• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମ୍‌ସ ଆଡମିଶନରେ ଜାଲିଆତି ଅଭିଯୋଗ । ପିଜି ସିଟ୍‌ରେ ଇ-ଆଡମିଶନ ବଦଳରେ ଅଫ୍ ଲାଇନ୍ ମୋଡ୍‌ରେ ହୋଇଛି ନାମଲେଖା । ରାଜ୍ୟର ୪ଟି କଲେଜ ଓ ଦୁଇଟି ବିଶ୍ୱବିଦ୍ୟାଳୟରେ କରାଯାଇଛି ଏଭଳି ଚଞ୍ଚକତା । ଏଭଳି ଗୁରୁତର ଅଭିଯୋଗ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତନାଘନା । ୬ ଶିକ୍ଷାନୁଷ୍ଠାନକୁ ସୋ କଜ୍ ନୋଟିସ୍ ଜାରି କରିଛି ବିଭାଗ ।

ଉଚ୍ଚ ଶିକ୍ଷା ବିଭାଗର ଚିଠିରେ ଦର୍ଶାଯାଇଛି, ୬ ଶିକ୍ଷାନୁଷ୍ଠାନରେ ଇ-ଆଡମିଶନ ନିୟମକୁ ଉଲ୍ଲଂଘନ କରି ପିଜିରେ ପିଲାଙ୍କ ଆଡମିଶନ କରାଯାଇଛି । ଏହି ୬ ଉଚ୍ଚ ଶିକ୍ଷାନୁଷ୍ଠାନ ଭିତରେ ରହିଛି ବ୍ରହ୍ମପୁରର ଖଲିକୋଟ୍ ୟୁନିଭର୍ସିଟି ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ । ଏହାବାଦ୍ ଖୋର୍ଦ୍ଧା ପ୍ରାଣନାଥ ଅଟୋନମସ୍ କଲେଜ, ରାଉରକେଲା ସରକାରୀ ସ୍ୱୟଂଶାସିତ କଲେଜ, କେନ୍ଦ୍ରାପଡ଼ାଭଦ୍ରକ ସ୍ୱୟଂଶାସିତ କଲେଜରେ ବି ପିଜି ଆଡମିଶନ୍‌ରେ ହୋଇଛି ଜାଲିଆତି । ଯେଉଁଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଏହି ୬ଟି ଶିକ୍ଷାନୁଷ୍ଠାନକୁ କର୍ତ୍ତୃପକ୍ଷଙ୍କୁ ଜାନୁଆରୀ ୨୦ ସୁଦ୍ଧା ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ସେପଟେ ସୋ କଜ୍ ନୋଟିସ୍ ପାଇଥିବା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଜବ ଯୁକ୍ତି ରଖି କହିଛନ୍ତି ଇଣ୍ଟରନେଟ୍ ସମସ୍ୟା ପାଇଁ ଏଭଳି ସମସ୍ୟା ଉପୁଜିଛି ।

ଏଠି ପ୍ରଶ୍ନ ଉଠୁଛି କିପରି ସାମସ୍ ବାହାରେ କର୍ତ୍ତୃପକ୍ଷମାନେ ଆଡମିଶନ୍ କରାଇଲେ ? ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଥମେ ଇ-ଆଡମିଶନ ନିୟମକୁ ଫୁ କରି ଆଡମିଶନ କଲେ, ପରେ ବିଭାଗକୁ ଚିଠି ଲେଖି ପିଲାଙ୍କୁ ସାମ୍‌ସ ତାଲିକାରେ ସାମିଲ କରିବାକୁ ଅନୁରୋଧ କଲେ । ଯେଉଁ ପିଲାମାନେ ଅଫ୍ ଲାଇନ୍‌ରେ ଆଡମିଶନ୍ କରିଛନ୍ତି ସେମାନଙ୍କୁ ସାମ୍‌ସ ଏବେ ଗ୍ରହଣ କରୁନି ।

ଏଭଳି ସ୍ଥଳେ ସମ୍ପୃକ୍ତ ପିଲାଙ୍କ କ୍ୟାରିୟର ଏବେ ଶଙ୍କଟରେ । ଖାଲି ପିଜି ନୁହେଁ ଗତ ୭ ତାରିଖରେ ବିଭାଗ ୧୯ଟି ଡିଗ୍ରୀ କଲେଜ୍‌କୁ ବି ନିୟମ ଉଲ୍ଲଂଘନ କରି ଅଫ୍ ଲାଇନ୍‌ରେ ଆଡମିଶନ କରିଥିବା ଅଭିଯୋଗରେ କଲେଜ ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ତେବେ ଉଚ୍ଚଶିକ୍ଷା ବିଭାଗର ନିୟମକୁ କାହିଁକି କିଛି କଲେଜ କି ବିଶ୍ୱବିଦ୍ୟାଳୟ ନମାନି ମନଇଚ୍ଛା ଆଡମିଶନ କରୁଛନ୍ତି । ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷାବିତ ।

ଗୋଟିଏ ପଟେ ଆଡମିଶନ୍‌ରେ ସ୍ୱଚ୍ଛତା ଲାଗି ଉଚ୍ଚଶିକ୍ଷା ବିଭାଗ ଅନ୍ ଲାଇନ୍ ଜରିଆରେ ଆଡମିଶନ କରୁଛି । ଅନ୍ୟପଟେ ବିଭାଗର ନିୟମକୁ ବେଖାତିର କରି ଅଫ୍ ଲାଇନ୍ ଜରିଆରେ ଆଡମିଶନ୍ କରିବାକୁ କର୍ତ୍ତୃପକ୍ଷ କେଉଁଠୁ ସାହାସ ପାଉଛନ୍ତି ତାହା ଏବେ ବଡ଼ ପ୍ରଶ୍ନ।

OTV is now on Whatsapp

Join and get latest news update delivered to you via whatsapp

Join Now