କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାରର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି ।
ମାସେ ହେଲାଣି ୧୩ ବର୍ଷର ନାବାଳିକା ନିଖୋଜ। ମହିଳା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍। ଶେଷରେ ଝିଅକୁ ଉଦ୍ଧାର ଲାଗି ମହିଳା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଭୁବନେଶ୍ୱର ରେଲ୍ୱେ ଷ୍ଟେସନ ପ୍ଲାଟ୍ଫର୍ମରୁ ଜଣେ ଯୁବତୀ ନିଖୋଜ ନେଇ ଅଭିଯୋଗ ହୋଇଛି। ୬ ନମ୍ବର ପ୍ଲାଟ୍ଫର୍ମରେ ଓହ୍ଲାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ।