• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘର ନୟାଗଡ଼, ପେଶାରେ ITI ଶିକ୍ଷକ । ହେଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ ସହ ମିଶି କରୁଥିଲେ ଦେଶ ବିରୋଧୀ କାର୍ଯ୍ୟକଳାପ । ପ୍ରିଆକ୍ଟିଭ୍ ସିମ୍ ବ୍ୟବହାର କରି ବିକ୍ରି କରୁଥିଲେ OTP । ହାତଉଥିଲେ ବିପୁଳ ପରିମାଣର ଅର୍ଥ । ଏମିତି ଅଭିଯୋଗରେ ଏସଟିଏଫ୍ ଓଡ଼ିଶାରୁ ସଂପୃକ୍ତ ITI ଶିକ୍ଷକଙ୍କ ସମେତ ମୋଟ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସିମ୍ ଓଡ଼ିଶାର, କାମ କରୁଥିଲା ପାକିସ୍ତାନରେ । ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିଲା, ବ୍ୟବହାର କରୁଥିଲେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଏଜେଣ୍ଟ । ଏମିତି ଜଘନ୍ୟ ଦେଶ ବିରୋଧୀ କାମ କରି ବନ୍ଧା ହୋଇଛନ୍ତି ୩ ଓଡ଼ିଆ । ସିମ୍ କାର୍ଡ ମାଧ୍ୟମରେ ଏକାଧିକ OTP ଜେନେରେଟ୍ କରି ବିଭିନ୍ନ ଅପରାଧିକ ଓ ଅସମାଜିକ ସଂସ୍ଥାକୁ ଏଜେଣ୍ଟମାନଙ୍କ ଦ୍ୱାରା ବିକ୍ରି କରୁଥିଲେ । ଏହି ଘଟଣାରେ STF ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେମାନଙ୍କ ମଧ୍ୟରୁ ଦୁଇଜଣ ନୟାଗଡ଼ରୁ ଥିବା ବେଳେ ଜଣେ ଯାଜପୁରର । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି । STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ । ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ । ଆଉ ତା ବଦଳରେ ବିପୁଳ ଟଙ୍କା ରୋଜଗାର କରୁଥିଲେ । ଏହି ଓଟିପି ବ୍ୟବହାର କରି ଅପରାଧିକ ସଂସ୍ଥାଗୁଡିକ ହ୍ୱାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଚଲାଇବା ସହିତ ଅନଲାଇନ୍ ସପିଂ ମଧ୍ୟ କରୁଥିଲେ ।

ଖାଲି ସେତିକି ନୁହେଁ, ଦେଶ ବିରୋଧୀ ଷଡ଼ଯନ୍ତ୍ର ସାଙ୍ଗକୁ ହନିଟ୍ରାପ୍, ସେକ୍ସଟୋରେସନ ଭଳି କାମ ପାଇଁ ମଧ୍ୟ ଉସକାଉଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ କାର୍ଡ, ୬୧ ଏଟିଏମ କାର୍ଡ଼ ଏବଂ ୨୩ଟି ସିମ କଭର ସହ ଲାପଟପ ଜବତ କରାଯାଇଛି ।

ଆଶ୍ଚର୍ଯ୍ୟର କଥା ହେଲା ଫେକ ସିମ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଟେଲିକମ୍ ଡିପାର୍ଟମେଣ୍ଟ୍ ନିକଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି 'ଅସ୍ତ୍ର' ବ୍ୟବହାର କରି ସାରା ଦେଶରୁ ମୋଟ୍ ୩୦ ଲକ୍ଷ ସିମ୍ ରଦ୍ଦ କରିଥିଲା । ତା ଭିତରେ ଓଡିଶାରୁ ପ୍ରାୟ ୫୨ ହଜାର ସିମ୍ ରଦ୍ଦ ହୋଇଥିବା ବେଳେ ୨୪୧୭ ସିମ୍ ବିକ୍ରେତାଙ୍କୁ ବ୍ଲାକ୍ ଲିଷ୍ଟେଡ୍ ମଧ୍ୟ କରାଯାଥିଲା । ତା ସତ୍ୱେ ମଧ୍ୟ ଅତି ସହଜରେ ଏମାନେ କେମିତି ପଠାଉଥିଲେ ଓଟିପି ତାକୁ ନେଇ ଉଠିଛି ପ୍ରଶ୍ନ ।

ସାଇବର ଏକ୍ସପର୍ଟଙ୍କ କହିବା କଥା WHATSAPP ପାଇଁ ଫିଜିକାଲ୍ ସିମ୍ ର କିଛି ବି ଆବଶ୍ୟକତା ନାହିଁ । ଥରେ ନମ୍ବରରେ ଆପ୍ଲିକେଶନ୍ ଆକ୍ଟିଭ୍ ହୋଇଗଲେ ଚାରିଆଡେ ହୋଇପାରିବ ଅପବ୍ୟବହାର । ତେଣୁ ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍ ଅନୁମତିକୁ ବନ୍ଦ କରିବା ଉଚିତ ।

  • Reported by:
  • CHANDAN PAIKRAY