• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉଦଘାଟନର ଠିକ୍ ପୂର୍ବରୁ ଭୁଶୁଡ଼ି ପଡ଼ିଲା ସ୍କୁଲ ପାଚେରୀ ।  ସ୍କୁଲ ଘର ଫ୍ଲୋର ଓ କାନ୍ଥରୁ ଛାଡ଼ି ଯାଉଛି ଟାଇଲ ଓ ପ୍ଲାଷ୍ଟର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ନଇଗୁଆଁ ବିନାୟକ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅତି ନିକୃଷ୍ଟ ଧରଣର ନିର୍ମାଣ କାମ, ବ୍ୟାପକ ଦୁର୍ନୀତିର ଅଭିଯୋଗ ଆସିଛି ।

5T ଅଧୀନରେ ଅନ୍ୟ ସ୍କୁଲ ଭଳି ଏହି ସ୍କୁଲର ବିକାଶ ଲାଗି ୩୫ ଲକ୍ଷ ଟଙ୍କା ବିନିଯୋଗରେ ସ୍ମାର୍ଟ କ୍ଲାସରୁମ୍, ସ୍ମାର୍ଟ ଲାଇବ୍ରେରୀ ଓ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯାଇଛି । ତେବେ ଏଠି କିନ୍ତୁ ପୁନଃ ନିର୍ମାଣ ହୋଇଥିବା ଏହି ସ୍କୁଲରେ ଅତି ନିକୃଷ୍ଟ ଧରଣର କାମ ହୋଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ, ପୂର୍ବତନ ଛାତ୍ର ଓ ସ୍ଥାନୀୟ ଜନପ୍ରତିନିଧି ।

ସ୍କୁଲର ଅନେରକ ସ୍ଥାନରେ କେଉଁଠି କାନ୍ଥ ଫାଟିଯାଇଛି ତ କେଉଁଠି ଏହା ଉପରେ ରଙ୍ଗ ଲେପା ଯାଇଛି, ତ ଆଉ କେଉଁଠି ଉଦଘାଟନ ପୂର୍ବରୁ କାନ୍ଥରୁ ଛାଡ଼ିବାକୁ ପ୍ଲାଷ୍ଟର ଓ ଟାଇଲ ବସିଲାଣି । ତେବେ ଠିକ୍ ଉଦଘାଟନର ପୂର୍ବ ଦିନ ସ୍କୁଲର ସମ୍ମୁଖ ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି । ଏପେଟ ଅର୍ଥ ବାଟମାରଣା ଓ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରି ସ୍ଥାନୀୟ ସରପଞ୍ଚ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଅନଶନ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏ ଘଟଣା ପାଇଁ ଅସ୍ତରଙ୍ଗ ବିଡିଓଙ୍କୁ ଦାୟୀ କରିଛନ୍ତି । ତେବେ ବିଡିଓ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।