Advertisment

‘ମାସେ ହେଲା ମୋ ଝିଅର ପତ୍ତା ମିଳୁନି, ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ’

ମାସେ ହେଲାଣି ୧୩ ବର୍ଷର ନାବାଳିକା ନିଖୋଜ। ମହିଳା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍‌। ଶେଷରେ ଝିଅକୁ ଉଦ୍ଧାର ଲାଗି ମହିଳା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

author-image
Rajalaxmi Sahoo
13-year-old girl missing for over a month

13-year-old girl missing for over a month

‘ମାସେ ହେଲା ମୋ ଝିଅର ପତ୍ତା ମିଳୁନି। କେଉଁଠି ଅଛି, କ’ଣ କରୁଛି କିଛିବି ଜାଣିନୁ। ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲୁଣି, ହେଲେ ପୋଲିସ୍‌ କିଛି ବି ଶୁଣୁ ନାହିଁ।’ ସଶ୍ରୀମା ବେଗମ୍ ନାମକ ଜଣେ ମହିଳା ଏଭଳି କିଛି ଅଭିଯୋଗ ଆଣିଛନ୍ତି। ତାଙ୍କ ୧୩ ବର୍ଷର ଝିଅ ମାସେ ହେଲାଣି ନିଖୋଜ ଅଛି। ଏନେଇ ସଶ୍ରୀମା ଓ ତାଙ୍କ ପୁଅ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ଫଳ ଶୂନ୍‌। ଶେଷରେ ଝିଅକୁ ଉଦ୍ଧାର ଲାଗି ସଶ୍ରୀମା ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ସଶ୍ରୀମାଙ୍କ ଅଭିଯୋଗ ଅନୁସାରେ, ପିପିଲି ଥାନା ଅନ୍ତର୍ଗତ ନରସିଂହପୁର ଗାଁର ଅବଦୁଲ ରହିମ ଖାଁ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଜମିଜମାକୁ ନେଇ ଝଗଡ଼ା ଲାଗିଥିଲା। ଏଥିରେ ରାଗିଯାଇ ଉକ୍ତ ସମ୍ପର୍କୀୟ ଜଣକ ତାଙ୍କ ଝିଅକୁ ଅପହରଣ କରିଥିବା ଅବଦୁଲ ଅଭିଯୋଗ ଆଣିଛନ୍ତି। ଏନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ପରେ ବାରମ୍ବାର ସେଠାରୁ ନିରାଶ ହେବାକୁ ପଡ଼ୁଛି। ଏନେଇ ଶିଶୁ ଆୟୋଗ କମିଶନରଙ୍କ ନିକଟରେ ମା’ ସଶ୍ରୀମା ଫେରାଦ ହୋଇଛନ୍ତି। 

ନାବାଳିକାଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ, ସେଇଟା ଆମ ମୂଳ ଲକ୍ଷ୍ୟ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି।

Advertisment
Girl Missing
Advertisment
Advertisment