ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ସାରା ବିଶ୍ୱ ଭାରତର ପଦକ୍ଷେପକୁ ସମର୍ଥନ କରୁଛନ୍ତି। ଏକମାତ୍ର ପାକିସ୍ତାନ ଏହାକୁ ବିରୋଧ କରୁଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଅତି ନିଜର ବନ୍ଧୁ, ସହଯୋଗୀ ରାଷ୍ଟ୍ରମାନେ ହାତ ଛାଡ଼ି ଦେଇଛନ୍ତି। ହେଲେ ତୁର୍କୀ ଏବେ ପାକିସ୍ତାନର ସ୍ୱର ସହ ସ୍ୱର ମିଳାଛି । ଏପରକି ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ସ୍ୱରରେ ଭାରତକୁ ସମାଲୋଚନା କରିଛି ତୁର୍କୀ। ସେତିକି ନୁହେଁ, ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍(NSG)ରେ ଭାରତର ସଦସ୍ୟତାକୁ ମଧ୍ୟ ବିରୋଧ କରିଛି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ ଏକାଠି ଲଞ୍ଚ କରିଥିଲେ। ଏହି ଘଟଣା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମୋଦି ତାଙ୍କ […]
ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ ବଲିଉଡ୍ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍ ଲୁକ୍କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। […]
ଭୁବନେଶ୍ୱର : ସାରା ଦେଶରେ ପାଳିତ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ। କେଉଁଠି ଦୀପ ଦାନ କରାଯାଉଛି ତ କେଉଁଠି ପୂଜା ପାଠ । କେଉଁଠି ମୋଦିଙ୍କ ସୁସ୍ଥ ନିରାମୟ ଜୀବନ କାମନା କରି ପୂଜା ହେଉଛି ୭୦ କିଲୋ ଓଜନର ଲଡ୍ଡୁ। ସାରା ଦେଶ ମୋଦିଙ୍କ ଶୁଭ କାମନା ମନାସୁଛି। ଏହି ଅବସରରେ ମୋଦିଙ୍କ ଜଣେ ପ୍ରଶଂସକ ଦାନ କରିଛନ୍ତି ଏକ କିଲୋ ୨୫ ଗ୍ରାମ ଓଜନର ଏକ ସୁନା ମୁକୁଟ। ବାରଣାସୀର ଅରବିନ୍ଦ ସିଂ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନ ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ମୋଦି ନିଜ ରାଜ୍ୟ ଗୁଜରାଟରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ଆଜି ସକାଳେ ହେଲିକପ୍ଟରରେ ନର୍ମଦା ଜିଲ୍ଲାର କେବଡ଼ଇାରେ ଓହ୍ଲାଇଥିଲେ। ପରେ ସର୍ଦ୍ଦାର ସରୋବର ଡ୍ୟାମ ପରିଦର୍ଶନ କରିଥିଲେ। ଡ୍ୟାମରେ ମାଆ ନର୍ମଦାଙ୍କ ପୂଜନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ଏହି ଅବସରରେ ମୋଦି ସରଦାର ସରୋବର ଡ୍ୟାମ, ଷ୍ଟାଚୁ ଅଫ୍ ୟୁନିଟ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ନର୍ମଦା […]
ନୂଆଦିଲ୍ଲୀ: ଆସନ୍ତା ସେପ୍ଚେମ୍ୱର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ) ରେ ଯୋଗଦେବେ। ୟୁଏନଜିଏର ଅଧିକାରୀ ଏହି ସୂଚନା ଦେଇଛନ୍ତି। ୧୧୨ଟି ଦେଶ ଏହି ବୈଠକରେ ଯୋଗ ଦେବେ ଏ ନେଇ ୟୁଏନଜିଏ ତାଲିକା ପ୍ରକାଶ କରିଛି। ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନଜିଏରେ ଦ୍ୱିପାକ୍ଷିକ ଓ ତ୍ରିପାକ୍ଷିକ ଚୁକ୍ତି ବାବଦରେ ଭାରତର ଏଜେଣ୍ଡା ରଖିବେ ବୋଲି […]
ନୂଆଦିଲ୍ଲୀ: ଶେଷ ମୁହୂର୍ତ୍ତରେ ଚନ୍ଦ୍ରଯାନ-୨ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାଙ୍ଗି ପଡ଼ିଛି ସାରା ଦେଶ। ନିଜର କୋହକୁ ସମ୍ବରଣ କରିପାରି ନାହାନ୍ତି ଇସ୍ରୋ ବୈଜ୍ଞାନିକ। ଏପରି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି । ଧୈର୍ଯ୍ୟ ନ ହରାଇ ଆଗକୁ ବଢିବାକୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇସ୍ରୋର ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶବାସୀଙ୍କ ହୃଦୟକୁ ଜିତି ନାହାନ୍ତି, ବିଶ୍ୱ ଦରବାରରେ ବି ସେ ନିଜର ମହାନତା ପ୍ରଦର୍ଶନ କରିଛନ୍ତି। ଦୁଇ ଦିନିଆ ରୁଷ ଗସ୍ତରେ ଥିବା ମୋଦି କେମିତି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛନ୍ତି, ତା’ର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ରୁଷ ଗସ୍ତରେ ଯାଇଥିବା ମୋଦି ଗତକାଲି ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଇଥିଲେ। ମୋଦି ମୁଖ୍ୟ ଅତିଥି ହୋଇଥିବାରୁ ତାଙ୍କ ସହ ଅନ୍ୟ ପ୍ରତିନିଧିମାନେ ଫଟୋ […]
ନୂଆଦିଲ୍ଲୀ:ମହାକାଶ ଅଭିଯାନ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ ଆଜି। ଚନ୍ଦ୍ରଯାନ-୨ ଆଜି ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଲାଣ୍ଡିଂ କରିବାର ୩ ଘଣ୍ଟା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରରେ ତାର ଯାତ୍ରା ଶୁଭାରମ୍ଭ କରିବ। ଏହି ଯାତ୍ରା ପାଇଁ ଚନ୍ଦ୍ରଯାନ -୨ର ବିକ୍ରମ ଲ୍ୟାଣ୍ଡର ପ୍ରସ୍ତୁତ ରହିଛି। ଆଜି ରାତିରେ ଏହାର ସପ୍ଟ ଲାଣ୍ଡିଂକୁ ଦେଖିବା ପାଇଁ ଖାଲି ଦେଶ ନୁହେଁ, ସାରା ବିଶ୍ୱ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ଯଦି ଏହି […]
ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି। ଆମେ ଅନେକ ସମୟରେ ଦେଖା ହୋଇଛୁ। ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରଖିବା ପାଇଁ କେନ୍ଦ୍ର ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଖୁବଶୀଘ୍ର ସବୁ ସ୍କୁଲ୍, କଲେଜ, ଜିଲ୍ଲା, ବ୍ଲକ ଏବଂ ଗାଁ ଗୁଡ଼ିକରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଜି ଉଦ୍ଘାଟନ ଉତ୍ସବ ଅବସରରେ ଦେଶବାସୀଙ୍କୁ ଫିଟ୍ ରହିବା ପାଇଁ ଅନେକ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ଲିଫ୍ଟ ପରିବର୍ତ୍ତେ ଲୋକେ […]
ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା। ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା। ହେଲେ ଟ୍ରମ୍ପ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ବେଳେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଦେଶ ଫେରିଛନ୍ତି। ସେ ଭାରତରେ ପହଞ୍ଚିବା କ୍ଷଣି ବନ୍ଧୁ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୋଦି ଦିଲ୍ଲୀଠାରେ ଥିବା ଜେଟଲୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେଠାରେ ପହଞ୍ଚି ସାରିଥିଲେ। ମୋଦି ଓ ଶାହ ସେଠାରେ ଜେଟଲୀଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ସହ ଦୀର୍ଘ ସମୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ହୋଇଥିବା ହିଂସା ଏବଂ ଆତଙ୍କବାଦ ପ୍ରସଙ୍ଗରେ ବୋରିସଙ୍କ ସହ କଥା ହୋଇଥିଲେ ମୋଦି। ସ୍ୱାଧୀନତା ଦିବସ ଅବସରରେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ଆଗରେ ପାକିସ୍ତାନ ସମର୍ଥକମାନେ ଭାରତର ଜାତୀୟ ପତାକାକୁ ଅସମ୍ମାନ କରିବା ସହ […]
ନୂଆଦିଲ୍ଲୀ: ବଲିଉଡ୍ର ଖିଲାଡି ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଅକ୍ଷୟଙ୍କ ସହ ଏକ ଅଣରାଜନୈତିକ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅନେକ ଅନୁଭୂତି ଏବଂ ତଥ୍ୟ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ହୋଇ ନ ଥିଲେ କ’ଣ ହୋଇଥାନ୍ତେ, କାହା ସହ ତାଙ୍କର ବନ୍ଧୁତା ରହିଛି ଭଳି ନିଜ ବ୍ୟକ୍ତିଗତ ଜୀବନଶୈଳୀର ଅନେକ ରୋଚକପୂର୍ଣ୍ଣ କଥା କହିଛନ୍ତି ମୋଦି।
ଅହମଦାବାଦ: ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦ ସ୍ଥିତ ଏକ ମତଦାନ କେନ୍ଦ୍ରରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସକାଳେ ମୋଦି ନିଜ ଘରକୁ ଯାଇ ମା’ ହୀରାବେନ୍ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଇଥିଲେ। ଭୋଟ୍ ଦେବା ପରେ […]
ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ପାକିସ୍ତାନ ୱାଜିର-ଏ-ଆଜମ ଇମ୍ରାନ ଖାନ୍ଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତକାଲି ସନ୍ଧ୍ୟାରେ ମୋଦି ଓ ଟ୍ରମ୍ପ ୩୦ ମିନିଟ୍ରୁ ଅଧିକ ସମୟ ଧରି ଫୋନ ଯୋଗେ କଥା ହୋଇଥିଲେ। ଏହି ସମୟରେ ମୋଦି ପାକିସ୍ତାନ କିମ୍ବା ଇମ୍ରାନ୍ ଖାନ୍ଙ୍କ ନାଁ ନ ନେଇ ଟ୍ରମ୍ପଙ୍କୁ ଆତଙ୍କବାଦ ଓ କଶ୍ମୀର ପ୍ରସଙ୍ଗ ବିଷୟରେ ଅବଗତ କରାଇଥିଲେ। ଏହାପରେ ଟ୍ରମ୍ପ ପାକ୍ ୱାଜିର-ଏ-ଆଜମ […]
ଭୁବନେଶ୍ୱର: ଏପ୍ରିଲ ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସିବେ। କେନ୍ଦ୍ରାପଡାର ବାରୁଅଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଏଥିସହ ଚଳିତ ନିର୍ବାଚନରେ ବିଜେପି ପ୍ରାୟ ସମସ୍ତ ଲୋକସଭା ସିଟ୍ରେ ଜିତିବ ଏବଂ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଅରୁଣ ସିଂହ ଦୃଢ଼ୋକ୍ତି କରିଛନ୍ତି। ଏପ୍ରିଲ ୧୬ ତାରିଖରେ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ମୋଦି ତଥା ତାଙ୍କ ସରକାରଙ୍କର ଜଣେ ବଡ଼ ସମାଲୋଚକ। ସଂସଦ ଭବନ ହେଉ ବା ଗଣମାଧ୍ୟମ, ମୋଦି ସରକାରଙ୍କ ପ୍ରତ୍ୟେକ ଆର୍ଥିକ ନୀତିକୁ କଡ଼ା ସମାଲୋଚନା କରୁଥିବା ବ୍ୟକ୍ତି କହିଲେ ଚିଦାମ୍ବରମଙ୍କୁ ହିଁ ସମସ୍ତେ ଜାଣନ୍ତି। ହେଲେ ଆଜି ମୋଦିଙ୍କୁ ଭୂରିୟସୀ ପ୍ରଶଂସା କରିଛନ୍ତି ଚିଦାମ୍ବରମ। ତାଙ୍କର ଏହି ପ୍ରଶଂସା ଶୁଣିଲେ ତ କେହି ସହଜରେ ବିଶ୍ୱାସ କରିବେ ନାହିଁ। ତଥାପି କଥାଟା ସତ। ସ୍ୱାଧୀନତା ଦିବସ ପାଳନ ଅବସରରେ […]