କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ୮ ହଜାର ଶିକ୍ଷକଙ୍କୁ ନିଯୁକ୍ତ କଲେ । ହେଲେ ଏବେ ବି ଅପହଞ୍ଚ ଅଞ୍ଚଳର ସ୍କୁଲ୍ ଗୁଡିକରେ ଶିକ୍ଷକ ଅଭାବ ।
5 T ସ୍କୁଲ୍ର ଅବସ୍ଥା ବେଶ ଶୋଚନୀୟ । କେଉଁଠି କାନ୍ଥ ଭୁସୁଡ଼ି ଗଲାଣି ତ କେଉଁଠି କାନ୍ଥ ଫାଟି ଆଁ କଲାଣି ।
5T ସ୍କୁଲ୍ରେ ପାଠ ପଢା ଚାଲିଛି ଗଛ ମୂଳରେ ଆଉ କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି । ଏହାରି ଭିତରେ ସ୍ମାର୍ଟ ସ୍କୁଲ୍ରୁ ଆସିଥିବା ଅନୁଦାନ ଅର୍ଥ ବି ହେରଫେର ହେଉଥିବା ଅଭିଯୋଗ ଆସିଲାଣି ।