
ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ କୋଭିଡରେ ମୃତ ବ୍ୟକ୍ତିଙ୍କ ଶବଦାହ ଉପରେ କଟକଣା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦିକାର୍ଯ୍ୟରେ ମଧ୍ୟ ବାହାର ଜିଲ୍ଲା ଲୋକଙ୍କ ଲାଗି…
ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ। ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। କଳା ପତାକା ଧରି କାର୍କେ ସାମ୍ନାକୁ […]
ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଗତ ୬ ମାସ ଧରି ଘରେ ଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ସବୁ ବନ୍ଦ ଥିଲା। ହେଲେ ଉପନିର୍ବାଚନ ଥିବାରୁ ପୁରୀ ଗଲେ ମୁଖ୍ୟମନ୍ତ୍ରୀ। ପଲିଟିକାଲ୍ ମାଇଲେଜ୍ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି କରିଥିବା ସୁର ଅଭିଯୋଗ କରିଛନ୍ତି। ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ଦୃଷ୍ଟିରେ ରଖି ନବୀନ ପୁରୀ ଯାଇଥିଲେ। ଗତ ୧୫ ବର୍ଷ ହେବ […]
ପୁରୀ : ଆସନ୍ତା ୩ ତାରିଖରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ଶେଷ ରଥ ସମନ୍ୱୟ କମିଟି ବୈଠକ। ତେବେ ଏହି ବୈଠକରେ ସେବାୟତମାନେ ଯୋଗ ନଦେବାକୁ ଆହ୍ୱାନ କରିଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ। ଏ ନେଇ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ଏକ ପୋଷ୍ଟର ଲଗାଯାଇଛି । ସମ୍ମିଳନୀ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ବିରୋଧ କରାଯାଇ ଏହି ପୋଷ୍ଟର ଲାଗିଛି । ନିଳାଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବିବାଦ ପର୍ଯ୍ୟନ୍ତ ସବୁ ଘଟଣାରେ ଜିଲ୍ଲାପାଳ […]
ପୁରୀ: ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ। ବର୍ଷ ବର୍ଷର ଏହି ଐତିହାସିକ ପାହାଚର ମରାମତି କରାଯିବ। ଏଥିଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍ ବାଇଶି ପାହାଚ ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥର ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଥିଲା। ଏବେ ASI ଟିମ୍ର ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିରର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବର୍ଷ ପାଣି […]
ଭୁବନେଶ୍ୱର: ନକଲି ପ୍ରତି ସାବଧାନ। ଆଗକୁ ସମ୍ବଲପୁରୀ ଶାଢ଼ୀ ଉପରେ ଏହି ସତର୍କ ସୂଚନା ଲେଖା ହୋଇପାରେ। କାରଣ ରାଜସ୍ଥାନ ଓ ଗୁଜରାଟର କିଛି କମ୍ପାନୀ ଅବିକଳ ସମ୍ବଲପୁରୀ ବାନ୍ଧ ଭଳି ଦେଖାଯାଉଥିବା ଛପା ଶାଢ଼ି ପ୍ରସ୍ତୁତ କରୁଛନ୍ତି, ଯାହାକି ଖୁବ୍ କମ୍ ଦରରେ ବଜାରରେ ମିଳୁଛି। ତେଣୁ ଏହା ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ କୌଳିକ ବୃତ୍ତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ସମ୍ବଲପୁରୀ ବାନ୍ଧ ଶାଢ଼ିକୁ ମିଳିଥିବା G.I. ଟ୍ୟାଗ୍କୁ ମଧ୍ୟ ଉଲ୍ଲଂଘନ କରାଯାଉଥିବା […]
ପୁରୀ: ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ପର୍ଯ୍ୟଟକଙ୍କ ଭାସିଯିବା ଘଟଣାର ୨୪ ଘଣ୍ଟା ପରେ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ। ବ୍ଲୁ ଫ୍ଲାଗ୍ ବିଚ୍ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ହେଲେ ୧୬ ବର୍ଷୀୟ ତାନିସ୍କ ବିନୟ। ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗରରେ ତାଙ୍କ ଘର। ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍ର ବଥିଂ ଜୋନ୍ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ବିନୟ। ପରେ […]
ପୁରୀ: ପୁରୀ ନଆସିବାକୁ ହବିଷ୍ୟାଳୀଙ୍କୁ ଅନୁରୋଧ। କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନଆସିବାକୁ ଅନୁରୋଧ କଲା କଲା ପୁରୀ ପ୍ରଶାସନ। ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନେଇଛି। କରୋନା ପାଇଁ ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ପୁରୀକୁ କୌଣସି ହବିଷ୍ୟାଳୀ ନଆସିବାକୁ ଅନୁରୋଧ କରାଯିବା ସହ ପୁରୀ ନଆସି ନିଜ ନିଜ ଘରେ ରହି କାର୍ତ୍ତିକ ବ୍ରତ କରିବାକୁ ଅନୁରୋଧ କରାଯାଇଛି। ପ୍ରଶାସନ ନିଷ୍ପତ୍ତି ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ […]
ପୁରୀ : ଏବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି। ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ପୂର୍ବଭଳି ପୟାଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଲୋକେ ଜାଳିପାରିବେନି। ଏ ସମସ୍ତ କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି। ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ […]