ଏମିତି ବି ଏକ ସମୟ ଥିଲା ଯେତେବେଳେ ଅଧିନାୟକ ରୋହିତ ଶର୍ମା ନିଜ ବାପା ମାଆଙ୍କ ସହ ଏକ ଛୋଟ ଘରେ ରହୁଥିଲେ । କିନ୍ତୁ କ୍ରିକେଟରେ ସଫଳତା ପାଇବା ପରେ ରୋହିତଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଫଳରେ ସେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ରୋହିତଙ୍କ ଏହି ଘରର ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା । ରୋହିତ ଶର୍ମାଙ୍କ ଏହି ଘର ମୁମ୍ବାଇର ୱର୍ଲି ଅଞ୍ଚଳରେ ଅବସ୍ଥିତ ।
ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟିଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା ।