• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲକାନଗିରି: ଚାଉଳ ବିକି ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ । ସ୍କୁଲରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ବିକି ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ । ମାଲକାନଗିରି ଜିଲ୍ଲା କାଳିମେଳା ଆବାସିକ ବିଦ୍ୟାଳୟର ଚାଉଳ ବିକ୍ରି କରିବା ଅଭିଯୋଗରେ ପୋଲିସ, ପ୍ରଧାନ ଶିକ୍ଷକ ରମାକାନ୍ତ ବେହେରା, ରୋଷେୟା ସୁରେନ୍ଦ୍ର ମାଡ଼ି ଓ ସ୍କୁଲ ପିଅନଙ୍କୁ ଗିରଫ କରିଛି ।

ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶରେ ରୋଷେୟା ଓ ପିଅନ ସ୍କୁଲ ଚାଉଳ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଗ୍ରାମବାସୀ କାଲିମେଳା ୱେଲଫେୟାର ଏକ୍ସଟେନ୍‌ସନ୍‌ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ୱେଲଫେୟାର ଏକ୍ସଟେନ୍‌ସନ ଅଫିସର କାଲିମେଳା ଥାନାରେ ଏତଲା ଦେଇଥିଲେ ।  ଏତଲାକୁ ଆଧାର କରି ଘଟଣାର ତଦନ୍ତ ପରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି ।

ସୂଚନାଯୋଗ୍ୟ, ପିଡିଏସ୍‌ ଚାଉଳ ଆସିବାର ଦିନେ ଦୁଇ ଦିନ ପରେ ଯେପରି ଧରା ନପଡିବେ, ସେଥିପାଇଁ ବାଇକରେ ଲଦି ଏହି ଚାଉଳ ବଜାରରେ ବିକ୍ରି କରୁଥିଲେ । ତେବେ ଏଭଳି ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଆସୁଥିବା ଗାଁ ଲୋକେ କହିଛନ୍ତି ।