ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି । STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ । ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ ।
ଜଳେଶ୍ୱରରୁ ବିପୁଳ ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି.. ସୁଗୋ ଅଞ୍ଚଳରେ ଅବକାରୀ ଓ ପୋଲିସ ଚଢାଉ କରି ୧ ମହିଳାଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି.. ଏମାନଙ୍କ ନିକଟରୁ ୩ ବୁରା ଗଞ୍ଜେଇ, ୫୦ ଲିଟର ବିଦେଶୀ ମଦ ସହ ଆନୁମାନିକ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି..
ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି ।
ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଲା ପୋଲିସ। ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କଲା। ଆଜି କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ