ୍ୱାଧୀନ ରାଷ୍ଟ୍ର ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବା ଲାଗି କେଜ୍ରିୱାଲଙ୍କ ଅଭିଳାଷ ରହିଥିଲା । ଏହାକୁ ନେଇ ବିବାଦ ଉପୁଜିଛି ଏବଂ କୁମାର ବିଶ୍ୱାସଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ରହିଛି । ଏହି କାରଣରୁ ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ କୁମାର ବିଶ୍ୱାସଙ୍କ ସୁରକ୍ଷା ଉପରେ ସମୀକ୍ଷା କରୁଛି ।

ବୁଧବାର ଦିନ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରିଥିଲେ ପୁରୁଣା ସହଯୋଗୀ କୁମାର ବିଶ୍ୱାସ । ଅରବିନ୍ଦ କେଜ୍ରିୱାଲ ତାଙ୍କୁ କହିଥିଲେ, ସେ ପଞ୍ଜାବର ସିଏମ କିମ୍ବା ଖାଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ତେବେ ବିଜେପି ତାଙ୍କ ଏହି ଭିଡିଓ ସେୟାର କରିଛି ।

ସେପଟେ କୁମାର ବିଶ୍ୱାସ ଏତେ ଦିନ ଧରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ଆପ ମୁଖପାତ୍ର ରାଘବ ଚଢା । କେଜ୍ରିୱାଲଙ୍କ ଭଳି ଜଣେ ସଚ୍ଚୋଟ ନେତାଙ୍କ ରାସ୍ତା ରୋକିବାକୁ ଏହା ଅସାଧୁ ଶକ୍ତିଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି । ପଞ୍ଜାବରେ ଦଳର ବିଜୟ ସମ୍ଭାବନାକୁ ଦେଖି କେଜ୍ରିଓ୍ୱାଲଙ୍କ ନାଁରେ ମିଥ୍ୟାପ୍ରଚାର କରାଯାଉଥିବା ସେ କହିଛନ୍ତି । ତେବେ ସେ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ସତ ବୋଲି କହିଛନ୍ତି କୁମାର ବିଶ୍ୱାସ ।

ଅନ୍ୟପଟେ ଏହି ଘଟଣାକ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି । ଏହା ଆମ ଆଦମୀ ପାର୍ଟିର ପଞ୍ଜାବ ପାଇଁ ଅସଲି ଉଦ୍ଦେଶ୍ୟ ଓ ଯୋଜନା ବୋଲି ଟୁଇଟ୍ କରି କଟାକ୍ଷ କରିଛନ୍ତି । ପଞ୍ଜାବ ରାଜନୀତିରେ କଂଗ୍ରେସ, ବିଜେପି ଓ ଅକାଳୀ ଦଳର ଆଧିପତ୍ୟ ରହିଥିବା ବେଳେ ଆମ ଆଦମୀ ପାର୍ଟି ଏଥର ରାଜ୍ୟରେ କ୍ଷମତା ଦଖଲ କରିବା ସମ୍ଭାବନା ରହିଛି । ତେବେ ତାପୂର୍ବରୁ ପୁରୁଣା ସହଯୋଗୀ କୁମାର ବିଶ୍ୱାସ ଯେଉଁ ବିସ୍ଫୋରକ ବୟାନ ଦେଇଛନ୍ତି ଭୋଟରଙ୍କ ଉପରେ ତାର ପ୍ରଭାବ ପଡୁଛି ନା ନାହିଁ ତାହା ଦେଖିବା କଥା ।