ସମଗ୍ର ବିଶ୍ୱରେ ଭିନ୍ନ ଭିନ୍ନ ଭାଷା ଏବଂ ସାଂସ୍କୃତିକ ବିବିଧତା ଏବଂ ବହୁଭାଷାବାଦକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନ କରାଯାଏ। ଏହି ଦିବସ ପାଳନ କରିବା ଉଦ୍ଦେଶ୍ୟ ହେଉଛି ଏକ ସ୍ଥାୟୀ ପଦ୍ଧତି ମାଧ୍ୟମରେ ପାରମ୍ପରିକ ଜ୍ଞାନ ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବା।
ଏହାର ଇତିହାସ ବିଷୟରେ କହିବାକୁ ଗଲେ ବାଂଲାଦେଶର ଉଦ୍ୟମରେ ‘ଆନ୍ତର୍ଜାତୀୟ ମାତୃଭାଷା ଦିବସ’ ପାଳନକୁ ପ୍ରଥମେ ସ୍ୱୀକୃତି ଦିଆଯାଇଥିଲା ଏବଂ ୧୯୯୯ରେ ମିଳିତ ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ବା ୟୁନେସ୍କୋ ଦ୍ୱାରା ଏହାକୁ ଅନୁମୋଦନ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ପ୍ରତି ୧୪ ଦିନରେ ବିଲୁପ୍ତ ହେଉଛି ଗୋଟିଏ ଭାଷା; କେମିତି ଲାଗିବ ରୋକ୍
Also Read
ସବୁଠାରୁ ବଡ କଥା ହେଲା ଯଦି ଭାଷାକୁ ସୁରକ୍ଷା ଦିଆ ନଯାଏ, ଏନେଇ ସଚେତନତା କରା ନଯାଏ ତେବେ ଭାଷାର ବିଲୁପ୍ତ ହୁଏ। ଏପରି ଅନେକ ଭାଷା ବିଲୁପ୍ତ ହୋଇଥିବା ବେଳେ ବର୍ତ୍ତମାନ ସେହି ତାଲିକାରେ ଆହୁରି ଅନେକ ଭାଷା ଅଛି, ଯାହା ଭବିଷ୍ୟତରେ ମରିଯାଇପାରେ।
ଭାଷା କିପରି ମରେ:
ଏହା ସେତେବେଳେ ଘଟେ ଯେତେବେଳେ ପିଲାମାନଙ୍କର ପୂର୍ବ ପିଢି ମାତୃଭାଷା କହିପାରିବେ ନାହିଁ। ଯେତେବେଳେ ସେମାନଙ୍କର ପୂର୍ବ ପିଢିଙ୍କର ମୃତ୍ୟୁ ହୋଇଯାଏ ଭାଷା ମରିବା ଆରମ୍ଭ କରେ, କାରଣ ଏହାକୁ ଆଉ କେହି କହିପାରନ୍ତି ନାହିଁ।
ଯଦି ଏକ ସମ୍ପ୍ରଦାୟର ସମସ୍ତ ପିଲାମାନେ ଭାଷା ଶିଖିବା ଏବଂ ବ୍ୟବହାର କରିବା ଜାରି ରଖନ୍ତି ତେବେ ଏକ ଭାଷା ସ୍ଥିର ରହିଥାଏ। ଯଦି ଏହି ପରିସ୍ଥିତି ବଦଳିଯାଏ, ଭାଷା ବିପଦ ଆଡକୁ ଚାଲିଯାଏ। ପିଢିମାନେ ଦ୍ୱିଭାଷୀ ହୋଇ ପାରମ୍ପରିକ ଭାଷାରେ ପାରଦର୍ଶିତା ହରାଇଲେ, ଭାଷା ଧୀରେ ଧୀରେ ବିଲୁପ୍ତ ହୁଏ।
କିପରି ଭାଷା ସଂରକ୍ଷଣ ହୁଏ:
- ଯେତେ ପରିମାଣରେ ରେକର୍ଡ କିମ୍ବା ମୁଦ୍ରିତ ଉତ୍ସ(ପୁସ୍ତକ) ସୃଷ୍ଟି ହେବ, ଯାହା ଇତିହାସକୁ ଉନ୍ମୁକ୍ତ କରିବାରେ ସାହାଯ୍ୟ କରିବ। ଏହା ହିଁ ଭାଷାକୁ ସୁରକ୍ଷିତ ରଖିବ।
- ଶାରୀରିକ ଏବଂ ଅନ୍ଲାଇନ୍ କ୍ଲାସ୍ ମାଧ୍ୟମରେ ଭାଷା ଶିକ୍ଷା ଦେବା
- ଦୈନନ୍ଦିନ ଘରୋଇ କାମରେ ଯଥାସମ୍ଭବ ଏହାକୁ ବ୍ୟବହାର କରିବା
- ପିଲାମାନଙ୍କ ପାଇଁ ଏକ ସହାୟକ ପରିବେଶ ପ୍ରଦାନ କରନ୍ତୁ ଏବଂ ଭାଷା ଶିକ୍ଷାକୁ ବଂଚିବାର ଏକ ଅଂଶ କରନ୍ତୁ
- ପିଲାମାନଙ୍କୁ ଛୋଟରୁ ଯୁବକ ହେବା ପର୍ଯ୍ୟନ୍ତ ଯଥାସମ୍ଭବ ମାତୃଭାଷା କୁହନ୍ତୁ ଏବଂ ସେମାନଙ୍କ ଠାରୁ ଶୁଣନ୍ତୁ
- ପିଲାଙ୍କୁ ମାତୃଭାଷା ଶିକ୍ଷା ଦେବାକୁ ବ୍ୟବସ୍ଥା କରନ୍ତୁ, ଯଦି ସେମାନେ ଘରେ ମାତୃଭାଷା କହୁଛନ୍ତି ତେବେ ପ୍ରୋତ୍ସାହନ ଦିଅନ୍ତୁ